Guru Granth Sahib Translation Project

guru granth sahib odia page-1370

Page 1370

ਆਪ ਡੁਬੇ ਚਹੁ ਬੇਦ ਮਹਿ ਚੇਲੇ ਦੀਏ ਬਹਾਇ ॥੧੦੪॥ ଏପରି ଗୁରୁ ସ୍ଵୟଂ ଚାରି ବେଦର କର୍ମକାଣ୍ଡରେ ବୁଡି ରହିଥାନ୍ତି, ନିଜ ଛେଲାଙ୍କୁ ମଧ୍ୟ ସେହି କର୍ମକାଣ୍ଡରେ ଲିପ୍ତ କରାଇ ଥାଆନ୍ତି||104||
ਕਬੀਰ ਜੇਤੇ ਪਾਪ ਕੀਏ ਰਾਖੇ ਤਲੈ ਦੁਰਾਇ ॥ ହେ କବୀର! ବ୍ୟକ୍ତି ଯେତେ ପାପ କର୍ମ କରିଥାଏ, ତାହାକୁ ଲୋକଙ୍କ ଠାରୁ ଲୁଚାଇ ହୃଦୟରେ ରଖିଥାଏ।
ਪਰਗਟ ਭਏ ਨਿਦਾਨ ਸਭ ਜਬ ਪੂਛੇ ਧਰਮ ਰਾਇ ॥੧੦੫॥ ପରନ୍ତୁ ଯେତେବେଳେ ଧର୍ମରାଜ କର୍ମର ହିସାବ ପଚାରି ଥାଆନ୍ତି, ସବୁ ସତ୍ୟ ସାମନାକୁ ଆସିଥାଏ||105||
ਕਬੀਰ ਹਰਿ ਕਾ ਸਿਮਰਨੁ ਛਾਡਿ ਕੈ ਪਾਲਿਓ ਬਹੁਤੁ ਕੁਟੰਬੁ ॥ ହେ କବୀର! ବ୍ୟକ୍ତି ଭଗବାନଙ୍କ ଭଜନ ଛାଡି ପରିବାରର ପାଳନ-ପୋଷଣରେ ଲୀନ ରହିଥାଏ।
ਧੰਧਾ ਕਰਤਾ ਰਹਿ ਗਇਆ ਭਾਈ ਰਹਿਆ ਨ ਬੰਧੁ ॥੧੦੬॥ ସେ କାମ ଧନ୍ଦା କରି ଭଜନରୁ ବଞ୍ଚିତ ରହିଯାଏ ଏବଂ ଏବଂ ଶେଷରେ ଭାଇ-ବନ୍ଧୁ କେହି ରହନ୍ତି ନାହିଁ||106||
ਕਬੀਰ ਹਰਿ ਕਾ ਸਿਮਰਨੁ ਛਾਡਿ ਕੈ ਰਾਤਿ ਜਗਾਵਨ ਜਾਇ ॥ କବୀର ଜୀ କହନ୍ତି ଯେ ପରମାତ୍ମାଙ୍କ ସ୍ମରଣ ତ୍ୟାଗ କରି ଯେଉଁ ସ୍ତ୍ରୀ ରାତ୍ରିରେ ଶ୍ମଶାନକୁ ଶବ ଜାଗ୍ରତ କରାଇବା ପାଇଁ ଯାଇଥାଏ,
ਸਰਪਨਿ ਹੋਇ ਕੈ ਅਉਤਰੈ ਜਾਏ ਅਪੁਨੇ ਖਾਇ ॥੧੦੭॥ ସେ ନାଗୁଣୀ ବନି ଜନ୍ମ ନେଇଥାଏ ଏବଂ ନିଜର ହିଁ ସନ୍ତାନକୁ ଖାଇ ଦେଇଥାଏ||107||
ਕਬੀਰ ਹਰਿ ਕਾ ਸਿਮਰਨੁ ਛਾਡਿ ਕੈ ਅਹੋਈ ਰਾਖੈ ਨਾਰਿ ॥ କବୀର ଜୀ କହନ୍ତି ଯେ ଯେଉଁ ନାରୀ ଭଗବାନଙ୍କ ସ୍ମରଣ ତ୍ୟାଗ କରି ଆହୋଇ ମାତାଙ୍କ ବ୍ରତ ରଖିଥାଏ,
ਗਦਹੀ ਹੋਇ ਕੈ ਅਉਤਰੈ ਭਾਰੁ ਸਹੈ ਮਨ ਚਾਰਿ ॥੧੦੮॥ ସେ ଗଧ ବନି ଅବତରଣ କରିଥାଏ ଏବଂ ବହୁତ ମାଣ ବୋଝ ଉଠାଇ ଥାଏ||108||
ਕਬੀਰ ਚਤੁਰਾਈ ਅਤਿ ਘਨੀ ਹਰਿ ਜਪਿ ਹਿਰਦੈ ਮਾਹਿ ॥ କବୀର ଜୀ କହନ୍ତି ଯେ ସବୁଠାରୁ ବଡ ବୁଝିବା ବାଲା ଏହା ଯେ ହୃଦୟରେ ଭଗବାନଙ୍କ ଭଜନ କରାଯାଏ,
ਸੂਰੀ ਊਪਰਿ ਖੇਲਨਾ ਗਿਰੈ ਤ ਠਾਹਰ ਨਾਹਿ ॥੧੦੯॥ ଅନ୍ୟଥା ଶୂଳି ଉପରେ ଚଢିବା ସମାନ ଅଟେ ଏଥିରୁ ପଡିଗଲେ କୌଣସି ଆଶ୍ରା ମିଳେନାହିଁ||109||
ਕਬੀਰ ਸੋੁਈ ਮੁਖੁ ਧੰਨਿ ਹੈ ਜਾ ਮੁਖਿ ਕਹੀਐ ਰਾਮੁ ॥ କବୀର ଜୀ କହନ୍ତି ଯେ ସେହି ମୁଖ ଧନ୍ୟ ଅଟେ, ଯାହାଦ୍ୱାରା ରାମନାମ କୁହାଯାଏ।
ਦੇਹੀ ਕਿਸ ਕੀ ਬਾਪੁਰੀ ਪਵਿਤ੍ਰੁ ਹੋਇਗੋ ਗ੍ਰਾਮੁ ॥੧੧੦॥ ବିଚରା ଶରୀରର କଥା କଣ, ସାରା ନଗର ପବିତ୍ର ହୋଇଯାଏ, ଯେଉଁଠି ରାମନାମ ଜପ କରାଯାଏ||110||
ਕਬੀਰ ਸੋਈ ਕੁਲ ਭਲੀ ਜਾ ਕੁਲ ਹਰਿ ਕੋ ਦਾਸੁ ॥ ହେ କବୀର! ସେହି କୁଳ ଉତ୍ତମ ଅଟେ, ଯେଉଁଠି ଈଶ୍ବରଙ୍କ ଭକ୍ତ ଜାତ ହୋଇଥାନ୍ତି।
ਜਿਹ ਕੁਲ ਦਾਸੁ ਨ ਊਪਜੈ ਸੋ ਕੁਲ ਢਾਕੁ ਪਲਾਸੁ ॥੧੧੧॥ ଯେଉଁ କୁଳରେ ଈଶ୍ବରଙ୍କ ଭକ୍ତ ଜାତ ହୁଅନ୍ତି ନାହିଁ, ସେହି କୁଳ ବାଳୁଙ୍ଗା ଭଳି ବ୍ୟର୍ଥ ଅଟେ||111||
ਕਬੀਰ ਹੈ ਗਇ ਬਾਹਨ ਸਘਨ ਘਨ ਲਾਖ ਧਜਾ ਫਹਰਾਹਿ ॥ ହେ କବୀର! ଅନେକ ହାତୀ, ଘୋଡା ଓ ସବାର ଥାଉ, ଦଶଦିଗରେ ସତ୍ତାର ପତାକା ଲାଗିଥାଉ,
ਇਆ ਸੁਖ ਤੇ ਭਿਖ੍ਯ੍ਯਾ ਭਲੀ ਜਉ ਹਰਿ ਸਿਮਰਤ ਦਿਨ ਜਾਹਿ ॥੧੧੨॥ ଏଝି ସୁଖ ପରେ ମଧ୍ୟ ଭିକ୍ଷା ହିଁ ଉତ୍ତମ ଅଟେ, ଯଦି ଦିନଟି ପରମାତ୍ମାଙ୍କ ସ୍ମରଣରେ ଅତିବାହିତ ହୋଇଥାଏ ||112||
ਕਬੀਰ ਸਭੁ ਜਗੁ ਹਉ ਫਿਰਿਓ ਮਾਂਦਲੁ ਕੰਧ ਚਢਾਇ ॥ ହେ କବୀର! କାନ୍ଧ ଉପରେ ଢାଲ ରଖି ମୁଁ ସଂସାରରେ ବୁଲୁଅଛି।
ਕੋਈ ਕਾਹੂ ਕੋ ਨਹੀ ਸਭ ਦੇਖੀ ਠੋਕਿ ਬਜਾਇ ॥੧੧੩॥ ସବୁ ଲୋକଙ୍କୁ ଦେଖିଅଛି, ପ୍ରତ୍ୟେକ ନିଜ ନିଜ ସ୍ଵାର୍ଥରେ ଅଛନ୍ତି||113||
ਮਾਰਗਿ ਮੋਤੀ ਬੀਥਰੇ ਅੰਧਾ ਨਿਕਸਿਓ ਆਇ ॥ ଜୀବନ ରାସ୍ତାରେ ଗୁଣ ରୂପୀ ମୋତି ବିଛାଡି ହୋଇ ପଡିଛି, କିନ୍ତୁ ଅନ୍ଧ ମନୁଷ୍ୟ ଜାଣିପାରୁ ନାହିଁ।
ਜੋਤਿ ਬਿਨਾ ਜਗਦੀਸ ਕੀ ਜਗਤੁ ਉਲੰਘੇ ਜਾਇ ॥੧੧੪॥ ଈଶ୍ଵରଙ୍କ ଜ୍ଞାନ-ଜ୍ୟୋତି ବିନା ଜଗତ ଅତିବାହିତ ହେଉଅଛି||114||
ਬੂਡਾ ਬੰਸੁ ਕਬੀਰ ਕਾ ਉਪਜਿਓ ਪੂਤੁ ਕਮਾਲੁ ॥ କବୀର ଜୀ କହନ୍ତି ଯେ ପୁତ୍ର କମାଲ କଣ ଜନ୍ମ ହେଲା, ମୋର ବଂଶ ବୁଡାଇ ଦେଲା।
ਹਰਿ ਕਾ ਸਿਮਰਨੁ ਛਾਡਿ ਕੈ ਘਰਿ ਲੇ ਆਯਾ ਮਾਲੁ ॥੧੧੫॥ ଭଗବାନଙ୍କ ଭଜନ ତ୍ୟାଗ କରି ଘରକୁ ଧନ-ଦୌଲତ ନେଇ ଆସିଛି||115||
ਕਬੀਰ ਸਾਧੂ ਕਉ ਮਿਲਨੇ ਜਾਈਐ ਸਾਥਿ ਨ ਲੀਜੈ ਕੋਇ ॥ କବୀର ଜୀ କହନ୍ତି ଯେ ହେ ଭାଇ! ଯଦି ସାଧୁଙ୍କ ସହିତ ମିଳନ କରିବାକୁ ଯିବାକୁ ହୁଏ, କାହା ଉପରେ ନିର୍ଭର କରନାହିଁ।
ਪਾਛੈ ਪਾਉ ਨ ਦੀਜੀਐ ਆਗੈ ਹੋਇ ਸੁ ਹੋਇ ॥੧੧੬॥ ଯଦି ଯାଉଛ, ପଛକୁ ଫେରି ଆସ ନାହିଁ, ଆଗକୁ ଯାହା ହେଉଛି କିମ୍ବା ହେବ ଚିନ୍ତା କରନାହିଁ||116||
ਕਬੀਰ ਜਗੁ ਬਾਧਿਓ ਜਿਹ ਜੇਵਰੀ ਤਿਹ ਮਤ ਬੰਧਹੁ ਕਬੀਰ ॥ କବୀର ଜୀ ବୁଝାଇଥାନ୍ତି ଯେ ଯେଉଁ ମୋହ-ମାୟାର ଜଞ୍ଜିର ଦ୍ଵାରା ସଂସାର ବନା ଯାଇଛି, ସେଥିରେ ନିଜକୁ ନିଜେ ବନ୍ଧନ କର ନାହିଁ।
ਜੈਹਹਿ ਆਟਾ ਲੋਨ ਜਿਉ ਸੋਨ ਸਮਾਨਿ ਸਰੀਰੁ ॥੧੧੭॥ ଅନ୍ୟଥା ସୁନା ଭଳି ଶରୀର ଅଟା ଓ ଲୁଣ ଭଳି ଶସ୍ତା ହୋଇ ବ୍ୟର୍ଥ ହୋଇଯିବ||117||
ਕਬੀਰ ਹੰਸੁ ਉਡਿਓ ਤਨੁ ਗਾਡਿਓ ਸੋਝਾਈ ਸੈਨਾਹ ॥ ହେ କବୀର! (ମୃତ୍ୟୁ ନିକଟ ଅଛି) ଆତ୍ମା ଉଡିବା ବାଲା ଅଟେ, ଶରୀର ସମାପ୍ତ ହେଉଅଛି, ପୁଣି ଇସାରାରେ ସମ୍ପର୍କୀୟଙ୍କୁ ବୁଝାଇ ଥାଏ।
ਅਜਹੂ ਜੀਉ ਨ ਛੋਡਈ ਰੰਕਾਈ ਨੈਨਾਹ ॥੧੧੮॥ ଅନ୍ତକାଳରେ ମଧ୍ୟ ଜୀବ ଆଖିର କାଙ୍ଗାଳପଣ ତ୍ୟାଗ କରେନାହିଁ||118||
ਕਬੀਰ ਨੈਨ ਨਿਹਾਰਉ ਤੁਝ ਕਉ ਸ੍ਰਵਨ ਸੁਨਉ ਤੁਅ ਨਾਉ ॥ କବୀର ଜୀ କହନ୍ତି ଯେ ହେ ଈଶ୍ଵର! ଏହି ନୟନରେ ତୋତେ ଦେଖିଥାଏ, କାନରେ ତୋର ନାମ-କୀର୍ତ୍ତନ ଶୁଣିଥାଏ,
ਬੈਨ ਉਚਰਉ ਤੁਅ ਨਾਮ ਜੀ ਚਰਨ ਕਮਲ ਰਿਦ ਠਾਉ ॥੧੧੯॥ ତୋର ହିଁ ନାମ ଉଚ୍ଚାରଣରେ ଲୀନ ରହିବି ଆଉ ତୋର ହିଁ ଚରଣ କମଳ ହୃଦୟରେ ବସାଇ ରଖିବି||119||
ਕਬੀਰ ਸੁਰਗ ਨਰਕ ਤੇ ਮੈ ਰਹਿਓ ਸਤਿਗੁਰ ਕੇ ਪਰਸਾਦਿ ॥ କବୀର ଜୀ କହନ୍ତି ଯେ ସଦଗୁରୁଙ୍କ କୃପାରୁ ମୁଁ ସ୍ଵର୍ଗ ନର୍କର ଚକ୍ରରୁ ମୁକ୍ତ ହୋଇ ଯାଇଛି।
ਚਰਨ ਕਮਲ ਕੀ ਮਉਜ ਮਹਿ ਰਹਉ ਅੰਤਿ ਅਰੁ ਆਦਿ ॥੧੨੦॥ ମୁଁ ଆଦିରୁ ଅନ୍ତ ପର୍ଯ୍ୟନ୍ତ ପରମେଶ୍ଵରଙ୍କ ଚରଣ କମଳରେ ଲୀନ ରହିଥାଏ||120||
ਕਬੀਰ ਚਰਨ ਕਮਲ ਕੀ ਮਉਜ ਕੋ ਕਹਿ ਕੈਸੇ ਉਨਮਾਨ ॥ କବୀର ଜୀ କହନ୍ତି ଯେ ଚରଣ କମଳର ଲାଭର ସଠିକ ଅନୁମାନ କିଭଳି କରାଯାଏ,
ਕਹਿਬੇ ਕਉ ਸੋਭਾ ਨਹੀ ਦੇਖਾ ਹੀ ਪਰਵਾਨੁ ॥੧੨੧॥ କହିବା ଦ୍ଵାରା ଶୋଭା ଦିଏ ନାହିଁ, ପରନ୍ତୁ ଦେଖିବା ଦ୍ଵାରା ହିଁ ବିଶ୍ଵାସ ହୋଇଥାଏ||121||
ਕਬੀਰ ਦੇਖਿ ਕੈ ਕਿਹ ਕਹਉ ਕਹੇ ਨ ਕੋ ਪਤੀਆਇ ॥ ହେ କବୀର! ଏହା ଦେଖି ମୁଁ କିପରି ବତାଇବି, କାରଣ ବତାଇବା ଦ୍ଵାରା କାହାକୁ ଭରସା ହୁଏନାହିଁ।
ਹਰਿ ਜੈਸਾ ਤੈਸਾ ਉਹੀ ਰਹਉ ਹਰਖਿ ਗੁਨ ਗਾਇ ॥੧੨੨॥ ଏହା କହିବା ଉଚିତ ଯେ ଈଶ୍ଵର ଯେପରି ଅଟନ୍ତି, ସେପରି ହିଁ ଅଟନ୍ତି, ଏଣୁ ମୁଁ ତାହାଙ୍କ ଗୁଣଗାନରେ ଖୁସି ରହିଥାଏ||122||
error: Content is protected !!
Scroll to Top