Guru Granth Sahib Translation Project

guru granth sahib odia page-1362

Page 1362

ਆਸਾ ਇਤੀ ਆਸ ਕਿ ਆਸ ਪੁਰਾਈਐ ॥ ହେ ପ୍ରଭୁ! ମିଳନର ଆଶା ଏତେ ଅଧିକ ଯେ ମୋର ଆଶା ପୂର୍ଣ୍ଣ ହେବ।
ਸਤਿਗੁਰ ਭਏ ਦਇਆਲ ਤ ਪੂਰਾ ਪਾਈਐ ॥ ଯେତେବେଳେ ସଦଗୁରୁ ଦୟା କରିଥାନ୍ତି, ଆଶା ପୁରା ହୋଇଯାଏ।
ਮੈ ਤਨਿ ਅਵਗਣ ਬਹੁਤੁ ਕਿ ਅਵਗਣ ਛਾਇਆ ॥ ମୋର ମନରେ ଅବଗୁଣ ଭରି ରହିଛି।
ਹਰਿਹਾਂ ਸਤਿਗੁਰ ਭਏ ਦਇਆਲ ਤ ਮਨੁ ਠਹਰਾਇਆ ॥੫॥ ଯେତେବେଳେ ସଦଗୁରୁଙ୍କ ଦୟା ହୋଇଛି ମୋର ମନ ପ୍ରସନ୍ନ ହୋଇ ଯାଇଛି||5||
ਕਹੁ ਨਾਨਕ ਬੇਅੰਤੁ ਬੇਅੰਤੁ ਧਿਆਇਆ ॥ ଗୁରୁ ନାନକ କହନ୍ତି: ଯିଏ ଅନନ୍ତ ଶକ୍ତି ପରଂବ୍ରହ୍ମଙ୍କ ଧ୍ୟାନ କରିଛି,
ਦੁਤਰੁ ਇਹੁ ਸੰਸਾਰੁ ਸਤਿਗੁਰੂ ਤਰਾਇਆ ॥ ସଦଗୁରୁ ତାହାଙ୍କୁ ଏହି କଠିନ ସଂସାର-ସାଗରରୁ ପାର କରାଇ ଦେଇଛନ୍ତି।
ਮਿਟਿਆ ਆਵਾ ਗਉਣੁ ਜਾਂ ਪੂਰਾ ਪਾਇਆ ॥ ଯେତେବେଳେ ପୂର୍ଣ୍ଣ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି, ଜନ୍ମ-ମରଣ ଦୂର ହୋଇଯାଏ।
ਹਰਿਹਾਂ ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਸਤਿਗੁਰ ਤੇ ਪਾਇਆ ॥੬॥ ହରିଙ୍କ ନାମ ଅମୃତମୟ ଅଟେ, ଯାହା ସଦଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ||6||
ਮੇਰੈ ਹਾਥਿ ਪਦਮੁ ਆਗਨਿ ਸੁਖ ਬਾਸਨਾ ॥ ମୋର ହାତରେ ପଦ୍ମ ଚିହ୍ନ ଅଛି, ଘରେ ସୁଖ ହିଁ ସୁଖ ମିଳୁଅଛି।
ਸਖੀ ਮੋਰੈ ਕੰਠਿ ਰਤੰਨੁ ਪੇਖਿ ਦੁਖੁ ਨਾਸਨਾ ॥ ହେ ସଖୀ! ମୋର ଗଳାରେ ହରିନାମ ରୂପୀ ରତ୍ନ ଅଛି, ଯାହା ଦେଖି ଦୁଃଖ ଚାଲି ଯାଇଛି।
ਬਾਸਉ ਸੰਗਿ ਗੁਪਾਲ ਸਗਲ ਸੁਖ ਰਾਸਿ ਹਰਿ ॥ ଯିଏ ସର୍ବ ସୁଖର ଘର ଅଟନ୍ତି, ମୁଁ ସେହି ହରିଙ୍କ ସାଥିରେ ରହିଥାଏ।
ਹਰਿਹਾਂ ਰਿਧਿ ਸਿਧਿ ਨਵ ਨਿਧਿ ਬਸਹਿ ਜਿਸੁ ਸਦਾ ਕਰਿ ॥੭॥ ସମସ୍ତ ରିଦ୍ଧି, ସିଦ୍ଧି ଏବଂ ନିଧି ସର୍ବଦା ପ୍ରଭୁଙ୍କ ହାତରେ ରହିଥାଏ||7||
ਪਰ ਤ੍ਰਿਅ ਰਾਵਣਿ ਜਾਹਿ ਸੇਈ ਤਾ ਲਾਜੀਅਹਿ ॥ ଯିଏ ପରନାରୀ ସହିତ ପ୍ରୀତି କରିଥାଏ, ଏପରି ଲୋକ ଲଜ୍ଜିତ ହୋଇଥାନ୍ତି।
ਨਿਤਪ੍ਰਤਿ ਹਿਰਹਿ ਪਰ ਦਰਬੁ ਛਿਦ੍ਰ ਕਤ ਢਾਕੀਅਹਿ ॥ ଯିଏ ପ୍ରତିଦିନ ପର ଧନ ଚୋରାଇବାରେ ଲାଗିଥାଏ, ତାହାର ପାପ କେଉଁଠି ଲୁଚାଇ ହେବ
ਹਰਿ ਗੁਣ ਰਮਤ ਪਵਿਤ੍ਰ ਸਗਲ ਕੁਲ ਤਾਰਈ ॥ ଈଶ୍ଵରଙ୍କ ଗୁଣଗାନ କରିବା ଦ୍ଵାରା ମନ ପବିତ୍ର ହୋଇଯାଏ ଏବଂ ସଂପୂର୍ଣ୍ଣ କୁଳର ମୁକ୍ତି ହୋଇଥାଏ।
ਹਰਿਹਾਂ ਸੁਨਤੇ ਭਏ ਪੁਨੀਤ ਪਾਰਬ੍ਰਹਮੁ ਬੀਚਾਰਈ ॥੮॥ ଯେଉଁ ବ୍ୟକ୍ତି ପରଂବ୍ରହ୍ମଙ୍କ ଚିନ୍ତନ କରିଥାଏ, ତାହାଙ୍କ ଯଶୋଗାନ ଶୁଣିଥାଏ, ସେ ପବିତ୍ର ହୋଇଯାଏ||8||
ਊਪਰਿ ਬਨੈ ਅਕਾਸੁ ਤਲੈ ਧਰ ਸੋਹਤੀ ॥ ଉପରେ ଆକାଶ ଅଛି ଏବଂ ତଳେ ସବୁଜ-ସୁନ୍ଦର ଧରିତ୍ରୀ ଅଛି।
ਦਹ ਦਿਸ ਚਮਕੈ ਬੀਜੁਲਿ ਮੁਖ ਕਉ ਜੋਹਤੀ ॥ ଦଶ ଦିଗରେ ବିଜୁଳି ଚମକି ଥିବା ବିଜୁଳି ମୁଖକୁ ଦେଖାଇ ଥାଏ।
ਖੋਜਤ ਫਿਰਉ ਬਿਦੇਸਿ ਪੀਉ ਕਤ ਪਾਈਐ ॥ ଦେଶ-ପରଦେଶ ସନ୍ଧାନ କରିଅଛି, ପ୍ରଭୁଙ୍କୁ କିପରି ପ୍ରାପ୍ତ କରାଯାଇ ପାରିବ?
ਹਰਿਹਾਂ ਜੇ ਮਸਤਕਿ ਹੋਵੈ ਭਾਗੁ ਤ ਦਰਸਿ ਸਮਾਈਐ ॥੯॥ ଯଦି କପାଳରେ ଭାଗ୍ୟ ଥାଏ, ଦର୍ଶନ ପ୍ରାପ୍ତ ହୋଇଯାଏ||9||
ਡਿਠੇ ਸਭੇ ਥਾਵ ਨਹੀ ਤੁਧੁ ਜੇਹਿਆ ॥ ଏଠାରେ ଗୁରୁଜୀ ଗୁରୁ ରାମଦାସଙ୍କ ନଗରୀ ଅମୃତସରର ପ୍ରଶଂସା କରିଛନ୍ତି} ହେ ଗୁରୁଙ୍କ ନଗରୀ! ମୁଁ ସବୁ ସ୍ଥାନକୁ ଦେଖିଅଛି, କିନ୍ତୁ ତୋ’ ଭଳି କେଉଁ ନଗରୀ ନାହିଁ।
ਬਧੋਹੁ ਪੁਰਖਿ ਬਿਧਾਤੈ ਤਾਂ ਤੂ ਸੋਹਿਆ ॥ ବାସ୍ତବରେ, କର୍ତ୍ତା ପୁରୁଷ ବିଧାତା ସ୍ଵୟଂ ତୋତେ ବନାଇଛନ୍ତି, ତୁ ଶୋଭାବାନ ଅଟୁ।
ਵਸਦੀ ਸਘਨ ਅਪਾਰ ਅਨੂਪ ਰਾਮਦਾਸ ਪੁਰ ॥ ଅନୁପମ ରାମଦାସପୁର (ଅମୃତସର)ରେ ଅନେକ ଲୋକ ରହିଥାନ୍ତି।
ਹਰਿਹਾਂ ਨਾਨਕ ਕਸਮਲ ਜਾਹਿ ਨਾਇਐ ਰਾਮਦਾਸ ਸਰ ॥੧੦॥ ଗୁରୁ ନାନକ କହନ୍ତି: ଏହି ରାମଦାସ ସରୋବରରେ ସ୍ନାନ କରିବା ଦ୍ଵାରା ସବୁ ପାପ-ଦୋଷ ଦୂର ହୋଇଯାଏ||10||
ਚਾਤ੍ਰਿਕ ਚਿਤ ਸੁਚਿਤ ਸੁ ਸਾਜਨੁ ਚਾਹੀਐ ॥ ଚାତକ ଭଳି ଏକାଗ୍ରଚିତ୍ତ ହୋଇ ସଜ୍ଜନ ପ୍ରଭୁଙ୍କ ସହିତ ପ୍ରେମ କରିବା ଉଚିତ।
ਜਿਸੁ ਸੰਗਿ ਲਾਗੇ ਪ੍ਰਾਣ ਤਿਸੈ ਕਉ ਆਹੀਐ ॥ ଯାହା ସହିତ ପ୍ରାଣରୁ ଅଧିକ ପ୍ରେମ ଲଗାଇ ଦିଆଯାଏ, ତାହାଙ୍କୁ ଚାହିଁବା ଉଚିତ।
ਬਨੁ ਬਨੁ ਫਿਰਤ ਉਦਾਸ ਬੂੰਦ ਜਲ ਕਾਰਣੇ ॥ ଯେପରି ଚାତକ ବର୍ଷା ଜଳ ବିନ୍ଦୁ ପାଇଁ ଉଦାସ ହୋଇ ବୁଲୁଥାଏ, ସେପରି ହିଁ ହରିଭକ୍ତ ହରିନାମର କାମନା କରିଥାଏ।
ਹਰਿਹਾਂ ਤਿਉ ਹਰਿ ਜਨੁ ਮਾਂਗੈ ਨਾਮੁ ਨਾਨਕ ਬਲਿਹਾਰਣੇ ॥੧੧॥ ଗୁରୁ ନାନକ କହନ୍ତି: ଆମେ ସେହି ଜିଜ୍ଞାସୁ ପ୍ରତି ସମର୍ପିତ ଯାଇଥାନ୍ତି||11||
ਮਿਤ ਕਾ ਚਿਤੁ ਅਨੂਪੁ ਮਰੰਮੁ ਨ ਜਾਨੀਐ ॥ ମିତ୍ର(ପ୍ରଭୁ)ଙ୍କ ହୃଦୟ ଅନୁପମ ଅଟେ, ତାହାଙ୍କ ରହସ୍ୟ କେହି ଜାଣନ୍ତି ନାହିଁ।
ਗਾਹਕ ਗੁਨੀ ਅਪਾਰ ਸੁ ਤਤੁ ਪਛਾਨੀਐ ॥ ଗୁଣର ଗ୍ରାହକ ତଥ୍ୟକୁ ଜାଣି ନେଇଥାଏ ଯେ
ਚਿਤਹਿ ਚਿਤੁ ਸਮਾਇ ਤ ਹੋਵੈ ਰੰਗੁ ਘਨਾ ॥ ଯଦି ହୃଦୟ ପ୍ରଭୁଙ୍କ ଠାରେ ରହିଥାଏ, ଅତ୍ୟନ୍ତ ଆନନ୍ଦ ପ୍ରାପ୍ତ ହୋଇଥାଏ।
ਹਰਿਹਾਂ ਚੰਚਲ ਚੋਰਹਿ ਮਾਰਿ ਤ ਪਾਵਹਿ ਸਚੁ ਧਨਾ ॥੧੨॥ ଯଦି କାମୁକ ଚଞ୍ଚଳ ଚୋରକୁ ମାରି ଦିଆଯାଏ, ତାହାହେଲେ ସଚ୍ଚା ଧନ(ପ୍ରଭୁ)ପ୍ରାପ୍ତ ହୋଇଥାନ୍ତି||12||
ਸੁਪਨੈ ਊਭੀ ਭਈ ਗਹਿਓ ਕੀ ਨ ਅੰਚਲਾ ॥ ସ୍ଵପ୍ନରେ ପ୍ରଭୁଙ୍କୁ ଦେଖି ମୁଁ ଜାଗ୍ରତ ହୋଇ ଯାଇଛି, କିନ୍ତୁ ମୁଁ ତାହାଙ୍କ କାନି କାହିଁକି ଧରି ନାହିଁ?
ਸੁੰਦਰ ਪੁਰਖ ਬਿਰਾਜਿਤ ਪੇਖਿ ਮਨੁ ਬੰਚਲਾ ॥ ତୁମେ ହିଁ କାରଣ କୁହ ଯେ ପ୍ରିୟତମ ପ୍ରଭୁଙ୍କ ସୁନ୍ଦର ରୂପକୁ ଦେଖି ମନ ମୋହିତ ହୋଇ ଯାଇଛି, ଏଥିପାଇଁ ଧ୍ୟାନ ଦେଇନାହିଁ।
ਖੋਜਉ ਤਾ ਕੇ ਚਰਣ ਕਹਹੁ ਕਤ ਪਾਈਐ ॥ ମୁଁ ତାହାଙ୍କ ଚରଣ ଖୋଜୁଅଛି, କୁହ ମୋତେ କିପରି ପ୍ରାପ୍ତ ହୋଇ ପାରିବ?
ਹਰਿਹਾਂ ਸੋਈ ਜਤੰਨੁ ਬਤਾਇ ਸਖੀ ਪ੍ਰਿਉ ਪਾਈਐ ॥੧੩॥ ହେ ସଖୀ! ସେହି ଉପାୟ କୁହ, ଯାହାଦ୍ୱାରା ପ୍ରିୟ-ପ୍ରଭୁଙ୍କୁ ପ୍ରାପ୍ତ କରାଯାଏ|13||
ਨੈਣ ਨ ਦੇਖਹਿ ਸਾਧ ਸਿ ਨੈਣ ਬਿਹਾਲਿਆ ॥ ଯେଉଁ ଆଖି ସାଧୁଙ୍କ ଦର୍ଶନ କରିନାହିଁ, ସେ ପୀଡିତ ହୋଇଥାଏ।
ਕਰਨ ਨ ਸੁਨਹੀ ਨਾਦੁ ਕਰਨ ਮੁੰਦਿ ਘਾਲਿਆ ॥ ଯେଉଁ କାନ ପରମାତ୍ମାଙ୍କ ଭଜନ ଶୁଣି ନାହିଁ, ତାହାକୁ ବନ୍ଦ କରିଦେବା ଉଚିତ।
ਰਸਨਾ ਜਪੈ ਨ ਨਾਮੁ ਤਿਲੁ ਤਿਲੁ ਕਰਿ ਕਟੀਐ ॥ ଯେଉଁ ଜିହ୍ଵା ହରିନାମ ଜପି ନାହିଁ, ତାହାକୁ ଟୁକୁଡା ଟୁକୁଡା କରି କାଟିଦେବା ଉଚିତ।
ਹਰਿਹਾਂ ਜਬ ਬਿਸਰੈ ਗੋਬਿਦ ਰਾਇ ਦਿਨੋ ਦਿਨੁ ਘਟੀਐ ॥੧੪॥ ଯେତେବେଳେ ପରମାତ୍ମା ଭୁଲି ଯାଆନ୍ତି, ପ୍ରତି କ୍ଷଣରେ ଜୀବନ ସମାପ୍ତ ହୋଇଯାଏ||14
ਪੰਕਜ ਫਾਥੇ ਪੰਕ ਮਹਾ ਮਦ ਗੁੰਫਿਆ ॥ ପଦ୍ମ ଫୁଲର ବାସନାରେ ମସ୍ତ ହୋଇ ସେଥିରେ ଫସି ଯାଇଥାଏ।
ਅੰਗ ਸੰਗ ਉਰਝਾਇ ਬਿਸਰਤੇ ਸੁੰਫਿਆ ॥ ଜଟିଳତା ଭିତରେ ଫସି ପୁଣି ଉଡିବାକୁ ଭୁଲି ଯାଇଥାଏ।
error: Content is protected !!
Scroll to Top