Guru Granth Sahib Translation Project

guru granth sahib odia page-1380

Page 1380

ਬੁਢਾ ਹੋਆ ਸੇਖ ਫਰੀਦੁ ਕੰਬਣਿ ਲਗੀ ਦੇਹ ॥ ଶେଖ ଫରିଦ ବର୍ତ୍ତମାନ ବୃଦ୍ଧ ହୋଇ ଯାଇଛନ୍ତି, ବାର୍ଦ୍ଧକ୍ୟ କାରଣରୁ ତାହାଙ୍କ ଶରୀର ଥରୁଅଛି।
ਜੇ ਸਉ ਵਰ੍ਹ੍ਹਿਆ ਜੀਵਣਾ ਭੀ ਤਨੁ ਹੋਸੀ ਖੇਹ ॥੪੧॥ ଯଦି ବଞ୍ଚିବା ପାଇଁ ଶହେ ବର୍ଷ ମିଳିଯାଏ, ତାହାହେଲେ ମଧ୍ୟ ଏହି ଶରୀର ମାଟି ହୋଇଥାଏ||41||
ਫਰੀਦਾ ਬਾਰਿ ਪਰਾਇਐ ਬੈਸਣਾ ਸਾਂਈ ਮੁਝੈ ਨ ਦੇਹਿ ॥ ଫରିଦ କହନ୍ତି ଯେ ହେ ମାଲିକ! ମୋତେ ପର ଦ୍ଵାରରେ ବସିବାକୁ ଦିଅ ନାହିଁ, ଅର୍ଥାତ ଯେପରି କାହା ଉପରେ ନିର୍ଭର କରେନାହିଁ।
ਜੇ ਤੂ ਏਵੈ ਰਖਸੀ ਜੀਉ ਸਰੀਰਹੁ ਲੇਹਿ ॥੪੨॥ କିନ୍ତୁ ଯଦି ତୁ ମୋତେ କାହା ନିର୍ଭରରେ ରଖୁ, ତା’ ଅପେକ୍ଷା ଶରୀରରୁ ମୋର ଜୀବନ ନେଇଯିବା ଭଲ ଅଟେ। ||42||
ਕੰਧਿ ਕੁਹਾੜਾ ਸਿਰਿ ਘੜਾ ਵਣਿ ਕੈ ਸਰੁ ਲੋਹਾਰੁ ॥ ଫରିଦ ଜୀ ଲୁହାକୁ ସମ୍ବୋଧନ କରି କହନ୍ତି ଯେ ତୁ କାନ୍ଧରେ କୁରାଢି ଆଉ ମସ୍ତକରେ ପାଣି ପାତ୍ର ରଖି ବୁଲୁ ଅଛୁ।
ਫਰੀਦਾ ਹਉ ਲੋੜੀ ਸਹੁ ਆਪਣਾ ਤੂ ਲੋੜਹਿ ਅੰਗਿਆਰ ॥੪੩॥ ହେ ଲୁହା! ତୁ ସେହି ବୃକ୍ଷକୁ କାଟିବାକୁ ଚାହୁଁ, ଯାହା ତଳେ ତୁ ବସିଅଛୁ। ଫରିଦ ଜୀ କହନ୍ତି ଯେ ସେ ନିଜ ମାଲିକଙ୍କୁ ବନ୍ଦନା ଦ୍ଵାରା ସନ୍ଧାନ କରୁଛନ୍ତି, ଆଉ ତୁ କୋଇଲା ସନ୍ଧାନରେ ଅଛୁ||43||
ਫਰੀਦਾ ਇਕਨਾ ਆਟਾ ਅਗਲਾ ਇਕਨਾ ਨਾਹੀ ਲੋਣੁ ॥ (ବାବା ଫରିଦ ଧନୀ ଆଉ ନିର୍ଦ୍ଧନ ଉପରେ ଟିପ୍ପଣୀ କରି କହନ୍ତି) ହେ ଫରିଦ! କାହା ପାଖରେ ଆବଶ୍ୟକତା ଠାରୁ ଅଧିକ ଅଟା ଖାଇବା ପାଇଁ ଅଛି ଆଉ କାହା ପାଖରେ ଲୁଣ ମଧ୍ୟ ନାହିଁ।
ਅਗੈ ਗਏ ਸਿੰਞਾਪਸਨਿ ਚੋਟਾਂ ਖਾਸੀ ਕਉਣੁ ॥੪੪॥ ପରଲୋକରେ ହିଁ ଜଣା ପଡିବ ଯେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ଦଣ୍ଡ ମିଳିବ||44||
ਪਾਸਿ ਦਮਾਮੇ ਛਤੁ ਸਿਰਿ ਭੇਰੀ ਸਡੋ ਰਡ ॥ ଯାହା ପାଖରେ ମୁକୁଟ ଥିଲା, ମସ୍ତକ ଉପରେ ଛତ୍ର ଝୁଲୁଥିଲା, ବାଜା ବାଜୁଥିଲା,ଆଉ ଭାଟ ମହିମା ଗାନ କରୁଥିଲେ,
ਜਾਇ ਸੁਤੇ ਜੀਰਾਣ ਮਹਿ ਥੀਏ ਅਤੀਮਾ ਗਡ ॥੪੫॥ ଶେଷରେ ଏପରି ରାଜା ମହାରାଜା ମଧ୍ୟ କବର ଚିତାରେ ସବୁଦିନ ପାଇଁ ନିଦ୍ରା ଯାଇଥାନ୍ତି||45||
ਫਰੀਦਾ ਕੋਠੇ ਮੰਡਪ ਮਾੜੀਆ ਉਸਾਰੇਦੇ ਭੀ ਗਏ ॥ ହେ ଫରିଦ! ସୁନ୍ଦର ଘର, ମହଲ, ଭବନ ବନାଇବା ବାଲା ମଧ୍ୟ ସାଂସର ଛାଡି ଚାଲି ଯାଇଛନ୍ତି।
ਕੂੜਾ ਸਉਦਾ ਕਰਿ ਗਏ ਗੋਰੀ ਆਇ ਪਏ ॥੪੬॥ ସେମାନେ ଦୁନିଆରେ ମିଥ୍ୟା ସଉଦା କରି କବର-ଶ୍ମଶାନରେ ପଡି ରହିଥାନ୍ତି||46||
ਫਰੀਦਾ ਖਿੰਥੜਿ ਮੇਖਾ ਅਗਲੀਆ ਜਿੰਦੁ ਨ ਕਾਈ ਮੇਖ ॥ ହେ ଫରିଦ! ଶରୀର ରୂପୀ କଫିନରେ ଅନେକ ନାଡି ଲାଗିଥାଏ, ପରନ୍ତୁ ଆତ୍ମାରେ କୌଣସି ସନ୍ଧି ଲାଗି ନାହିଁ।
ਵਾਰੀ ਆਪੋ ਆਪਣੀ ਚਲੇ ਮਸਾਇਕ ਸੇਖ ॥੪੭॥ ନିଜର ପାଳି ଆସିବା ପରେ ସୁଫି ଅଥବା ଶେଖ ସମସ୍ତେ ଚାଲି ଯାଇଛନ୍ତି||47||
ਫਰੀਦਾ ਦੁਹੁ ਦੀਵੀ ਬਲੰਦਿਆ ਮਲਕੁ ਬਹਿਠਾ ਆਇ ॥ ହେ ଫରିଦ! ଦୁଇ ଆଖିର ଦୀପ ଜଳି ମୃତ୍ୟୁଦୂତ ଆସି ବସି ଯାଇଛି।
ਗੜੁ ਲੀਤਾ ਘਟੁ ਲੁਟਿਆ ਦੀਵੜੇ ਗਇਆ ਬੁਝਾਇ ॥੪੮॥ ସେ ଶରୀର ରୂପୀ ଦୁର୍ଗକୁ କବ୍ଜା କରି ନେଇଛି, ଏହିପରି ଆତ୍ମାକୁ ଲୁଟି ନେଇ ଦୁଇ ଆଖିକୁ ଲିଭାଇ ଦେଇଛି। ||48||
ਫਰੀਦਾ ਵੇਖੁ ਕਪਾਹੈ ਜਿ ਥੀਆ ਜਿ ਸਿਰਿ ਥੀਆ ਤਿਲਾਹ ॥ ଫରିଦ ଜୀ କହନ୍ତି ଯେ ଦେଖ! କାପାର ଅବସ୍ଥା କଣ ହେଲା, ରାଶିର ଅବସ୍ଥା କଣ ହେଲା।
ਕਮਾਦੈ ਅਰੁ ਕਾਗਦੈ ਕੁੰਨੇ ਕੋਇਲਿਆਹ ॥ ଆଖୁକୁ ପେଡି ରସ କଢାଯାଏ ଆଉ କାଗଜ, ହାଣ୍ଡି ଓ କୋଇଲାର ଅବସ୍ଥା କଣ ହୁଏ।
ਮੰਦੇ ਅਮਲ ਕਰੇਦਿਆ ਏਹ ਸਜਾਇ ਤਿਨਾਹ ॥੪੯॥ ଯେଉଁ ଲୋକ ମନ୍ଦ କର୍ମ କରିଥାଏ, ତାହାକୁ ଶକ୍ତ ଦଣ୍ଡ ମିଳିଥାଏ||49||
ਫਰੀਦਾ ਕੰਨਿ ਮੁਸਲਾ ਸੂਫੁ ਗਲਿ ਦਿਲਿ ਕਾਤੀ ਗੁੜੁ ਵਾਤਿ ॥ ଫରିଦ ଜୀ ଦମ୍ଭ ଫକିର ଆଡକୁ ନିର୍ଦ୍ଦେଶ ଦେଇ କହନ୍ତି ଯେ କାନ୍ଧ ଉପରେ ଆସନ ଗଳାରେ କଫନି ନେଇଛି, ହୃଦୟରେ କାଟିବା ପାଇଁ ଛୁରି ଅଛି, ମୁଖରେ ଗୁଡ ଭଳି ମିଠା ମିଠା କଥା କହିଥାଏ।
ਬਾਹਰਿ ਦਿਸੈ ਚਾਨਣਾ ਦਿਲਿ ਅੰਧਿਆਰੀ ਰਾਤਿ ॥੫੦॥ ବାହାରୁ ସମାଜ ସାମନାରେ ଉତ୍ତମ ପୁରୁଷ କହିଥାଏ, ପରନ୍ତୁ ଅନ୍ଧାର ରାତ୍ରି ଭଳି ମନ୍ଦ ଅଟେ||50||
ਫਰੀਦਾ ਰਤੀ ਰਤੁ ਨ ਨਿਕਲੈ ਜੇ ਤਨੁ ਚੀਰੈ ਕੋਇ ॥ ବାବା ଫରିଦ ଜୀ କହନ୍ତି, ପ୍ରଭୁଙ୍କ ବନ୍ଦନାରେ ମସ୍ତ ପୁରୁଷଙ୍କ ଯଦି କେହି ଶରୀର ଚିରି ଦିଏ, ତାହାହେଲେ ମଧ୍ୟ ସେଥିରୁ ରକ୍ତ ବାହାରେ ନାହିଁ।
ਜੋ ਤਨ ਰਤੇ ਰਬ ਸਿਉ ਤਿਨ ਤਨਿ ਰਤੁ ਨ ਹੋਇ ॥੫੧॥ କାରଣ ପ୍ରଭୁଙ୍କ ବନ୍ଦନାରେ ରତ ରହିବା ବାଲାର ଶରୀରରେ ରକ୍ତ ନଥାଏ। ||51||
ਮਃ ੩ ॥ ମହଲା 3॥
ਇਹੁ ਤਨੁ ਸਭੋ ਰਤੁ ਹੈ ਰਤੁ ਬਿਨੁ ਤੰਨੁ ਨ ਹੋਇ ॥ ଏହି ଶରୀରରେ ରକ୍ତ ହିଁ ରକ୍ତ ଥାଏ ଏବଂ ରାକ୍ତ ବିନା ଶରୀର ହୁଏନାହିଁ।
ਜੋ ਸਹ ਰਤੇ ਆਪਣੇ ਤਿਤੁ ਤਨਿ ਲੋਭੁ ਰਤੁ ਨ ਹੋਇ ॥ ଯେଉଁ ଲୋକ ନିଜ ମାଲିକଙ୍କ ବନ୍ଦନାରେ ଲୀନ ରହିଥାଏ, ବାସ୍ତବରେ ତାହାର ଶରୀରରେ ଲୋଭ ରୂପୀ ରକ୍ତ ରହେ ନାହିଁ।
ਭੈ ਪਇਐ ਤਨੁ ਖੀਣੁ ਹੋਇ ਲੋਭੁ ਰਤੁ ਵਿਚਹੁ ਜਾਇ ॥ ମାଲିକଙ୍କ ଭୟରେ ରହିବା ଦ୍ଵାରା ତାହାର ଶରୀର କ୍ଷୀଣ ହୋଇଥାଏ ଏବଂ ଯାହାଦ୍ୱାରା ଲୋଭ ରକ୍ତ ବାହାରି ଯାଏ।
ਜਿਉ ਬੈਸੰਤਰਿ ਧਾਤੁ ਸੁਧੁ ਹੋਇ ਤਿਉ ਹਰਿ ਕਾ ਭਉ ਦੁਰਮਤਿ ਮੈਲੁ ਗਵਾਇ ॥ ଯେପରି ଅଗ୍ନିରେ ସ୍ଵର୍ଣ୍ଣ ଇତ୍ୟାଦି ଧାତୁ ଶୁଦ୍ଧ ହୋଇଯାଏ, ସେପରି ହିଁ ପରମାତ୍ମାଙ୍କ ଭୟ ଦୁର୍ମତିର ମଇଳା ଦୂର କରି ଦେଇଥାଏ।
ਨਾਨਕ ਤੇ ਜਨ ਸੋਹਣੇ ਜਿ ਰਤੇ ਹਰਿ ਰੰਗੁ ਲਾਇ ॥੫੨॥ ଗୁରୁ ନାନକ କଥନ କରନ୍ତି ଯେ ସେହି ଭକ୍ତଜନ ସୁନ୍ଦର ଅଟେ, ଯିଏ ପରମାତ୍ମାଙ୍କ ଭକ୍ତିରେ ଲୀନ ରହିଥାଏ। ||52||
ਫਰੀਦਾ ਸੋਈ ਸਰਵਰੁ ਢੂਢਿ ਲਹੁ ਜਿਥਹੁ ਲਭੀ ਵਥੁ ॥ ଫରିଦ ଜୀ କହନ୍ତି ଯେ ଗୁରୁ ରୂପୀ ଏପରି ସରୋବର ସନ୍ଧାନ କର, ଯେଉଁ ଠାରୁ ସବୁ ବସ୍ତୁ ପ୍ରାପ୍ତ ହୋଇଥାଏ।
ਛਪੜਿ ਢੂਢੈ ਕਿਆ ਹੋਵੈ ਚਿਕੜਿ ਡੁਬੈ ਹਥੁ ॥੫੩॥ ସାଧାରଣ ଜଳାଶୟ ଖୋଜିବାରେ କୌଣସି ଲାଭ ନଥାଏ, ସେଠାରେ କଚରାରେ ହାତ ବୁଡି ରହିବ ଅର୍ଥାତ କୁସଙ୍ଗତି ଦ୍ଵାରା ବଦନାମୀ ହେବ||53||
ਫਰੀਦਾ ਨੰਢੀ ਕੰਤੁ ਨ ਰਾਵਿਓ ਵਡੀ ਥੀ ਮੁਈਆਸੁ ॥ ହେ ଫରିଦ! ଯୌବନରେ ପତି-ପ୍ରଭୁଙ୍କ ସୁଖ ପ୍ରାପ୍ତ କରିନାହିଁ ଏବଂ ବୟସ ଅତିକ୍ରାନ୍ତ ହୋଇଛି,
ਧਨ ਕੂਕੇਂਦੀ ਗੋਰ ਮੇਂ ਤੈ ਸਹ ਨਾ ਮਿਲੀਆਸੁ ॥੫੪॥ ଜୀବ-ସ୍ତ୍ରୀ କବରରେ ଚିତ୍କାର କରିଥାଏ, ହେ ପ୍ରଭୁ! ତୋ’ ସହିତ ମୋର ମିଳନ ହୋଇନାହିଁ||54||
ਫਰੀਦਾ ਸਿਰੁ ਪਲਿਆ ਦਾੜੀ ਪਲੀ ਮੁਛਾਂ ਭੀ ਪਲੀਆਂ ॥ ଫରିଦ ଜୀ କହନ୍ତି ମସ୍ତକର ବାଳ, ଦାଢି-ନିଶ ଧଳା ହୋଇ ଯାଇଛି ଅର୍ଥାତ ବାର୍ଦ୍ଧକ୍ୟ ଆସି ଯାଇଛି,
ਰੇ ਮਨ ਗਹਿਲੇ ਬਾਵਲੇ ਮਾਣਹਿ ਕਿਆ ਰਲੀਆਂ ॥੫੫॥ ପରନ୍ତୁ ହେ ବାଉଳା ମନ! ବର୍ତ୍ତମାନ ମଧ୍ୟ ତୁ ରଙ୍ଗୀନ ଦୁନିଆରେ ରତ ରହିଛୁ||55||
ਫਰੀਦਾ ਕੋਠੇ ਧੁਕਣੁ ਕੇਤੜਾ ਪਿਰ ਨੀਦੜੀ ਨਿਵਾਰਿ ॥ ଫରିଦ ଜୀ ବୁଝାନ୍ତି ଯେ ଘରର ଛାତ ଉପରେ କେତେ ଦୂର ଦୌଡି ଯାଇ ପାରିବ? ଅର୍ଥାତ ଏହି ଜୀବନ ଘରର ଛାତ ଭଳି ଅଟେ, ନିଜର ନିଦ୍ରା ଦୂର କରିନିଅ।
ਜੋ ਦਿਹ ਲਧੇ ਗਾਣਵੇ ਗਏ ਵਿਲਾੜਿ ਵਿਲਾੜਿ ॥੫੬॥ ଯେଉଁ ଦିନ ତୋତେ ଗଣନା ମିଳି ଅଛି, ତୁମେଦ୍ରୁତ ଗତିରେ ଚାଲି ଯାଉଛ। ॥56॥
ਫਰੀਦਾ ਕੋਠੇ ਮੰਡਪ ਮਾੜੀਆ ਏਤੁ ਨ ਲਾਏ ਚਿਤੁ ॥ ବାବା ଫରିଦ ସାବଧାନ କରି କହନ୍ତି ଯେ ସୁନ୍ଦର ଘର, ମହଲାରେ ହୃଦୟ ଲଗାଅ ନାହିଁ।
ਮਿਟੀ ਪਈ ਅਤੋਲਵੀ ਕੋਇ ਨ ਹੋਸੀ ਮਿਤੁ ॥੫੭॥ କାରଣ ମରିବା ପରେ ତୋ’ ଉପରେ ବେସୁମାରୀ ମାଟି ହିଁ ପଡିଥାଏ ଆଉ କେହି ମିତ୍ର ରହନ୍ତି ନାହିଁ||57||
ਫਰੀਦਾ ਮੰਡਪ ਮਾਲੁ ਨ ਲਾਇ ਮਰਗ ਸਤਾਣੀ ਚਿਤਿ ਧਰਿ ॥ ଫରିଦ ଜୀ ପୁନଃ ଚେତାଇ କହନ୍ତି ଯେ ବଡ ଘର ଏବଂ ଧନ-ଦୌଲତ ସହିତ ହିଁ ହୃଦୟ ଲଗାଅ, ମୃତ୍ୟୁ ଅଟଳ ଅଟେ, ଏହାକୁ ସଦା ସ୍ମରଣ କର।
error: Content is protected !!
Scroll to Top