Guru Granth Sahib Translation Project

guru granth sahib odia page-1391

Page 1391

ਸਵਈਏ ਮਹਲੇ ਦੂਜੇ ਕੇ ੨ ସୱୟେ ମହଲ ଦ୍ଵିତୀୟ 2
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸੋਈ ਪੁਰਖੁ ਧੰਨੁ ਕਰਤਾ ਕਾਰਣ ਕਰਤਾਰੁ ਕਰਣ ਸਮਰਥੋ ॥ ସଂପୂର୍ଣ୍ଣ ବିଶ୍ଵର ରଚନା କରିବା ବାଲା ସେହି କର୍ତ୍ତା ପୁରୁଷ ଧନ୍ୟ ଅଟନ୍ତି, ସେ କରଣ କାରଣ ଅଟନ୍ତି, ସର୍ବଶକ୍ତିମାନ ଅଟନ୍ତି।
ਸਤਿਗੁਰੂ ਧੰਨੁ ਨਾਨਕੁ ਮਸਤਕਿ ਤੁਮ ਧਰਿਓ ਜਿਨਿ ਹਥੋ ॥ ହେ ଗୁରୁ ଅଙ୍ଗଦ! ସେହି ସଦଗୁରୁ ନାନକ ମଧ୍ୟ ଧନ୍ୟ ଅଟନ୍ତି, ଯିଏ ତୁମ ମସ୍ତକ ଉପରେ କୃପାର ହସ୍ତ ରଖିଛନ୍ତି।
ਤ ਧਰਿਓ ਮਸਤਕਿ ਹਥੁ ਸਹਜਿ ਅਮਿਉ ਵੁਠਉ ਛਜਿ ਸੁਰਿ ਨਰ ਗਣ ਮੁਨਿ ਬੋਹਿਯ ਅਗਾਜਿ ॥ ଯେତେବେଳେ ଗୁରୁ ନାନକ ମଥା ଉପରେ ହାତ ରଖିଛନ୍ତି, ସ୍ଵାଭାବିକ ଭାବରେ ଅମୃତ ବର୍ଷା ହେବାକୁ ଲାଗି ଯାଇଛି, ଯାହାଦ୍ୱାରା ଦେବତା, ମନୁଷ୍ୟ, ମୁନିଗଣ ଅମୃତରେ ଭିଜି ଯାଇଛନ୍ତି।
ਮਾਰਿਓ ਕੰਟਕੁ ਕਾਲੁ ਗਰਜਿ ਧਾਵਤੁ ਲੀਓ ਬਰਜਿ ਪੰਚ ਭੂਤ ਏਕ ਘਰਿ ਰਾਖਿ ਲੇ ਸਮਜਿ ॥ ତୁ ଭୟଙ୍କର କାଳକୁ ମାରି ତଡି ଦେଇଛୁ ଆଉ କାମୁକ ପାଞ୍ଚ ବିକାରକୁ ବାଧା ଦେଇ ମନକୁ ବଶୀଭୂତ କରି ନେଇଛୁ।
ਜਗੁ ਜੀਤਉ ਗੁਰ ਦੁਆਰਿ ਖੇਲਹਿ ਸਮਤ ਸਾਰਿ ਰਥੁ ਉਨਮਨਿ ਲਿਵ ਰਾਖਿ ਨਿਰੰਕਾਰਿ ॥ ଗୁରୁ ନାନକଙ୍କ ଦ୍ଵାରରେ ସର୍ବସ୍ଵ ସମର୍ପଣ କରି ତୁ ସମଗ୍ର ଜଗତ ଜିତି ନେଇଛୁ, ସମସ୍ତଙ୍କୁ ସମ ଭାବରେ ଦୃଷ୍ଟି ଦେଇଛୁ ଏବଂ ତାହାଙ୍କ ମନରେ ନିରଙ୍କାରଙ୍କ ପାଇଁ ଧ୍ୟାନ ରଖି ଦେଇଛୁ।
ਕਹੁ ਕੀਰਤਿ ਕਲ ਸਹਾਰ ਸਪਤ ਦੀਪ ਮਝਾਰ ਲਹਣਾ ਜਗਤ੍ਰ ਗੁਰੁ ਪਰਸਿ ਮੁਰਾਰਿ ॥੧॥ କବି କଳସହାର କଥନ କରନ୍ତି ଯେ ଜଗଦଗୁରୁ ଗୁରୁ ନାନକ ଦେବଙ୍କ ଚରଣରେ ଲାଗି ରହି ଭାଇ ଲହଣା(ଗୁରୁ ଅଙ୍ଗଦ)ଙ୍କ କୀର୍ତ୍ତି ସଂପୂର୍ଣ୍ଣ ବିଶ୍ଵରେ ପ୍ରସାରିତ ହୋଇଛି||1||
ਜਾ ਕੀ ਦ੍ਰਿਸਟਿ ਅੰਮ੍ਰਿਤ ਧਾਰ ਕਾਲੁਖ ਖਨਿ ਉਤਾਰ ਤਿਮਰ ਅਗ੍ਯ੍ਯਾਨ ਜਾਹਿ ਦਰਸ ਦੁਆਰ ॥ ଯେଉଁ ଗୁରୁ ଅଙ୍ଗଦଙ୍କ ଦୃଷ୍ଟି ଅମୃତ-ଧାରା ସମାନ ଅଟେ, ପାପର କାଳିମାକୁ ଦୂର କରିବା ବାଲା ଅଟେ, ସେହି ଗୁରୁଙ୍କ ଦ୍ଵାରର ଦର୍ଶନ କରିବା ଦ୍ଵାରା ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।
ਓਇ ਜੁ ਸੇਵਹਿ ਸਬਦੁ ਸਾਰੁ ਗਾਖੜੀ ਬਿਖਮ ਕਾਰ ਤੇ ਨਰ ਭਵ ਉਤਾਰਿ ਕੀਏ ਨਿਰਭਾਰ ॥ ଯେଉଁ ଲୋକ ଶବ୍ଦର ଚିନ୍ତନ କରିଥାଏ, କଠିନ ସାଧନା କରିଥାଏ, ଏପରି ବ୍ୟକ୍ତିକୁ ଗୁରୁ ସଂସାର-ସାଗରରୁ ପାର କରି ବନ୍ଧନରୁ ମୁକ୍ତ କରି ଦେଇଛନ୍ତି।
ਸਤਸੰਗਤਿ ਸਹਜ ਸਾਰਿ ਜਾਗੀਲੇ ਗੁਰ ਬੀਚਾਰਿ ਨਿੰਮਰੀ ਭੂਤ ਸਦੀਵ ਪਰਮ ਪਿਆਰਿ ॥ ସେ ସତସଙ୍ଗତରେ ସ୍ଵାଭାବିକ ଗୁରୁଙ୍କ ବଚନ ଦ୍ଵାରା ଜାଗ୍ରତ ହୋଇଯାଏ ଏବଂ ନମ୍ରତାପୂର୍ବକ ସର୍ବଦା ପ୍ରେମ ସ୍ନେହରେ ଲୀନ ରହିଥାଏ।
ਕਹੁ ਕੀਰਤਿ ਕਲ ਸਹਾਰ ਸਪਤ ਦੀਪ ਮਝਾਰ ਲਹਣਾ ਜਗਤ੍ਰ ਗੁਰੁ ਪਰਸਿ ਮੁਰਾਰਿ ॥੨॥ କଳସହାରଙ୍କ କଥନ ଯେ ଜଗଦଗୁରୁ ନାନକଙ୍କ ଚରଣ-ଶରଣରେ ଭାଇ ଲହଣା(ଗୁରୁ ଅଙ୍ଗଦ ଦେବ)ଙ୍କ କୀର୍ତ୍ତି ସଂପୂର୍ଣ୍ଣ ବିଶ୍ଵରେ ପ୍ରସାର ହୋଇଛି||2||
ਤੈ ਤਉ ਦ੍ਰਿੜਿਓ ਨਾਮੁ ਅਪਾਰੁ ਬਿਮਲ ਜਾਸੁ ਬਿਥਾਰੁ ਸਾਧਿਕ ਸਿਧ ਸੁਜਨ ਜੀਆ ਕੋ ਅਧਾਰੁ ॥ ହେ ଗୁରୁ ଅଙ୍ଗଦ! ତୁ ନିଜ ମନରେ ହରିନାମକୁ ହିଁ ସ୍ଥାପନ କରିଛୁ, ତୋ’ର ନିର୍ମଳ ଯଶ ସବୁ ଦିଗରେ ପ୍ରସରିତ୍ବ ହୋଇଛି, ସିଦ୍ଧ-ସାଧକ ଏବଂ ତୁ ହିଁ ସନ୍ଥଜନଙ୍କ ଜୀବନର ଆଶ୍ରା ଅଟୁ।
ਤੂ ਤਾ ਜਨਿਕ ਰਾਜਾ ਅਉਤਾਰੁ ਸਬਦੁ ਸੰਸਾਰਿ ਸਾਰੁ ਰਹਹਿ ਜਗਤ੍ਰ ਜਲ ਪਦਮ ਬੀਚਾਰ ॥ ତୁ ହିଁ ରାଜା ଜନକଙ୍କ ଅବତାର ଅଟୁ, ସଂସାରରେ ତୋର ଉପଦେଶ ସର୍ବଶ୍ରେଷ୍ଠ ଅଟେ, ଜଳରେ କମଳ ଭଳି ତୁ ଜଗତରେ ନିର୍ଲିପ୍ତ ରହିଥାଉ।
ਕਲਿਪ ਤਰੁ ਰੋਗ ਬਿਦਾਰੁ ਸੰਸਾਰ ਤਾਪ ਨਿਵਾਰੁ ਆਤਮਾ ਤ੍ਰਿਬਿਧਿ ਤੇਰੈ ਏਕ ਲਿਵ ਤਾਰ ॥ ତୁ ହିଁ କଳ୍ପବୃକ୍ଷ ଅଟୁ, ସର୍ବ ରୋଗକୁ ଦୂର କରିବା ବାଲା ଆଉ ସଂସାରର ଦୁଃଖର ନିବାରଣ କରିବା ବାଲା ଅଟୁ। ତିନି ଗୁଣ ବାଲା ସଂସାରୀ ଜୀବ ଏକାଗ୍ରଚିତ୍ତ ହୋଇ ତୋର ଧ୍ୟାନ କରିଥାଏ।
ਕਹੁ ਕੀਰਤਿ ਕਲ ਸਹਾਰ ਸਪਤ ਦੀਪ ਮਝਾਰ ਲਹਣਾ ਜਗਤ੍ਰ ਗੁਰੁ ਪਰਸਿ ਮੁਰਾਰਿ ॥੩॥ କଳସହାର କହନ୍ତି ଯେ ଜଗଦଗୁରୁ ନାନକ ଦେବଙ୍କ ଶରଣରେ ଭାଇ ଲହଣା(ଗୁରୁ ଅଙ୍ଗଦ ଦେବ)ଙ୍କ କୀର୍ତ୍ତି ସଂପୂର୍ଣ୍ଣ ବିଶ୍ଵରେ ପ୍ରସାର ହୋଇଛି ||3||
ਤੈ ਤਾ ਹਦਰਥਿ ਪਾਇਓ ਮਾਨੁ ਸੇਵਿਆ ਗੁਰੁ ਪਰਵਾਨੁ ਸਾਧਿ ਅਜਗਰੁ ਜਿਨਿ ਕੀਆ ਉਨਮਾਨੁ ॥ ହେ ଗୁରୁ ଅଙ୍ଗଦ! ତୁ ନାନକଙ୍କ ଦ୍ଵାରା ମାନ-ପ୍ରତିଷ୍ଠା ପ୍ରାପ୍ତ କରିଛୁ, ତନ-ମନରେ ଗୁରୁ ନାନକଙ୍କ ସେବା କରି ସଫଳ ହୋଇ ଅଜଗର ଭଳି ଅସାଧ୍ୟ ମନକୁ ଜାଗ୍ରତ କରିଛୁ।
ਹਰਿ ਹਰਿ ਦਰਸ ਸਮਾਨ ਆਤਮਾ ਵੰਤਗਿਆਨ ਜਾਣੀਅ ਅਕਲ ਗਤਿ ਗੁਰ ਪਰਵਾਨ ॥ ତୋର ଦର୍ଶନ ପରମାତ୍ମାଙ୍କ ଦର୍ଶନ ସମାନ ଅଟେ, ତୁ ପୁଣ୍ୟାତ୍ମା, ଜ୍ଞାନବାନ, ସର୍ବଜ୍ଞ ଅଟୁ, ତୁ ଗୁରୁ ନାନକଙ୍କ ଉଚ୍ଚବସ୍ଥାକୁ ଜାଣି ନେଇଛୁ,
ਜਾ ਕੀ ਦ੍ਰਿਸਟਿ ਅਚਲ ਠਾਣ ਬਿਮਲ ਬੁਧਿ ਸੁਥਾਨ ਪਹਿਰਿ ਸੀਲ ਸਨਾਹੁ ਸਕਤਿ ਬਿਦਾਰਿ ॥ ଯାହାର ଦୃଷ୍ଟି ଅଚଳ ସ୍ଥାନ ଉପରେ ତିଷ୍ଠି ଥାଏ, ଯାହାର ବୁଦ୍ଧି ନିର୍ମଳ ସ୍ଥାନରେ ଲାଗି ରହିଥାଏ, ଯିଏ ସହନଶୀଳତାର କବଚ ଧାରଣ କରି ମାୟା-ଶକ୍ତିର ନାଶ କରି ଦେଇଛନ୍ତି,
ਕਹੁ ਕੀਰਤਿ ਕਲ ਸਹਾਰ ਸਪਤ ਦੀਪ ਮਝਾਰ ਲਹਣਾ ਜਗਤ੍ਰ ਗੁਰੁ ਪਰਸਿ ਮੁਰਾਰਿ ॥੪॥ କଳସହାର କହନ୍ତି ଯେ ଜଗଦଗୁରୁ ନାନକ ଦେବଙ୍କ ଶରଣରେ ଭାଇ ଲହଣା(ଗୁରୁ ଅଙ୍ଗଦ ଦେବ)ଙ୍କ କୀର୍ତ୍ତି ସଂପୂର୍ଣ୍ଣ ବିଶ୍ଵରେ ପ୍ରସାର ହୋଇଛି ||4||
ਦ੍ਰਿਸਟਿ ਧਰਤ ਤਮ ਹਰਨ ਦਹਨ ਅਘ ਪਾਪ ਪ੍ਰਨਾਸਨ ॥ ହେ ଗୁରୁ ଅଙ୍ଗଦ! ତୁମର କୃପା-ଦୃଷ୍ଟି ଧାରଣ କରିବା ମାତ୍ରେ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ, ତୁମେ ଅପରାଧକୁ ଜଳାଇ ଦେବା ବାଲା ଏବଂ ପାପକୁ ନାଶ କରିବା ବାଲା ଅଟ।
ਸਬਦ ਸੂਰ ਬਲਵੰਤ ਕਾਮ ਅਰੁ ਕ੍ਰੋਧ ਬਿਨਾਸਨ ॥ ତୁମେ ଶବ୍ଦର ସୁରବୀର ଏବଂ ବଳବାନ ଅଟ, କାମ ଓ କ୍ରୋଧର ନାଶ କରିବା ବାଲା ଅଟ।
ਲੋਭ ਮੋਹ ਵਸਿ ਕਰਣ ਸਰਣ ਜਾਚਿਕ ਪ੍ਰਤਿਪਾਲਣ ॥ ତୁମେ ଲୋଭ ଏବଂ ମୋହକୁ ବଶ କରି ନେଇଛ, ଶରଣରେ ଆସିବା ବାଲା ଯାଚକର ପାଳନ-ପୋଷଣ କରିବା ବାଲା ଅଟ।
ਆਤਮ ਰਤ ਸੰਗ੍ਰਹਣ ਕਹਣ ਅੰਮ੍ਰਿਤ ਕਲ ਢਾਲਣ ॥ ତୁମେ ଆତ୍ମ-ପ୍ରେମର ଭଣ୍ଡାରକୁ ଏକାଠି କରି ରଖିଛ ଆଉ ତୁମର ବଚନ ଅମୃତ ଶକ୍ତିର ଧାରା ଅଟେ।
ਸਤਿਗੁਰੂ ਕਲ ਸਤਿਗੁਰ ਤਿਲਕੁ ਸਤਿ ਲਾਗੈ ਸੋ ਪੈ ਤਰੈ ॥ କଳସହାର କହନ୍ତି ଯେ (ଗୁରୁ ନାନକଙ୍କ ଗାଦିରେ ବିରାଜମାନ)ସଦଗୁରୁ ଅଙ୍ଗଦ ଦେବ ଶିରୋମଣି ଗୁରୁ ଅଟନ୍ତି, ଯିଏ ସତ୍ୟ ଭାବରେ ଧାରଣ କରି ଗୁରୁ-ଚରଣରେ ଲାଗିଥାଏ, ସେ ପାର ହୋଇଯାଏ।
ਗੁਰੁ ਜਗਤ ਫਿਰਣਸੀਹ ਅੰਗਰਉ ਰਾਜੁ ਜੋਗੁ ਲਹਣਾ ਕਰੈ ॥੫॥ ଜଗଦଗୁରୁ, ବାବା ଫେରୁମଲଙ୍କ ସୁପୁତ୍ର ଭାଇ ଲହଣା ଗୁରୁ ଅଙ୍ଗଦ ବନି ରାଜ ଯୋଗ ଭୋଗ କରୁଅଛି||5||
error: Content is protected !!
Scroll to Top