Guru Granth Sahib Translation Project

guru granth sahib odia page-1374

Page 1374

ਓਰਾ ਗਰਿ ਪਾਨੀ ਭਇਆ ਜਾਇ ਮਿਲਿਓ ਢਲਿ ਕੂਲਿ ॥੧੭੭॥ ଯେପରି ବରଫ ଗରମ ଯୋଗୁଁ ତରଳି ପାଣି ରୂପ ହୋଇଯାଏ ଏବଂ ବହି ଯାଇଥାଏ||177||
ਕਬੀਰਾ ਧੂਰਿ ਸਕੇਲਿ ਕੈ ਪੁਰੀਆ ਬਾਂਧੀ ਦੇਹ ॥ ହେ କବୀର! ଈଶ୍ଵର ପଞ୍ଚ ତତ୍ତ୍ଵ ରୂପୀ ଧୁଳି ମିଶାଇ ଶରୀର ରୂପୀ ପୁଡିଆ ବାନ୍ଧିଛନ୍ତି।
ਦਿਵਸ ਚਾਰਿ ਕੋ ਪੇਖਨਾ ਅੰਤਿ ਖੇਹ ਕੀ ਖੇਹ ॥੧੭੮॥ ଏହି ଶରୀର ଚାରି ଦିଆନର ତମାସା ଅଟେ, ଶେଷରେ ଶରୀର ରୂପୀ ମାଟି ମାଟିରେ ମିଶିଯାଏ||178||
ਕਬੀਰ ਸੂਰਜ ਚਾਂਦ ਕੈ ਉਦੈ ਭਈ ਸਭ ਦੇਹ ॥ ହେ କବୀର! ସୂର୍ଯ୍ୟ, ଚନ୍ଦ୍ରର ଉଦୟ ଭଳି ଏହି ଶରୀର ନଶ୍ଵର ଅଟେ।
ਗੁਰ ਗੋਬਿੰਦ ਕੇ ਬਿਨੁ ਮਿਲੇ ਪਲਟਿ ਭਈ ਸਭ ਖੇਹ ॥੧੭੯॥ ଗୁରୁ-ପରମେଶ୍ଵରଙ୍କ ମିଳନ ବିନା ସବୁ ମାଟି ହୋଇଯାଏ||179||
ਜਹ ਅਨਭਉ ਤਹ ਭੈ ਨਹੀ ਜਹ ਭਉ ਤਹ ਹਰਿ ਨਾਹਿ ॥ ହେ କବୀର! ଯେଉଁଠି ପରମ ସତ୍ୟର ଜ୍ଞାନ ହୋଇଥାଏ, ସେଠାରେ ମୃତ୍ୟୁର ଭୟ ନଥାଏ, ଯେଉଁଠି ସାଂସାରିକ ଭୟ ଥାଏ,ସେଠାରେ ଈଶ୍ଵର ରହନ୍ତି ନାହିଁ।
ਕਹਿਓ ਕਬੀਰ ਬਿਚਾਰਿ ਕੈ ਸੰਤ ਸੁਨਹੁ ਮਨ ਮਾਹਿ ॥੧੮੦॥ କବୀର ଜୀ କହନ୍ତି ଯେ ଏହି କଥା ସେ ଚିନ୍ତା କରି କହିଛନ୍ତି, ହେ ସଜ୍ଜନ! ତୁମେ ଏହାକୁ ମନ ଲଗାଇ ଶୁଣ||180||
ਕਬੀਰ ਜਿਨਹੁ ਕਿਛੂ ਜਾਨਿਆ ਨਹੀ ਤਿਨ ਸੁਖ ਨੀਦ ਬਿਹਾਇ ॥ ହେ କବୀର! ଯାହାକୁ କିଛି ସତ୍ୟ ଅଥବା ଜ୍ଞାନ ଜଣା ନାହିଁ, ସେ ନିଶ୍ଚିନ୍ତ ହୋଇ ସୁଖର ନିଦ୍ରାରେ ଶୟନ କରିଥାଏ।
ਹਮਹੁ ਜੁ ਬੂਝਾ ਬੂਝਨਾ ਪੂਰੀ ਪਰੀ ਬਲਾਇ ॥੧੮੧॥ ପରନ୍ତୁ ଯେତେବେଳେ ସତ୍ୟକୁ ଜାଣିଛନ୍ତି, ସବୁ ବଳା ଦୂର ହୋଇ ଯାଇଛି ||181||
ਕਬੀਰ ਮਾਰੇ ਬਹੁਤੁ ਪੁਕਾਰਿਆ ਪੀਰ ਪੁਕਾਰੈ ਅਉਰ ॥ କବୀର ଜୀ କହନ୍ତି: ଯେତେବେଳେ ଦୁନିଆରୁ ଚୋଟ ପାଇଥାଏ, ମନୁଷ୍ୟ ଯନ୍ତ୍ରଣାରେ ଚିତ୍କାର କରିଥାଏ।
ਲਾਗੀ ਚੋਟ ਮਰੰਮ ਕੀ ਰਹਿਓ ਕਬੀਰਾ ਠਉਰ ॥੧੮੨॥ ପରନ୍ତୁ ହେ କବୀର! କାହାକୁ ମର୍ମରେ ଚୋଟ ଲାଗିଥାଏ, ସେ ଚିତ୍କାର କରିବା ପାଇଁ ମଧ୍ୟ ଯୋଗ୍ୟ ହୁଏନାହିଁ||182||
ਕਬੀਰ ਚੋਟ ਸੁਹੇਲੀ ਸੇਲ ਕੀ ਲਾਗਤ ਲੇਇ ਉਸਾਸ ॥ ହେ କବୀର! ବର୍ଚ୍ଛାର ଚୋଟ ସୁଗମ ଅଟେ, ଯାହା ଲାଗିବା ପରେ ଅତି କମରେ ଶ୍ଵାସ ନେଇ ହୁଏ।
ਚੋਟ ਸਹਾਰੈ ਸਬਦ ਕੀ ਤਾਸੁ ਗੁਰੂ ਮੈ ਦਾਸ ॥੧੮੩॥ ଶବ୍ଦ-ଗୁରୁଙ୍କ ଚୋଟ ସହିବା ବଡ କଠିନ ଅଟେ, ଯିଏ ଶବ୍ଦର ଚୋଟ ସହନ କରିଥାଏ, ମୁଁ ସ୍ଵୟଂକୁ ସେହି ଗୁରୁଙ୍କ ଦାସ ମାନିଥାଏ||183||
ਕਬੀਰ ਮੁਲਾਂ ਮੁਨਾਰੇ ਕਿਆ ਚਢਹਿ ਸਾਂਈ ਨ ਬਹਰਾ ਹੋਇ ॥ କବୀର ଜୀ ଉପଦେଶ ଦେଇଥାନ୍ତି ଯେ ହେ ମୁଲ୍ଲା! ତୁ ଚିତ୍କାର କରିବା ପାଇଁ ମୀନାର ଉପରେ କାହିଁକି ଚଢୁଅଛୁ, ଶୁଣିବା ବାଲା ମାଲିକ ବଧିର ନୁହନ୍ତି।
ਜਾ ਕਾਰਨਿ ਤੂੰ ਬਾਂਗ ਦੇਹਿ ਦਿਲ ਹੀ ਭੀਤਰਿ ਜੋਇ ॥੧੮੪॥ ଯାହାଙ୍କ ପାଇଁ ତୁ ଚିତ୍କାର କରୁଛୁ, ତାହାଙ୍କୁ ତୁ ନିଜ ହୃଦୟରେ ରଖି ଦେଖ||184||
ਸੇਖ ਸਬੂਰੀ ਬਾਹਰਾ ਕਿਆ ਹਜ ਕਾਬੇ ਜਾਇ ॥ ହେ ଶେଖ! ଯଦି ମନରେ ସନ୍ତୋଷ ନାହିଁ, ହଜ୍ଜ କରିବା ପାଇଁ କାବବା କାହିଁକି ଯିବା।
ਕਬੀਰ ਜਾ ਕੀ ਦਿਲ ਸਾਬਤਿ ਨਹੀ ਤਾ ਕਉ ਕਹਾਂ ਖੁਦਾਇ ॥੧੮੫॥ କବୀର ଜୀ କହନ୍ତି ଯେ ଯାହାର ହୃଦୟ ସଫା ନାହିଁ, ତାହାକୁ କିପରି ଖୁଦା ମିଳି ପାରିବେ?॥185॥
ਕਬੀਰ ਅਲਹ ਕੀ ਕਰਿ ਬੰਦਗੀ ਜਿਹ ਸਿਮਰਤ ਦੁਖੁ ਜਾਇ ॥ କବୀର ଜୀ ଆଗ୍ରହ କରନ୍ତି ଯେ ଆଲାହାଙ୍କ ବନ୍ଦନା କର, ତାହାଙ୍କୁ ସ୍ମରଣ କରିଲେ ସବୁ ଦୁଃଖ-ଯନ୍ତ୍ରଣା ଦୂର ହୋଇଯାଏ।
ਦਿਲ ਮਹਿ ਸਾਂਈ ਪਰਗਟੈ ਬੁਝੈ ਬਲੰਤੀ ਨਾਂਇ ॥੧੮੬॥ ସେହି ମାଲିକ ହୃଦୟରେ ହିଁ ମିଳିଯାନ୍ତି ଏବଂ ତାହାଙ୍କ ନାମ ଦ୍ଵାରା ସଂସାରର ତୃଷ୍ଣା ମେଣ୍ଟି ଯାଏ||186||
ਕਬੀਰ ਜੋਰੀ ਕੀਏ ਜੁਲਮੁ ਹੈ ਕਹਤਾ ਨਾਉ ਹਲਾਲੁ ॥ କବୀର ଜୀ କହନ୍ତି ଯେ ଏକ ତୁ ହିଁ ନିରୀହ ଜୀବ ଉପରେ ଜୋର-ଜବରଦସ୍ତି କରି ଅତ୍ୟାଚାର କରିଥାଉ ଏବଂ ଅନ୍ୟମାନେ ଏହାକୁ ହଲାଲ ଆଖ୍ୟା ଦେଇଥାନ୍ତି।
ਦਫਤਰਿ ਲੇਖਾ ਮਾਂਗੀਐ ਤਬ ਹੋਇਗੋ ਕਉਨੁ ਹਵਾਲੁ ॥੧੮੭॥ ଯେତେବେଳେ ଖୁଦାଙ୍କ ଦରବାରରେ ତୋର କର୍ମର ହିସାବ ମାଗାଯାଏ, ତୋର କଣ ଅବସ୍ଥା ହେବ?||187||
ਕਬੀਰ ਖੂਬੁ ਖਾਨਾ ਖੀਚਰੀ ਜਾ ਮਹਿ ਅੰਮ੍ਰਿਤੁ ਲੋਨੁ ॥ କବୀର ଜୀ ମାଂସ ଖାଇବାରେ ଆପତ୍ତି ଜଣାଇ କହନ୍ତି ଯେ ଡାଲି-ଖେଚୁଡି ଖାଇବା ଉତ୍ତମ ଅଟେ, ଯାହା ସ୍ଵାଦିଷ୍ଟ ହୋଇଥାଏ।
ਹੇਰਾ ਰੋਟੀ ਕਾਰਨੇ ਗਲਾ ਕਟਾਵੈ ਕਉਨੁ ॥੧੮੮॥ ଜିହ୍ଵା ସ୍ଵାଦ ପାଇଁ ମାଂସାହାର ଉଦ୍ଦେଶ୍ୟରେ ଜୀବକୁ ମାରିବା ଏବଂ ପୁଣି ଏହାର ସଜା ଭୋଗିବା ପାଇଁ ନିଜ ଗଳା କିଏ କାଟିବ?||188||
ਕਬੀਰ ਗੁਰੁ ਲਾਗਾ ਤਬ ਜਾਨੀਐ ਮਿਟੈ ਮੋਹੁ ਤਨ ਤਾਪ ॥ କବୀର ଜୀ କହନ୍ତି ଯେ ଗୁରୁଙ୍କ ସହିତ ସାକ୍ଷାତ ସେତେବେଳେ ମାନାଯାଏ, ଯେତେବେଳେ ମୋହ ଏବଂ ତନର ରୋଗ ଦୂର ହୋଇଯାଏ।
ਹਰਖ ਸੋਗ ਦਾਝੈ ਨਹੀ ਤਬ ਹਰਿ ਆਪਹਿ ਆਪਿ ॥੧੮੯॥ ପୁଣି ଖୁସି ଅଥବା ଦୁଃଖ କୌଣସି ପ୍ରଭାବ ପକାଏ ନାହିଁ, ସେତେବେଳେ ପରମାତ୍ମା ସ୍ଵୟଂ ରହିଥାନ୍ତି||189||
ਕਬੀਰ ਰਾਮ ਕਹਨ ਮਹਿ ਭੇਦੁ ਹੈ ਤਾ ਮਹਿ ਏਕੁ ਬਿਚਾਰੁ ॥ କବୀର ଜୀ କହନ୍ତି ଯେ ରାମ କହିବାରେ ଭେଦ ରହିଛି, ତାହା ବୁଝିବା ଯୋଗ୍ୟ କଥା ଅଟେ।
ਸੋਈ ਰਾਮੁ ਸਭੈ ਕਹਹਿ ਸੋਈ ਕਉਤਕਹਾਰ ॥੧੯੦॥ ଦଶରଥ ପୁତ୍ର ଶ୍ରୀରାମଚନ୍ଦ୍ରଙ୍କୁ ସମସ୍ତେ ରାମ ହିଁ କହିଥାନ୍ତି ଏବଂ ସର୍ବବ୍ୟାପକ ଲୀଳା କରିବା ବାଲା ରଚୟିତାଙ୍କୁ ମଧ୍ୟ ରାମ ହିଁ କୁହାଯାଏ||190||
ਕਬੀਰ ਰਾਮੈ ਰਾਮ ਕਹੁ ਕਹਿਬੇ ਮਾਹਿ ਬਿਬੇਕ ॥ କବୀର ଜୀ କହନ୍ତି ଯେ ‘ରାମ’ ‘ରାମ’ ଜପି ଚାଲ, ଜପିବାରେ ବିବେକ ଅଛି।
ਏਕੁ ਅਨੇਕਹਿ ਮਿਲਿ ਗਇਆ ਏਕ ਸਮਾਨਾ ਏਕ ॥੧੯੧॥ ଏକ ରାମ ହିଁ ଅନେକ ରୂପରେ ସବୁଙ୍କ ଠାରେ ରହିଥାନ୍ତି, ଏକ ରାମ ହିଁ ସବୁ ହୃଦୟରେ ବାସ କରିଥାନ୍ତି, ସେ ସମାନ ରୂପରେ ଏକ ହିଁ ଅଟନ୍ତି||191||
ਕਬੀਰ ਜਾ ਘਰ ਸਾਧ ਨ ਸੇਵੀਅਹਿ ਹਰਿ ਕੀ ਸੇਵਾ ਨਾਹਿ ॥ କବୀର ଜୀ କହନ୍ତି ଯେ ଯେଉଁ ଘରେ ସାଧୁଙ୍କ ସେବା ହୁଏନାହିଁ, ନା ଈଶ୍ଵରଙ୍କ ପୂଜା-ବନ୍ଦନା ହୋଇଥାଏ,
ਤੇ ਘਰ ਮਰਹਟ ਸਾਰਖੇ ਭੂਤ ਬਸਹਿ ਤਿਨ ਮਾਹਿ ॥੧੯੨॥ ସେହି ଘର ଶ୍ମଶାନ ସହତ ସମାନ ଅଟେ, ଯେଉଁଠି ଭୁତ-ପ୍ରେତ ରହିଥାଏ||192||
ਕਬੀਰ ਗੂੰਗਾ ਹੂਆ ਬਾਵਰਾ ਬਹਰਾ ਹੂਆ ਕਾਨ ॥ କବୀର ଜୀ କହନ୍ତି ଯେ ସେହି ଜିହ୍ଵା ଜଡ ଓ ବାଉଳା ହୋଇଯାଏ, କାନ ବଧିର ହୋଇଯାଏ (ଅର୍ଥାତ ଯାହାର ମନରେ ଗୁରୁଙ୍କ ଉପଦେଶ ସ୍ଥାପିତ ହୋଇଯାଏ, ସେହି ଜିହ୍ଵା କାହାକୁ ଅପଶବ୍ଦ କହେ ନାହିଁ, କାନ କାହାର ନିନ୍ଦା ଶୁଣେ ନାହିଁ)
ਪਾਵਹੁ ਤੇ ਪਿੰਗੁਲ ਭਇਆ ਮਾਰਿਆ ਸਤਿਗੁਰ ਬਾਨ ॥੧੯੩॥ ସେହି ପାଦ ପଙ୍ଗୁ ହୋଇଯାଏ ଏବଂ ଚାଲି କରି କେଉଁ ମନ୍ଦ କାର୍ଯ୍ୟ ପାଇଁ ଯାଏ ନାହିଁ, ଯାହାକୁ ସଦଗୁରୁ ଶବ୍ଦ ବାଣ ମାରିଥାନ୍ତି||193||
ਕਬੀਰ ਸਤਿਗੁਰ ਸੂਰਮੇ ਬਾਹਿਆ ਬਾਨੁ ਜੁ ਏਕੁ ॥ କବୀର ଜୀ କହନ୍ତି ଯେ ପୂର୍ଣ୍ଣ ଗୁରୁ ଯାହାକୁ ନିଜ ଉପଦେଶର ଏକ ବାଣ ମାରିଥାନ୍ତି,
ਲਾਗਤ ਹੀ ਭੁਇ ਗਿਰਿ ਪਰਿਆ ਪਰਾ ਕਰੇਜੇ ਛੇਕੁ ॥੧੯੪॥ ତାହା ଲାଗିବା ମାତ୍ରେ ଅହଂ ଦୂର ହୋଇଯାଏ ଏବଂ ହୃଦୟ ପ୍ରେମରେ ଲାଖି ରହି ଯାଏ||194||
ਕਬੀਰ ਨਿਰਮਲ ਬੂੰਦ ਅਕਾਸ ਕੀ ਪਰਿ ਗਈ ਭੂਮਿ ਬਿਕਾਰ ॥ ହେ କବୀର! ବର୍ଷା ସମୟରେ ଆକାଶରୁ ନିର୍ମଳ ବୁନ୍ଦା ଭୂମିରେ ପଡି ବେକାର ହୋଇଯାଏ ଏବଂ କାହାର କାମରେ ଆସେ ନାହିଁ।
error: Content is protected !!
Scroll to Top