Page 1341
ਗੁਰ ਸਬਦੇ ਕੀਨਾ ਰਿਦੈ ਨਿਵਾਸੁ ॥੩॥
ଗୁରୁଙ୍କ ଉପଦେଶ ହୃଦୟରେ ବାସ କରିଛି||3||
ਗੁਰ ਸਮਰਥ ਸਦਾ ਦਇਆਲ ॥
ଗୁରୁ ସର୍ବକଳା ସମର୍ଥ ଏବଂ ସର୍ବଦା ଦୟାଳୁ ଅଟନ୍ତି।
ਹਰਿ ਜਪਿ ਜਪਿ ਨਾਨਕ ਭਏ ਨਿਹਾਲ ॥੪॥੧੧॥
ନାନକ କହନ୍ତି ଯେ ଈଶ୍ଵରଙ୍କ ଜପ କରି ପ୍ରସନ୍ନ ହୋଇ ଯାଇଛି||4||11||
ਪ੍ਰਭਾਤੀ ਮਹਲਾ ੫ ॥
ପ୍ରଭାତୀ ମହଲା 5॥
ਗੁਰੁ ਗੁਰੁ ਕਰਤ ਸਦਾ ਸੁਖੁ ਪਾਇਆ ॥
ଗୁରୁ-ଗୁରୁ ଜପିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ।
ਦੀਨ ਦਇਆਲ ਭਏ ਕਿਰਪਾਲਾ ਅਪਣਾ ਨਾਮੁ ਆਪਿ ਜਪਾਇਆ ॥੧॥ ਰਹਾਉ ॥
ଦୀନଦୟାଳୁ କୃପା କରି ସ୍ଵୟଂ ମୋ' ଦ୍ଵାରା ନିଜ ନାମର ଜପ କରାଇଛନ୍ତି॥1॥ରୁହ॥
ਸੰਤਸੰਗਤਿ ਮਿਲਿ ਭਇਆ ਪ੍ਰਗਾਸ ॥
ସନ୍ଥଙ୍କ ସଙ୍ଗତରେ ମିଳନ ଦ୍ଵାରା ଜ୍ଞାନର ଆଲୋକ ହୋଇଯାଏ ଏବଂ
ਹਰਿ ਹਰਿ ਜਪਤ ਪੂਰਨ ਭਈ ਆਸ ॥੧॥
ପରମାତ୍ମାଙ୍କ ଜପ କରିବା ଦ୍ଵାରା ଆମର ସବୁ ଆଶା ପୂର୍ଣ୍ଣ ହୋଇଯାଏ||1||
ਸਰਬ ਕਲਿਆਣ ਸੂਖ ਮਨਿ ਵੂਠੇ ॥
ସର୍ବ-କଲ୍ୟାଣ ଏବଂ ସୁଖ ଉପଲବ୍ଧ ହୋଇଥାଏ ଏବଂ ମନ ଆନନ୍ଦିତ ହୋଇଯାଏ।
ਹਰਿ ਗੁਣ ਗਾਏ ਗੁਰ ਨਾਨਕ ਤੂਠੇ ॥੨॥੧੨॥
ହେ ନାନକ! ଗୁରୁଙ୍କ ପ୍ରସନ୍ନତା ଦ୍ଵାରା ପରମାତ୍ମାଙ୍କ ଗୁଣଗାନ କରାଯାଏ||2||12||
ਪ੍ਰਭਾਤੀ ਮਹਲਾ ੫ ਘਰੁ ੨ ਬਿਭਾਸ
ପ୍ରଭାତୀ ମହଲା 5 ଘର 2 ବିଭାସ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਅਵਰੁ ਨ ਦੂਜਾ ਠਾਉ ॥ ਨਾਹੀ ਬਿਨੁ ਹਰਿ ਨਾਉ ॥
ଅନ୍ୟ କୌଣସି ସ୍ଥାନ ନାହିଁ, ପରମାତ୍ମାଙ୍କ ନାମ ବିନା ଅନ୍ୟ କିଛି ନାହିଁ।
ਸਰਬ ਸਿਧਿ ਕਲਿਆਨ ॥ਪੂਰਨ ਹੋਹਿ ਸਗਲ ਕਾਮ ॥੧॥
ଏହାଦ୍ୱାରା ସର୍ବସିଦ୍ଧି ଏବଂ କଲ୍ୟାଣ ପ୍ରାପ୍ତ ହୋଇଥାଏ ଏବଂ ସବୁ କାର୍ଯ୍ୟ ପୁରା ହୋଇଥାଏ||1||
ਹਰਿ ਕੋ ਨਾਮੁ ਜਪੀਐ ਨੀਤ ॥
ନିତ୍ୟ ପରମାତ୍ମାଙ୍କ ନାମ ଜପିବା ଉଚିତ,
ਕਾਮ ਕ੍ਰੋਧ ਅਹੰਕਾਰੁ ਬਿਨਸੈ ਲਗੈ ਏਕੈ ਪ੍ਰੀਤਿ ॥੧॥ ਰਹਾਉ ॥
ଏହାଦ୍ୱାରା କାମ-କ୍ରୋଧ ଏବଂ ଅହଂକାର ନାଶ ହୋଇଯାଏ ଏବଂ କେବଳ ପ୍ରଭୁଙ୍କ ସହିତ ପ୍ରୀତି ଲାଗି ରହିଥାଏ॥1॥ରୁହ॥
ਨਾਮਿ ਲਾਗੈ ਦੂਖੁ ਭਾਗੈ ਸਰਨਿ ਪਾਲਨ ਜੋਗੁ ॥
ପରମାତ୍ମାଙ୍କ ନାମରେ ଲୀନ ହେବା ଦ୍ଵାରା ସବୁ ଦୁଃଖ ଦୂର ହୋଇଯାଏ ଓ ସେ ହିଁ ଶରଣ ଦେବା ଓ ପାଳନ କରିବାରେ ସମର୍ଥ ଅଟନ୍ତି।
ਸਤਿਗੁਰੁ ਭੇਟੈ ਜਮੁ ਨ ਤੇਟੈ ਜਿਸੁ ਧੁਰਿ ਹੋਵੈ ਸੰਜੋਗੁ ॥੨॥
ଯେଉଁ ବ୍ଯକ୍ତିର ଉତ୍ତମ ଭାଗ୍ୟ ହୋଇଥାଏତହାର ସାକ୍ଷାତ ସଦଗୁରୁଙ୍କ ସହିତ ହୋଇଥାଏ ଏବଂ ଯମରାଜ ତାହାକୁ ନିର୍ଯ୍ୟାତନା ଦିଅନ୍ତି ନାହିଁ||2||
ਰੈਨਿ ਦਿਨਸੁ ਧਿਆਇ ਹਰਿ ਹਰਿ ਤਜਹੁ ਮਨ ਕੇ ਭਰਮ ॥
ମନର ଭ୍ରମ ତ୍ୟାଗ କରି ଦିନରାତି ପରମାତ୍ମାଙ୍କ ଭଜନ କର।
ਸਾਧਸੰਗਤਿ ਹਰਿ ਮਿਲੈ ਜਿਸਹਿ ਪੂਰਨ ਕਰਮ ॥੩॥
ଯାହା ଉପରେ ପୂର୍ଣ୍ଣ କୃପା ହୋଇଥାଏ, ତାହାକୁ ସାଧୁସଙ୍ଗତରେ ପରମାତ୍ମା ମିଳିଯାନ୍ତି||3||
ਜਨਮ ਜਨਮ ਬਿਖਾਦ ਬਿਨਸੇ ਰਾਖਿ ਲੀਨੇ ਆਪਿ ॥
ଆମର ଜନ୍ମ-ଜନ୍ମାନ୍ତରର ଦୁଃଖ-ଯନ୍ତ୍ରଣା ଦୂର ହୋଇ ଯାଇଛି, ପ୍ରଭୁ ସ୍ଵୟଂ ହିଁ ରକ୍ଷା କରିଛନ୍ତି,
ਮਾਤ ਪਿਤਾ ਮੀਤ ਭਾਈ ਜਨ ਨਾਨਕ ਹਰਿ ਹਰਿ ਜਾਪਿ ॥੪॥੧॥੧੩॥
ନାନକ କହନ୍ତି ଯେ ପରମାତ୍ମା ହିଁ ଆମର ମାତା-ପିତା, ମିତ୍ର ଏବଂ ଭାଇ ଅଟନ୍ତି, ଏଣୁ ତାହାଙ୍କ ଜପ କର||4||1||13||
ਪ੍ਰਭਾਤੀ ਮਹਲਾ ੫ ਬਿਭਾਸ ਪੜਤਾਲ
ପ୍ରଭାତୀ ମହଲା 5 ବିଭାସ ପଡାତାଲ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਰਮ ਰਾਮ ਰਾਮ ਰਾਮ ਜਾਪ ॥
ରାମ-ରାମ ଜପ କର;
ਕਲਿ ਕਲੇਸ ਲੋਭ ਮੋਹ ਬਿਨਸਿ ਜਾਇ ਅਹੰ ਤਾਪ ॥੧॥ ਰਹਾਉ ॥
ଏହାଦ୍ୱାରା କଳହ-କ୍ଲେଶ, ଲୋଭ, ମୋହ, ଅହଂ ଏବଂ ତାପ ସବୁ ନାଶ ହୋଇଯାଏ॥1॥ରୁହ॥
ਆਪੁ ਤਿਆਗਿ ਸੰਤ ਚਰਨ ਲਾਗਿ ਮਨੁ ਪਵਿਤੁ ਜਾਹਿ ਪਾਪ ॥੧॥
ଅଭିମାନକୁ ତ୍ୟାଗ କରି ସନ୍ଥଙ୍କ ଚରଣରେ ଲାଗି ଯାଅ, ଏହାଦ୍ୱାରା ମନ ପବିତ୍ର ହୋଇଯାଏ ଏବଂ ପାପ ନଷ୍ଟ ହୋଇଯାଏ||1||
ਨਾਨਕੁ ਬਾਰਿਕੁ ਕਛੂ ਨ ਜਾਨੈ ਰਾਖਨ ਕਉ ਪ੍ਰਭੁ ਮਾਈ ਬਾਪ ॥੨॥੧॥੧੪॥
ନାନକ ଲହନ୍ତି ଯେ ବିଚରା ବାଳକ କିଛି ମଧ୍ୟ ଜାଣେ ନାହିଁ, କେବଳ ପ୍ରଭୁ ହିଁ ମାତା-ପିତା ଭଳି ପାଳନ କରିଥାନ୍ତି||2||1||14||
ਪ੍ਰਭਾਤੀ ਮਹਲਾ ੫ ॥
ପ୍ରଭାତୀ ମହଲା 5॥
ਚਰਨ ਕਮਲ ਸਰਨਿ ਟੇਕ ॥
ଆମ ପାଇଁ ଈଶ୍ଵରଙ୍କ ଚରଣ-କମଳ ହିଁ ଆଶ୍ରା ଅଟେ।
ਊਚ ਮੂਚ ਬੇਅੰਤੁ ਠਾਕੁਰੁ ਸਰਬ ਊਪਰਿ ਤੁਹੀ ਏਕ ॥੧॥ ਰਹਾਉ ॥
ହେ ମାଲିକ! ତୁ ମହାନ ଅଟୁ, ଅନନ୍ତ ଅଟୁ, କେବଳ ତୁ ହିଁ ସବୁଠାରୁ ବଡ ଅଟୁ॥1॥ରୁହ॥
ਪ੍ਰਾਨ ਅਧਾਰ ਦੁਖ ਬਿਦਾਰ ਦੈਨਹਾਰ ਬੁਧਿ ਬਿਬੇਕ ॥੧॥
ଏକମାତ୍ର ସେ ହିଁ ପ୍ରାଣର ଆଶ୍ରା ଅଟେ, ସବୁ ଦୁଃଖ ନିବାରଣ କରିବା ବାଲା ଏବଂ ବିବେକ ବୁଦ୍ଧି ଦେବା ବାଲା ଅଟନ୍ତି||1||
ਨਮਸਕਾਰ ਰਖਨਹਾਰ ਮਨਿ ਅਰਾਧਿ ਪ੍ਰਭੂ ਮੇਕ ॥
ହେ ସର୍ବ ରକ୍ଷକ! ତୋ' ପ୍ରତି ଆମର ନମସ୍କାର ଅଟେ, ଆମେ ମନରେ କେବଳ ପ୍ରଭୁଙ୍କ ଆରାଧନା କରିଥାଉ।
ਸੰਤ ਰੇਨੁ ਕਰਉ ਮਜਨੁ ਨਾਨਕ ਪਾਵੈ ਸੁਖ ਅਨੇਕ ॥੨॥੨॥੧੫॥
ନାନକ କହନ୍ତି ଯେ ସନ୍ଥଙ୍କ ଚରଣ-ଧୂଳିରେ ସ୍ନାନ କରିବା ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ||2||2||15||