Page 1366
ਐਸੇ ਮਰਨੇ ਜੋ ਮਰੈ ਬਹੁਰਿ ਨ ਮਰਨਾ ਹੋਇ ॥੨੯॥
ଏପରି ମରିବା ଉଚିତ ଯେ ପୁନଃ ମୃତ୍ୟୁ ପ୍ରାପ୍ତ ନ ହେଉ ଅର୍ଥାତ ଜନ୍ମ-ମରଣରୁ ମୁକ୍ତି ମିଳି ଯାଉ||29||
ਕਬੀਰ ਮਾਨਸ ਜਨਮੁ ਦੁਲੰਭੁ ਹੈ ਹੋਇ ਨ ਬਾਰੈ ਬਾਰ ॥
କବୀର ଉପଦେଶ ଦିଅନ୍ତି ଯେ ମନୁଷ୍ୟ ଜନ୍ମ ଦୁର୍ଲଭ ଅଟେ, ଏହା ବାରମ୍ବାର ପ୍ରାପ୍ତ ହୁଏନାହିଁ।
ਜਿਉ ਬਨ ਫਲ ਪਾਕੇ ਭੁਇ ਗਿਰਹਿ ਬਹੁਰਿ ਨ ਲਾਗਹਿ ਡਾਰ ॥੩੦॥
ଯେପରି ଜଙ୍ଗଲରେ ଫଳ ପକ୍ଵ ହୋଇ ଭୂମିରେ ପଡିଥାଏ ଏବଂ ପୁନର୍ବାର ଗଛରେ ଲାଗେ ନାହିଁ||30
ਕਬੀਰਾ ਤੁਹੀ ਕਬੀਰੁ ਤੂ ਤੇਰੋ ਨਾਉ ਕਬੀਰੁ ॥
କବୀର ଜୀ କହନ୍ତି ଯେ ତୁ ହିଁ କବୀର ଅଟୁ, ତୋର ନାମ କବୀର ଅଟେ (ଆତ୍ମା ଓ ପରମାତ୍ମା ଅଭିନ୍ନ ଅଟେ)
ਰਾਮ ਰਤਨੁ ਤਬ ਪਾਈਐ ਜਉ ਪਹਿਲੇ ਤਜਹਿ ਸਰੀਰੁ ॥੩੧॥
ଯେତେବେଳେ ସାଂସାରିକ ଶରୀର ତ୍ୟାଗ କରାଯାଏ, ସେତେବେଳେ ହିଁ ରାମ ପ୍ରାପ୍ତ ହୋଇଥାନ୍ତି||31||
ਕਬੀਰ ਝੰਖੁ ਨ ਝੰਖੀਐ ਤੁਮਰੋ ਕਹਿਓ ਨ ਹੋਇ ॥
କବୀର ଜୀ କହନ୍ତି ଯେ ଅଯଥା କଥା କହିବା ଉଚିତ ନୁହେଁ, ତୁମେ କହିବା ଦ୍ଵାରା କିଛି ହୋଇ ପାରିବ ନାହିଁ।
ਕਰਮ ਕਰੀਮ ਜੁ ਕਰਿ ਰਹੇ ਮੇਟਿ ਨ ਸਾਕੈ ਕੋਇ ॥੩੨॥
କାରଣ ଈଶ୍ଵର ଯାହା କିଛି କରିଥାନ୍ତି, ତାହା କେହି ବଦଳାଇ ପାରିବେ ନାହିଁ||32||
ਕਬੀਰ ਕਸਉਟੀ ਰਾਮ ਕੀ ਝੂਠਾ ਟਿਕੈ ਨ ਕੋਇ ॥
ହେ କବୀର! ରାମଙ୍କ କଷଟିରେ କୌଣସି ମିଥ୍ୟା ବ୍ୟକ୍ତି ତିଷ୍ଠି ପାରେ ନାହିଁ (ତାହାର ମିଥ୍ୟା ସମ୍ମୁଖକୁ ଆସିଥାଏ)
ਰਾਮ ਕਸਉਟੀ ਸੋ ਸਹੈ ਜੋ ਮਰਿ ਜੀਵਾ ਹੋਇ ॥੩੩॥
ରାମଙ୍କ କଷଟିରେ ସେ ହିଁ ସଚ୍ଚା ସିଦ୍ଧ ହୋଇଥାଏ, ଯିଏ ସଂସାରରେ ନିର୍ଲିପ୍ତ ରହିଥାଏ ||33||
ਕਬੀਰ ਊਜਲ ਪਹਿਰਹਿ ਕਾਪਰੇ ਪਾਨ ਸੁਪਾਰੀ ਖਾਹਿ ॥
କବୀର ଜୀ କହନ୍ତି ଯେ ସଫା ସୁନ୍ଦର କପଡା ପିନ୍ଧିଲେ, ପାନ-ସୁପାରି ଖାଇଲେ,
ਏਕਸ ਹਰਿ ਕੇ ਨਾਮ ਬਿਨੁ ਬਾਧੇ ਜਮ ਪੁਰਿ ਜਾਂਹਿ ॥੩੪॥
ଆହା ସତ୍ତ୍ୱେ ପରମାତ୍ମାଙ୍କ ବିନା ତାହାକୁ ବାନ୍ଧି ଯମପୁରୀ ନିଆଯାଏ||34||
ਕਬੀਰ ਬੇੜਾ ਜਰਜਰਾ ਫੂਟੇ ਛੇਂਕ ਹਜਾਰ ॥
ହେ କବୀର! ଯେତେବେଳେ ଜୀବନ ରୂପୀ ନଉକା ଫାଟି ପୁରୁଣା ହୋଇଯାଏ, ସେଥିରେ ହଜାରେ ଛିଦ୍ର ହୋଇଥାଏ।
ਹਰੂਏ ਹਰੂਏ ਤਿਰਿ ਗਏ ਡੂਬੇ ਜਿਨ ਸਿਰ ਭਾਰ ॥੩੫॥
ଉତ୍ତମ କର୍ମ କରିବା ବାଲା ପାର କରିଯାଏ, ପରନ୍ତୁ ଯାହାର ମସ୍ତକରେ ପାପର ଭାର ଲଦା ହୋଇଥାଏ, ସେ ବୁଡିଯାଏ||35||
ਕਬੀਰ ਹਾਡ ਜਰੇ ਜਿਉ ਲਾਕਰੀ ਕੇਸ ਜਰੇ ਜਿਉ ਘਾਸੁ ॥
ହେ କବୀର! ମନୁଷ୍ୟର ଅସ୍ଥି ଏପରି ଜଳିଥାଏ, ଯେପରି କାଠ ହୋଇଥାଏ ଏବଂ ମସ୍ତକର ବାଳ ଘାସ ପରି ଜଳିଥାଏ।
ਇਹੁ ਜਗੁ ਜਰਤਾ ਦੇਖਿ ਕੈ ਭਇਓ ਕਬੀਰੁ ਉਦਾਸੁ ॥੩੬॥
କବୀର ଜୀ କହନ୍ତି ଯେ ଏହି ପ୍ରକାର ଲୋକଙ୍କୁ ଜଳୁଥିବା ଦେଖି ମନ ଉଦାସ ହୋଇଯାଏ||36||
ਕਬੀਰ ਗਰਬੁ ਨ ਕੀਜੀਐ ਚਾਮ ਲਪੇਟੇ ਹਾਡ ॥
କବୀର ଜୀ କହନ୍ତି ଯେ ଶରୀର ଉପରେ ଅଭିମାନ କରିବା ଉଚିତ ନୁହେଁ, ଏହା ଅସ୍ଥି ଉପରେ ଏକ ଚମଡା ମାତ୍ର ଅଟେ।
ਹੈਵਰ ਊਪਰਿ ਛਤ੍ਰ ਤਰ ਤੇ ਫੁਨਿ ਧਰਨੀ ਗਾਡ ॥੩੭॥
ଯିଏ ଘୋଡା ଉପରେ ସବାର ଏବଂ ଛତ୍ର ତଳେ ଥିଲା, ସେ ମଧ୍ୟ ଶେଷରେ ମାଟିରେ ପୋତି ହୋଇ ଯାଇଛି ||37||
ਕਬੀਰ ਗਰਬੁ ਨ ਕੀਜੀਐ ਊਚਾ ਦੇਖਿ ਅਵਾਸੁ ॥
କବୀର ଜୀ କହନ୍ତି ଯେ ଉଚ୍ଚ ଘର ଦେଖି ଅହଂକାର କରିବା ଉଚିତ ନୁହେଁ, କାରଣ
ਆਜੁ ਕਾਲ੍ਹ੍ਹਿ ਭੁਇ ਲੇਟਣਾ ਊਪਰਿ ਜਾਮੈ ਘਾਸੁ ॥੩੮॥
ଆଜି ଅଥବା କାଲୀ ମାଟି ଉପରେ ଲୋଟିବାକୁ ପଡିବ ଏବଂ ଉପରେ ଘାସ ମାଡିଯିବ||38||
ਕਬੀਰ ਗਰਬੁ ਨ ਕੀਜੀਐ ਰੰਕੁ ਨ ਹਸੀਐ ਕੋਇ ॥
କବୀର ଜୀ କହନ୍ତି ଯେ ଅମୀର ହେବାର ଅହଂକାର କରିବା ଉଚିତ ନୁହେଁ ଏବଂ ନା କୌଣସି ଦରିଦ୍ରକୁ ଉପହାସ କରିବା ଉଚିତ ଅଟେ,
ਅਜਹੁ ਸੁ ਨਾਉ ਸਮੁੰਦ੍ਰ ਮਹਿ ਕਿਆ ਜਾਨਉ ਕਿਆ ਹੋਇ ॥੩੯॥
କାରଣ ଜୀବନ-ନଉକା ସଂସାର ସାଗରରେ ହିଁ ଅଛି, କେଉଁ କଣ ଘଟିବ କିଏ କହି ପାରିବ?||39||
ਕਬੀਰ ਗਰਬੁ ਨ ਕੀਜੀਐ ਦੇਹੀ ਦੇਖਿ ਸੁਰੰਗ ॥
ହେ କବୀର! ସୁନ୍ଦର ଶରୀରକୁ ଦେଖି ଅହଂକାର କରିବା ଉଚିତ ନୁହେଁ,
ਆਜੁ ਕਾਲ੍ਹ੍ਹਿ ਤਜਿ ਜਾਹੁਗੇ ਜਿਉ ਕਾਂਚੁਰੀ ਭੁਯੰਗ ॥੪੦॥
ଆଜି ଅଥବା କାଲି ଏହାକୁ ତ୍ୟାଗ କରିବାକୁ ପଡିବ, ଯେପରି ସର୍ପ କାତି ଛାଡିଥାଏ||40||
ਕਬੀਰ ਲੂਟਨਾ ਹੈ ਤ ਲੂਟਿ ਲੈ ਰਾਮ ਨਾਮ ਹੈ ਲੂਟਿ ॥
କବୀର ଜୀ କହନ୍ତି ଯେ ହେ ଜୀବ! ଯଦି ଲୁଟିବାକୁ ଅଛି ରାମନାମ ଲୁଟି ନିଅ, ଯେତେ ପାରିବ ଲୁଟି ନିଅ (ଅର୍ଥାତ ପରମାତ୍ମାଙ୍କ ଭଜନ କର)
ਫਿਰਿ ਪਾਛੈ ਪਛੁਤਾਹੁਗੇ ਪ੍ਰਾਨ ਜਾਹਿੰਗੇ ਛੂਟਿ ॥੪੧॥
ଯେତେବେଳେ ପ୍ରାଣ ଚାଲିଯିବ, ପଶ୍ଚାତାପ କରିବ||41||
ਕਬੀਰ ਐਸਾ ਕੋਈ ਨ ਜਨਮਿਓ ਅਪਨੈ ਘਰਿ ਲਾਵੈ ਆਗਿ ॥
ହେ କବୀର! ଏପରି କେହି ବିରଳ ବ୍ୟକ୍ତି ହିଁ ଅଛି, ଯିଏ ନିଜ ଘର (ଅହଂ)କୁ ଅଗ୍ନି ଲଗାଇଛି,
ਪਾਂਚਉ ਲਰਿਕਾ ਜਾਰਿ ਕੈ ਰਹੈ ਰਾਮ ਲਿਵ ਲਾਗਿ ॥੪੨॥
ପୁଣି ପାଞ୍ଚ ବିକାରକୁ ଜଳାଇ ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଇ ଥାଏ||42||
ਕੋ ਹੈ ਲਰਿਕਾ ਬੇਚਈ ਲਰਿਕੀ ਬੇਚੈ ਕੋਇ ॥
କଣ କେହି ଏପରି ଅଛି, ଯିଏ ନିଜ ପୁତ୍ର (ମୋହ) ଏବଂ ପୁତ୍ରୀ (କାମନା) ବିକ୍ରୟ କରି ଦେଇଛି।
ਸਾਝਾ ਕਰੈ ਕਬੀਰ ਸਿਉ ਹਰਿ ਸੰਗਿ ਬਨਜੁ ਕਰੇਇ ॥੪੩॥
ଯଦି ହଁ, ସେ କବୀରଙ୍କ ସହିତ ସମ୍ପର୍କ କରି ହରି-ଭଜନର ବ୍ୟାପାର କରି ପାରିବ||43||
ਕਬੀਰ ਇਹ ਚੇਤਾਵਨੀ ਮਤ ਸਹਸਾ ਰਹਿ ਜਾਇ ॥
କବୀର ଜୀ କହନ୍ତି ଯେ ହେ ମନୁଷ୍ୟ! ଏହା ଆମର ଚେତାବନୀ ଅଟେ, ଯେପରି କାହାର ସଂଶୟ ନ ରହୁ।
ਪਾਛੈ ਭੋਗ ਜੁ ਭੋਗਵੇ ਤਿਨ ਕੋ ਗੁੜੁ ਲੈ ਖਾਹਿ ॥੪੪॥
ଅତୀତରେ ଯିଏ ଭୋଗ-ବିଳାସ କରିଥାଏ, ବର୍ତ୍ତମାନ ତାହାର କୌଣସି ମହତ୍ତ୍ଵ ରହେ ନାହିଁ, ତାହାକୁ ସାମାନ୍ୟ ପରିମାଣର ଗୁଡ ମଧ୍ୟ ଖାଇବାକୁ ମିଳି ପାରିବ ନାହିଁ||44||
ਕਬੀਰ ਮੈ ਜਾਨਿਓ ਪੜਿਬੋ ਭਲੋ ਪੜਿਬੇ ਸਿਉ ਭਲ ਜੋਗੁ ॥
କବୀର ଜୀ କହନ୍ତି ଯେ ପ୍ରଥମେ ବିଦ୍ୟାକୁ ଉତ୍ତମ ମାନିଥିଲେ ଏବଂ ତାହାପରେ ଯୋଗ-ସାଧନାକୁ ଉତ୍ତମ ମାନିଥିଲେ, ଶେଷରେ ଭକ୍ତିରେ ପୂର୍ଣ୍ଣ ନିଷ୍ଠା ଅଛି।
ਭਗਤਿ ਨ ਛਾਡਉ ਰਾਮ ਕੀ ਭਾਵੈ ਨਿੰਦਉ ਲੋਗੁ ॥੪੫॥
ବର୍ତ୍ତମାନ ଲୋକମାନେ ମୋର କେତେ ନିନ୍ଦା କଲେ ମଧ୍ୟ ମୁଁ ରାମଙ୍କ ଭକ୍ତି ଛାଡିବି ନାହିଁ||45||
ਕਬੀਰ ਲੋਗੁ ਕਿ ਨਿੰਦੈ ਬਪੁੜਾ ਜਿਹ ਮਨਿ ਨਾਹੀ ਗਿਆਨੁ ॥
ହେ କବୀର! ଯାହାର ମନରେ ଜ୍ଞାନ ନାହିଁ, ବିଚରା ଏପରି ଲୋକର ନିନ୍ଦା ଦ୍ଵାରା କିଛି ଫରକ ପଡେ ନାହିଁ।
ਰਾਮ ਕਬੀਰਾ ਰਵਿ ਰਹੇ ਅਵਰ ਤਜੇ ਸਭ ਕਾਮ ॥੪੬॥
କାରଣ କବୀର ଅନ୍ୟ ସବୁ କାମ ତ୍ୟାଗ କରି ପରମାତ୍ମାଙ୍କ ଭଜନ କରୁଛନ୍ତି||46||
ਕਬੀਰ ਪਰਦੇਸੀ ਕੈ ਘਾਘਰੈ ਚਹੁ ਦਿਸਿ ਲਾਗੀ ਆਗਿ ॥
ହେ କବୀର! ଜୀବ-ପରଦେଶୀର ଜୀବନ ରୂପୀ ଘାଘରାରେ ଚାରିଆଡୁ ଅଗ୍ନି ଲାଗି ଯାଇଛି।
ਖਿੰਥਾ ਜਲਿ ਕੋਇਲਾ ਭਈ ਤਾਗੇ ਆਂਚ ਨ ਲਾਗ ॥੪੭॥
ଶରୀର ରୂପୀ ଆବରଣ ଜଳି କୋଇଲା ହୋଇ ଯାଇଛି, ପରନ୍ତୁ ଆତ୍ମା ରୂପୀ ସୂତ୍ରକୁ ଜ୍କଉନସି ଆଞ୍ଚ ଆସି ନାହିଁ||47||
ਕਬੀਰ ਖਿੰਥਾ ਜਲਿ ਕੋਇਲਾ ਭਈ ਖਾਪਰੁ ਫੂਟ ਮਫੂਟ ॥
ହେ କବୀର! ଆବରଣ ଜଳି କୋଇଲା ହୋଇ ଯାଇଛି, ଜୀବ ରୂପୀ ଯୋଗୀର ଥାଳି ମଧ୍ୟ ଭାଙ୍ଗି ଯାଇଛି।
ਜੋਗੀ ਬਪੁੜਾ ਖੇਲਿਓ ਆਸਨਿ ਰਹੀ ਬਿਭੂਤਿ ॥੪੮॥
ବିଚରା ଜୀବ ରୂପୀ ଯୋଗୀ ନିଜ ଜୀବନ-ତମାସା ରଚନା କରି ସଂସାରରୁ ଚାଲି ଯାଇଛି, ବର୍ତ୍ତମାନ ଆସନ ଉପରେ ପାଉଁଶ ହିଁ ଅଛି||48||