Guru Granth Sahib Translation Project

guru granth sahib odia page-1373

Page 1373

ਤਾਸੁ ਪਟੰਤਰ ਨਾ ਪੁਜੈ ਹਰਿ ਜਨ ਕੀ ਪਨਿਹਾਰਿ ॥੧੫੯॥ ସେ ସ୍ତ୍ରୀର ସମକକ୍ଷ କରି ପାରିବା ନାହିଁ, ଯିଏ ପ୍ରଭୁ-ଭକ୍ତ ପାଇଁ ପାଣି ନେଉଥାଏ||159||
ਕਬੀਰ ਨ੍ਰਿਪ ਨਾਰੀ ਕਿਉ ਨਿੰਦੀਐ ਕਿਉ ਹਰਿ ਚੇਰੀ ਕਉ ਮਾਨੁ ॥ କବୀର ଜୀ ଜନମାନସକୁ ବତାଇ ଥାଆନ୍ତି ଯେ କୌଣସି ବଡ ରାଜାଙ୍କ ରାଣୀକୁ କାହିଁକି ନିନ୍ଦା କରାଯାଏ ଏବଂ ସନ୍ଥଙ୍କ ଦାସୀକୁ କାହିଁକି ସମ୍ମାନ ଦିଆଯାଏ।
ਓਹ ਮਾਂਗ ਸਵਾਰੈ ਬਿਖੈ ਕਉ ਓਹ ਸਿਮਰੈ ਹਰਿ ਨਾਮੁ ॥੧੬੦॥ ଏହାର କାରଣ ଏହା ଯେ ରାଜାଙ୍କ ରାଣୀ ନିଜ କାର୍ଯ୍ୟ ପାଇଁ ନିଜ ମଠାର ସିନ୍ଦୁର ଲଗାଇ ଥାଏ ଏବଂ ଦାସୀ ପରମାତ୍ମାଙ୍କ ଭଜନ କରିଥାଏ||160||
ਕਬੀਰ ਥੂਨੀ ਪਾਈ ਥਿਤਿ ਭਈ ਸਤਿਗੁਰ ਬੰਧੀ ਧੀਰ ॥ ହେ କବୀର! ଶବ୍ଦ-ଗୁରୁ ରୂପୀ ସ୍ତମ୍ଭ ମିଳିଲେ ମନ ସ୍ଥିର ହୋଇଯାଏ ଏବଂ ସଦଗୁରୁ ଧୈର୍ଯ୍ୟ ଓ ଦୃଢତା ନିଶ୍ଚିତ ଭାବରେ ପ୍ରଦାନ କରିଛନ୍ତି।
ਕਬੀਰ ਹੀਰਾ ਬਨਜਿਆ ਮਾਨ ਸਰੋਵਰ ਤੀਰ ॥੧੬੧॥ ମୁଁ ସତସଙ୍ଗ ରୂପୀ ମାନସରୋବରର କୂଳରେ ହରିନାମ ରୂପୀ ହୀରା କ୍ରୟ କରିଛି||161||
ਕਬੀਰ ਹਰਿ ਹੀਰਾ ਜਨ ਜਉਹਰੀ ਲੇ ਕੈ ਮਾਂਡੈ ਹਾਟ ॥ ହେ କବୀର! ହରିଭକ୍ତ ହିଁ ହରିନାମ ରୂପୀ ହୀରାର କ୍ରେତା ଅଟେ, ଯାହାକୁ ନେଇ ମନ ରୂପୀ ଦୋକାନରେ ସଜାଇ ରଖିଥାଏ।
ਜਬ ਹੀ ਪਾਈਅਹਿ ਪਾਰਖੂ ਤਬ ਹੀਰਨ ਕੀ ਸਾਟ ॥੧੬੨॥ ଯେତେବେଳେ ଅନ୍ୟ କେହି ପରଖ ବାଲା( ଅର୍ଥାତ ସାଧୁ-ମହାତ୍ମା) ମିଳିଥାନ୍ତି, ଏହାର ପରଖ ଅର୍ଥାତ ଜ୍ଞାନଚର୍ଚ୍ଚା ହୋଇଥାଏ||162||
ਕਬੀਰ ਕਾਮ ਪਰੇ ਹਰਿ ਸਿਮਰੀਐ ਐਸਾ ਸਿਮਰਹੁ ਨਿਤ ॥ କବୀର ଜୀ କହନ୍ତି ଯେ କାମ ପଡିଲେ ଆମେ ତତକ୍ଷଣାତ ପରମାତ୍ମାଙ୍କ ସ୍ମରଣ କରିଥାଉ, ଉତ୍ତମ ହେବ ଯଦି ତାହାଙ୍କୁ ପ୍ରତି କ୍ଷଣରେ ସ୍ମରଣ କରାଯିବ।
ਅਮਰਾ ਪੁਰ ਬਾਸਾ ਕਰਹੁ ਹਰਿ ਗਇਆ ਬਹੋਰੈ ਬਿਤ ॥੧੬੩॥ ସେତେବେଳେ ସ୍ବର୍ଗରେ ନିବାସ କରିବାର ସୁଅବସର ମଧ୍ୟ ପ୍ରାପ୍ତ ହେବ ଏବଂ ପରମାତ୍ମା ରୂପୀ ଧନ ମଧ୍ୟ ମିଳିଯିବ||163||
ਕਬੀਰ ਸੇਵਾ ਕਉ ਦੁਇ ਭਲੇ ਏਕੁ ਸੰਤੁ ਇਕੁ ਰਾਮੁ ॥ କବୀର ଜୀ ଉଦ୍ବୋଧନ କରନ୍ତି ଯେ ସେବା ପାଇଁ ଉଭୟ ସନ୍ଥ ଏବଂ ରାମ ଉତ୍ତମ ଅଟନ୍ତି।
ਰਾਮੁ ਜੁ ਦਾਤਾ ਮੁਕਤਿ ਕੋ ਸੰਤੁ ਜਪਾਵੈ ਨਾਮੁ ॥੧੬੪॥ କାରଣ ରାମ ମୁକ୍ତି ଦେବା ବାଲା ଅଟନ୍ତି ଏବଂ ସନ୍ଥ ମୁକ୍ତିଦାତାଙ୍କ ନାମ ଜପ କରାଇଥାନ୍ତି||164||
ਕਬੀਰ ਜਿਹ ਮਾਰਗਿ ਪੰਡਿਤ ਗਏ ਪਾਛੈ ਪਰੀ ਬਹੀਰ ॥ ହେ କବୀର! ଯେଉଁ କର୍ମକାଣ୍ଡ ରୂପୀ ମାର୍ଗରେ ପଣ୍ଡିତ ଚାଲିଥାଏ, ତାହାଙ୍କ ପଛରେ ସାରା ସମାଜ ପଡିଥାଏ।
ਇਕ ਅਵਘਟ ਘਾਟੀ ਰਾਮ ਕੀ ਤਿਹ ਚੜਿ ਰਹਿਓ ਕਬੀਰ ॥੧੬੫॥ ପ୍ରଭୁ-ମାର୍ଗର ଘାଟି ବହୁତ କଠିନ ଅଟେ, ଯାହା ଉପରେ କବୀର ଚଢିଥାନ୍ତି||165||
ਕਬੀਰ ਦੁਨੀਆ ਕੇ ਦੋਖੇ ਮੂਆ ਚਾਲਤ ਕੁਲ ਕੀ ਕਾਨਿ ॥ କବୀର ଜୀ କହନ୍ତି ଯେ ବ୍ୟକ୍ତି ଦୁନିଆର ପରମ୍ପରା-ରୀତିରେ ହିଁ ଚାଲିଥାଏ ଏବଂ ନିଜ କୁଳର ରୀତିକୁ ଆପଣାଇ କହିଥାଏ ଯେ ଏହା ନ କଲେ ଲୋକେ କଣ କହିବେ?
ਤਬ ਕੁਲੁ ਕਿਸ ਕਾ ਲਾਜਸੀ ਜਬ ਲੇ ਧਰਹਿ ਮਸਾਨਿ ॥੧੬੬॥ କବୀର ଜୀ କହନ୍ତି ଯେ ହେ ମନୁଷ୍ୟ! ଯେତେବେଳେ ତୋର ସମ୍ପର୍କୀୟ ତୋତେ ସମାସନ ଘାଟରେ ଚିତାରେ ଜଳାଇ ଦେବେ, ତୋର କୁଳର ମାନ କିଏ ରକ୍ଷା କରିବ?||166||
ਕਬੀਰ ਡੂਬਹਿਗੋ ਰੇ ਬਾਪੁਰੇ ਬਹੁ ਲੋਗਨ ਕੀ ਕਾਨਿ ॥ କବୀର ଜୀ କହନ୍ତି ଯେ ଆରେ ଅଭାଗା! ଲୋକ-ଲଜ୍ଜାରେ ତୁ ବେକାରରେ ବୁଡି ଯିବୁ।
ਪਾਰੋਸੀ ਕੇ ਜੋ ਹੂਆ ਤੂ ਅਪਨੇ ਭੀ ਜਾਨੁ ॥੧੬੭॥ ଯାହା ପଡୋଶୀ ସହିତ ହୋଇଛି, ତୁ ଏହି କଥାକୁ ମାନି ନିଅ ଯେ ତୋ; ସହିତ ମଧ୍ୟ ତାହା ହିଁ ହେବ (ଅର୍ଥାତ ମୃତ୍ୟୁ ନିଶ୍ଚୟ ଅଟେ)||167||
ਕਬੀਰ ਭਲੀ ਮਧੂਕਰੀ ਨਾਨਾ ਬਿਧਿ ਕੋ ਨਾਜੁ ॥ କବୀର ଜୀ କହନ୍ତି ଯେ ଭିକ୍ଷାରେ ମିଳିଥିବା ରୋଟି ଉତ୍ତମ ଅଟେ, ଏଥିରେ ଅନେକ ପ୍ରକାରର ଶସ୍ୟ ଥାଏ।
ਦਾਵਾ ਕਾਹੂ ਕੋ ਨਹੀ ਬਡਾ ਦੇਸੁ ਬਡ ਰਾਜੁ ॥੧੬੮॥ ଭିକାରି କୌଣସି ସମ୍ପତ୍ତି ଉପରେ ଦାବି କରେନାହିଁ, ତାହା ପାଇଁ ସାରା ଦେଶ ଓ ରାଜ୍ୟ ମଧ୍ୟ ନିଜର ପ୍ରତୀତ ହୋଇଥାଏ||168||
ਕਬੀਰ ਦਾਵੈ ਦਾਝਨੁ ਹੋਤੁ ਹੈ ਨਿਰਦਾਵੈ ਰਹੈ ਨਿਸੰਕ ॥ କବୀର ଜୀ କହନ୍ତି ଯେ ଦାବି କରିବା ଦ୍ଵାରା ଦୁଃଖ-ଯନ୍ତ୍ରଣା ହୋଇଥାଏ ଏବଂ ସୁଖ ଉପଲବ୍ଧ ହୁଏନାହିଁ।
ਜੋ ਜਨੁ ਨਿਰਦਾਵੈ ਰਹੈ ਸੋ ਗਨੈ ਇੰਦ੍ਰ ਸੋ ਰੰਕ ॥੧੬੯॥ ଯେଉଁ ବ୍ୟକ୍ତି ନିର୍ଲିପ୍ତ ରହିଥାଏ, ସେ ଇନ୍ଦ୍ରଙ୍କୁ ମଧ୍ୟ କାଙ୍ଗାଳ ମାନିଥାଏ||169||
ਕਬੀਰ ਪਾਲਿ ਸਮੁਹਾ ਸਰਵਰੁ ਭਰਾ ਪੀ ਨ ਸਕੈ ਕੋਈ ਨੀਰੁ ॥ ହେ କବୀର! ପ୍ରଭୁ ନାମ ରୂପୀ ସରୋବର କୁଳ ପର୍ଯ୍ୟନ୍ତ ଭରି ରହିଚିକିନ୍ତୁ କେହି ସେହି ପାଣିକୁ ମଧ୍ୟ ପାଇ ପାରନ୍ତି ନାହିଁ।
ਭਾਗ ਬਡੇ ਤੈ ਪਾਇਓ ਤੂੰ ਭਰਿ ਭਰਿ ਪੀਉ ਕਬੀਰ ॥੧੭੦॥ କବୀର ଜୀ କହନ୍ତି ଯେ ଅହୋଭାଗ୍ୟରୁ ଏହି ନାମ ଜଳକୁ ପାଇଛି ଏବଂ ମନଇଛା ପାନ କରୁଅଛି||170||
ਕਬੀਰ ਪਰਭਾਤੇ ਤਾਰੇ ਖਿਸਹਿ ਤਿਉ ਇਹੁ ਖਿਸੈ ਸਰੀਰੁ ॥ କବୀର ଜୀ ଉପଦେଶ ଦେଇଥାନ୍ତି ଯେ ଯେପରି ଦିନ ବଢିଲେ ଆକାଶରେ ତାରା ଲୁପ୍ତ ହୋଇଯାଏ, ସେପରି ହିଁ ବାର୍ଦ୍ଧକ୍ୟ କାରଣରୁ ଏହି ଶରୀର ସମାପ୍ତ ହୋଇଯାଏ।
ਏ ਦੁਇ ਅਖਰ ਨਾ ਖਿਸਹਿ ਸੋ ਗਹਿ ਰਹਿਓ ਕਬੀਰੁ ॥੧੭੧॥ ପରନ୍ତୁ ରାମ ନାମର ଦୁଇ ଅକ୍ଷର କେବେ କ୍ଷୀଣ ହୁଏନାହିଁ, ଏଥିପାଇଁ କବୀର ତାହାଙ୍କୁ ମନରେ ସ୍ଥାପନ କରିଛନ୍ତି||171||
ਕਬੀਰ ਕੋਠੀ ਕਾਠ ਕੀ ਦਹ ਦਿਸਿ ਲਾਗੀ ਆਗਿ ॥ କବୀର ଜୀ କହନ୍ତି ଯେ ଏହି ଜଗତ ରୂପୀ ଘର କାଠର ଅଟେ, ଏହାର ଦଶଦିଗରେ ମୋହ-ମାୟାର ଅଗ୍ନି ଲାଗି ଯାଇଛି।
ਪੰਡਿਤ ਪੰਡਿਤ ਜਲਿ ਮੂਏ ਮੂਰਖ ਉਬਰੇ ਭਾਗਿ ॥੧੭੨॥ ନିଜକୁ ପଣ୍ଡିତ ମାନିବା ବାଲା ଆତ୍ମାଭିମାନୀ ଏଥିରେ ଜଳି ମରୁଅଛି, ପରନ୍ତୁ ଅବୁଝା କୁହା ଯାଉଥିବା ବ୍ୟକ୍ତି ଏଥିରୁ ରକ୍ଷା ପାଇଯାଏ||172||
ਕਬੀਰ ਸੰਸਾ ਦੂਰਿ ਕਰੁ ਕਾਗਦ ਦੇਹ ਬਿਹਾਇ ॥ କବୀର ଜୀ ଉପଦେଶ ଦେଇଥାନ୍ତି ଯେ ମନର ସଂଶୟ ଦୂର କର, ଧର୍ମ ଗ୍ରନ୍ଥର ପାଠ ତ୍ୟାଗ କର।
ਬਾਵਨ ਅਖਰ ਸੋਧਿ ਕੈ ਹਰਿ ਚਰਨੀ ਚਿਤੁ ਲਾਇ ॥੧੭੩॥ ବାବନ ଅକ୍ଷରର ସାର ମାନି ପରମାତ୍ମାଙ୍କ ଚରଣରେ ମନ ଲଗାଅ||173||
ਕਬੀਰ ਸੰਤੁ ਨ ਛਾਡੈ ਸੰਤਈ ਜਉ ਕੋਟਿਕ ਮਿਲਹਿ ਅਸੰਤ ॥ କବୀର ଜୀ ଉପଦେଶ ଦେଇଥାନ୍ତି ଯେ କୋଟି କୋଟି ଦୁଷ୍ଟ-ପାପୀ ମିଳିଯାଉ, ପରନ୍ତୁ ସନ୍ଥ ପୁରୁଷ ନିଜର ସ୍ଵଭାବ ଛାଡନ୍ତି ନାହିଁ।
ਮਲਿਆਗਰੁ ਭੁਯੰਗਮ ਬੇਢਿਓ ਤ ਸੀਤਲਤਾ ਨ ਤਜੰਤ ॥੧੭੪॥ ଯେପରି ଚନ୍ଦନ ଗଛ ସର୍ପ ସହିତ ଲିପ୍ତ ରହିଥାଏ, ପରନ୍ତୁ ନିଜର ଶୀତଳତା ଛାଡେ ନାହିଁ||174||
ਕਬੀਰ ਮਨੁ ਸੀਤਲੁ ਭਇਆ ਪਾਇਆ ਬ੍ਰਹਮ ਗਿਆਨੁ ॥ ହେ କବୀର! ବ୍ରହ୍ମ ଜ୍ଞାନ ପ୍ରାପ୍ତ କରି ମନ ଶୀତଳ-ଶାନ୍ତ ହୋଇ ଯାଇଛି।
ਜਿਨਿ ਜੁਆਲਾ ਜਗੁ ਜਾਰਿਆ ਸੁ ਜਨ ਕੇ ਉਦਕ ਸਮਾਨਿ ॥੧੭੫॥ ଯେଉଁ ମାୟାର ଜ୍ଵାଳା ପୁରା ଜଗତକୁ ଜଳାଇ ଦେଇଛି, ତାହା ସେବକ ପାଇଁ ଜଳ ଭଳି ଶୀତଳ ହୋଇ ଯାଇଛି||175||
ਕਬੀਰ ਸਾਰੀ ਸਿਰਜਨਹਾਰ ਕੀ ਜਾਨੈ ਨਾਹੀ ਕੋਇ ॥ ହେ କବୀର! ସେହି ସୃଜନହାରଙ୍କ ଲୀଳାକୁ କେହି ଜାଣନ୍ତି ନାହିଁ।
ਕੈ ਜਾਨੈ ਆਪਨ ਧਨੀ ਕੈ ਦਾਸੁ ਦੀਵਾਨੀ ਹੋਇ ॥੧੭੬॥ ହୁଏତ ଏହା ସ୍ଵୟଂ ସେହି ମାଲିକ ଜାଣିଥାନ୍ତି କିମ୍ବା ତାହାଙ୍କ ସାନ୍ନିଧ୍ୟରେ ରହିବା ବାଲା ଭକ୍ତ ହିଁ ଜାଣିଥାଏ|176|
ਕਬੀਰ ਭਲੀ ਭਈ ਜੋ ਭਉ ਪਰਿਆ ਦਿਸਾ ਗਈ ਸਭ ਭੂਲਿ ॥ ହେ କବୀର! ଏହା ବହୁତ ଭଲ ଯେ ପରମେଶ୍ଵରଙ୍କ ଭୟ ମନରେ ଆସି ଯାଇଛି, ଯାହାଦ୍ୱାରା ସଂସାରର ସବୁ ଦିଗ ଭୁଲି ଯାଇଛି।
error: Content is protected !!
Scroll to Top