Guru Granth Sahib Translation Project

guru granth sahib odia page-1340

Page 1340

ਗੁਰ ਕਾ ਸਬਦੁ ਸਦਾ ਸਦ ਅਟਲਾ ॥ ଗୁରୁଙ୍କ ଶବ୍ଦ ସର୍ବଦା ଅଟଳ ଅଟେ।
ਗੁਰ ਕੀ ਬਾਣੀ ਜਿਸੁ ਮਨਿ ਵਸੈ ॥ ଯାହାର ମନରେ ଗୁରୁଙ୍କ ବାଣୀ ବାସ କରିଥାଏ,
ਦੂਖੁ ਦਰਦੁ ਸਭੁ ਤਾ ਕਾ ਨਸੈ ॥੧॥ ତାହାର ଦୁଃଖ-ଯନ୍ତ୍ରଣା ନିବୃତ୍ତ ହୋଇଯାଏ||1||
ਹਰਿ ਰੰਗਿ ਰਾਤਾ ਮਨੁ ਰਾਮ ਗੁਨ ਗਾਵੈ ॥ ପରମାତ୍ମାଙ୍କ ରଙ୍ଗରେ ଲୀନ ଥିବା ମନ ତାହାଙ୍କ ଗୁଣଗାନ କରିଥାଏ।
ਮੁਕਤੋੁ ਸਾਧੂ ਧੂਰੀ ਨਾਵੈ ॥੧॥ ਰਹਾਉ ॥ ଯିଏ ସାଧୁଙ୍କ ଚରଣ-ଧୂଳିରେ ସ୍ନାନ କରିଥାଏ, ସେ ସବୁ ବନ୍ଧନରୁ ମୁକ୍ତ ହୋଇଯାଏ॥1॥ରୁହ॥
ਗੁਰ ਪਰਸਾਦੀ ਉਤਰੇ ਪਾਰਿ ॥ ਭਉ ਭਰਮੁ ਬਿਨਸੇ ਬਿਕਾਰ ॥ ଗୁରୁଙ୍କ କୃପାରୁ ଜୀବ ସଂସାର-ସାଗରରୁ ପାର କରିଥାଏ ଏବଂ ତାହାର ଭ୍ରମ-ଭୟ, ବିକାର ନଷ୍ଟ ହୋଇଯାଏ।
ਮਨ ਤਨ ਅੰਤਰਿ ਬਸੇ ਗੁਰ ਚਰਨਾ ॥ ଯାହାର ମନ ତନରେ ଗୁରୁଙ୍କ ଚରଣ ବାସ କରିଥାଏ,
ਨਿਰਭੈ ਸਾਧ ਪਰੇ ਹਰਿ ਸਰਨਾ ॥੨॥ ସେ ନିର୍ଭୟ ଭାବନା ଦ୍ଵାରା ପ୍ରଭୁଙ୍କ ଶରଣରେ ପଡିଥାଏ||2||
ਅਨਦ ਸਹਜ ਰਸ ਸੂਖ ਘਨੇਰੇ ॥ ਦੁਸਮਨੁ ਦੂਖੁ ਨ ਆਵੈ ਨੇਰੇ ॥ ସେ ସ୍ଵାଭାବିକ ଆନନ୍ଦ ଏବଂ ସୁଖ ପ୍ରାପ୍ତ କରିଥାଏ, କୌଣସି ଶତ୍ରୁ ଅଥବା ଦୁଃଖ ମଧ୍ୟ ତାହାଙ୍କ ପାଖରେ ପ୍ରବେଶ କରେନାହିଁ।
ਗੁਰਿ ਪੂਰੈ ਅਪੁਨੇ ਕਰਿ ਰਾਖੇ ॥ ପୂର୍ଣ୍ଣ ଗୁରୁ ନିଜର ବନାଇ ତାହାର ରକ୍ଷା କରିଥାନ୍ତି ଏବଂ
ਹਰਿ ਨਾਮੁ ਜਪਤ ਕਿਲਬਿਖ ਸਭਿ ਲਾਥੇ ॥੩॥ ପରମାତ୍ମାଙ୍କ ଜପ କରି ତାହାର ସବୁ ପାପ ନିବୃତ୍ତ ହୋଇଯାଏ||3||
ਸੰਤ ਸਾਜਨ ਸਿਖ ਭਏ ਸੁਹੇਲੇ ॥ ବାସ୍ତବରେ ସନ୍ଥ, ସଜ୍ଜନ ଏବଂ ଶିଷ୍ୟ ହିଁ ସୁଖୀ ରହିଥାନ୍ତି,
ਗੁਰਿ ਪੂਰੈ ਪ੍ਰਭ ਸਿਉ ਲੈ ਮੇਲੇ ॥ ପୂର୍ଣ୍ଣ ଗୁରୁ ତାହାଙ୍କୁ ପ୍ରଭୁଙ୍କ ସହିତ ମିଳନ କରାଇ ଦେଇଛନ୍ତି।
ਜਨਮ ਮਰਨ ਦੁਖ ਫਾਹਾ ਕਾਟਿਆ ॥ ਕਹੁ ਨਾਨਕ ਗੁਰਿ ਪੜਦਾ ਢਾਕਿਆ ॥੪॥੮॥ ହେ ନାନକ! ତାହାଙ୍କ ଜନ୍ମ-ମରଣର ଦୁଃଖର ଫନ୍ଦା ଦୂର ହୋଇଯାଏ ଏବଂ ଗୁରୁ ତାହାଙ୍କୁ ପରଦାରେ ଢାଙ୍କି ଦେଇଥାନ୍ତି||4||8||
ਪ੍ਰਭਾਤੀ ਮਹਲਾ ੫ ॥ ପ୍ରଭାତୀ ମହଲା 5॥
ਸਤਿਗੁਰਿ ਪੂਰੈ ਨਾਮੁ ਦੀਆ ॥ ପୂର୍ଣ୍ଣ ସଦଗୁରୁ ହରିନାମ ପ୍ରଦାନ କରିଛନ୍ତି,
ਅਨਦ ਮੰਗਲ ਕਲਿਆਣ ਸਦਾ ਸੁਖੁ ਕਾਰਜੁ ਸਗਲਾ ਰਾਸਿ ਥੀਆ ॥੧॥ ਰਹਾਉ ॥ ଯାହାଦ୍ୱାରା ଆନନ୍ଦ-ଖୁସି, କଲ୍ୟାଣ ଏବଂ ସର୍ବଦା ସୁଖ ପ୍ରାପ୍ତ ହୋଇଛି ଏବଂ ଆମର ସବୁ କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ଯାଇଛି॥1॥ରୁହ॥
ਚਰਨ ਕਮਲ ਗੁਰ ਕੇ ਮਨਿ ਵੂਠੇ ॥ ଗୁରୁଙ୍କ ଚରଣ କମଳ ମୋର ମନରେ ବାସ କରିଛି,
ਦੂਖ ਦਰਦ ਭ੍ਰਮ ਬਿਨਸੇ ਝੂਠੇ ॥੧॥ ଯାହାଦ୍ୱାରା ଦୁଃଖ-ଯନ୍ତ୍ରଣା, ମିଥ୍ୟା, ଭ୍ରମ ଦୂର ହୋଇ ଯାଇଛି||1||
ਨਿਤ ਉਠਿ ਗਾਵਹੁ ਪ੍ਰਭ ਕੀ ਬਾਣੀ ॥ ਆਠ ਪਹਰ ਹਰਿ ਸਿਮਰਹੁ ਪ੍ਰਾਣੀ ॥੨॥ ନିତ୍ୟ ଉଠି ପ୍ରଭୁଙ୍କ ବାଣୀ ଗାନ କର। ହେ ପ୍ରାଣୀ! ଆଠ ପ୍ରହର ପରମାତ୍ମାଙ୍କ ସ୍ମରଣ କର||2||
ਘਰਿ ਬਾਹਰਿ ਪ੍ਰਭੁ ਸਭਨੀ ਥਾਈ ॥ ଘରେ, ବାହାରେ ସବୁସ୍ଥାନରେ ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି,
ਸੰਗਿ ਸਹਾਈ ਜਹ ਹਉ ਜਾਈ ॥੩॥ ଯେଉଁଠିକୁ ଆମେ ଯାଉ, ସେଠାରେ ସଙ୍ଗ ଦେଇ ସହାୟତା କରିଥାନ୍ତି||3||
ਦੁਇ ਕਰ ਜੋੜਿ ਕਰੀ ਅਰਦਾਸਿ ॥ ନାନକ ଦୁଇ ହାତ ଯୋଡି ପ୍ରାର୍ଥନା କରନ୍ତି ଯେ
ਸਦਾ ਜਪੇ ਨਾਨਕੁ ਗੁਣਤਾਸੁ ॥੪॥੯॥ ସର୍ବଦା ଗୁଣର ଘର ଈଶ୍ଵରଙ୍କ ଜପ କର||4||9||
ਪ੍ਰਭਾਤੀ ਮਹਲਾ ੫ ॥ ପ୍ରଭାତୀ ମହଲା 5॥
ਪਾਰਬ੍ਰਹਮੁ ਪ੍ਰਭੁ ਸੁਘੜ ਸੁਜਾਣੁ ॥ ପରଂବ୍ରହ୍ମ ପ୍ରଭୁ ସର୍ବଗୁଣ ସମ୍ପର୍ଣ୍ଣ ଏବଂ ବୁଦ୍ଧିମାନ ଅଟନ୍ତି।
ਗੁਰੁ ਪੂਰਾ ਪਾਈਐ ਵਡਭਾਗੀ ਦਰਸਨ ਕਉ ਜਾਈਐ ਕੁਰਬਾਣੁ ॥੧॥ ਰਹਾਉ ॥ ପୂର୍ଣ୍ଣ ଗୁରୁ ବଡ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାନ୍ତି, ମୁଁ ତାହାଙ୍କ ଦର୍ଶନ ପ୍ରତି ସମର୍ପିତ ଯାଇଥାଏ॥1॥ରୁହ॥
ਕਿਲਬਿਖ ਮੇਟੇ ਸਬਦਿ ਸੰਤੋਖੁ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସବୁ ପାପ ଦୂର ହୋଇଯାଏ ଏବଂ ମନକୁ ସନ୍ତୋଷ ମିଳିଥାଏ।
ਨਾਮੁ ਅਰਾਧਨ ਹੋਆ ਜੋਗੁ ॥ ପରମାତ୍ମାଙ୍କ ନାମ ଆରାଧନାର ଯୋଗ୍ୟ ଅଟେ।
ਸਾਧਸੰਗਿ ਹੋਆ ਪਰਗਾਸੁ ॥ ସାଧୁଙ୍କ ସଙ୍ଗତରେ ଜ୍ଞାନର ପ୍ରକାଶ ହୋଇଥାଏ ଏବଂ
ਚਰਨ ਕਮਲ ਮਨ ਮਾਹਿ ਨਿਵਾਸੁ ॥੧॥ ପ୍ରଭୁଙ୍କ ଚରଣ କମଳ ମନରେ ବାସ କରିଥାଏ||1||
ਜਿਨਿ ਕੀਆ ਤਿਨਿ ਲੀਆ ਰਾਖਿ ॥ ଯେଉଁ ମାଲିକ ଆମକୁ ଉତ୍ପନ୍ନ କରିଛନ୍ତି, ସେ ହିଁ ରକ୍ଷା କରିଛନ୍ତି।
ਪ੍ਰਭੁ ਪੂਰਾ ਅਨਾਥ ਕਾ ਨਾਥੁ ॥ ପୂର୍ଣ୍ଣ ପ୍ରଭୁ ଅନାଥର ନାଥ ଅଟନ୍ତି।
ਜਿਸਹਿ ਨਿਵਾਜੇ ਕਿਰਪਾ ਧਾਰਿ ॥ ଯାହା ଉପରେ ସେ କୃପା ଦୃଷ୍ଟି କରିଥାନ୍ତି,
ਪੂਰਨ ਕਰਮ ਤਾ ਕੇ ਆਚਾਰ ॥੨॥ ତାହାର ସବୁ ଆଚରଣ ଓ କର୍ମ ପୁରା ହୋଇଯାଏ||2||
ਗੁਣ ਗਾਵੈ ਨਿਤ ਨਿਤ ਨਿਤ ਨਵੇ ॥ ସେ ପ୍ରତିଦିନ ଈଶ୍ଵରଙ୍କ ଗୁଣଗାନ କରିଥାଏ ଏବଂ
ਲਖ ਚਉਰਾਸੀਹ ਜੋਨਿ ਨ ਭਵੇ ॥ ଚଉରାଅଶି ଲକ୍ଷ ଯୋନିର ଚକ୍ରରୁ ମୁକ୍ତ ହୋଇଯାଏ।
ਈਹਾਂ ਊਹਾਂ ਚਰਣ ਪੂਜਾਰੇ ॥ ଲୋକ-ପରଲୋକରେ ତାହାର ଚରଣର ପୂଜା ହୋଇଥାଏ ଏବଂ
ਮੁਖੁ ਊਜਲੁ ਸਾਚੇ ਦਰਬਾਰੇ ॥੩॥ ସଚ୍ଚା ଦରବାରରେ ତାହାର ମୁଖ ଉଜ୍ଜଳ ହୋଇଥାଏ||3||
ਜਿਸੁ ਮਸਤਕਿ ਗੁਰਿ ਧਰਿਆ ਹਾਥੁ ॥ ଯାହାର ମସ୍ତକରେ ଗୁରୁ ହାତ ରଖିଥାନ୍ତି,
ਕੋਟਿ ਮਧੇ ਕੋ ਵਿਰਲਾ ਦਾਸੁ ॥ କୋଟି କୋଟି ମଧ୍ୟରେ ଏପରି କେହି ବିରଳ ହିଁ ଦାସ ହୋଇଥାନ୍ତି।
ਜਲਿ ਥਲਿ ਮਹੀਅਲਿ ਪੇਖੈ ਭਰਪੂਰਿ ॥ ସେ ସାଗର, ଧରିତ୍ରୀ, ଆକାଶ ସବୁଠାରେ ଈଶ୍ଵରଙ୍କ ବ୍ୟାପକତା ଦେଖିଥାଏ।
ਨਾਨਕ ਉਧਰਸਿ ਤਿਸੁ ਜਨ ਕੀ ਧੂਰਿ ॥੪॥੧੦॥ ନାନକ କହନ୍ତି ଯେ ସେହି ଭକ୍ତର ଚରଣ-ଧୂଳି ଦ୍ଵାରା ଉଦ୍ଧାର ହୋଇଯାଏ||4||10||
ਪ੍ਰਭਾਤੀ ਮਹਲਾ ੫ ॥ ପ୍ରଭାତୀ ମହଲା 5॥
ਕੁਰਬਾਣੁ ਜਾਈ ਗੁਰ ਪੂਰੇ ਅਪਨੇ ॥ ମୁଁ ନିଜ ପୂର୍ଣ୍ଣ ଗୁରୁଙ୍କ ପ୍ରତି ସମର୍ପିତ ଯାଇଥାଏ,
ਜਿਸੁ ਪ੍ਰਸਾਦਿ ਹਰਿ ਹਰਿ ਜਪੁ ਜਪਨੇ ॥੧॥ ਰਹਾਉ ॥ ଯାହାଙ୍କ କୃପାରୁ ପରମାତ୍ମାଙ୍କ ଜପ କରାଯାଏ॥1॥ରୁହ॥
ਅੰਮ੍ਰਿਤ ਬਾਣੀ ਸੁਣਤ ਨਿਹਾਲ ॥ ତାହାଙ୍କ ଅମୃତବାଣୀ ଶୁଣିବା ଦ୍ଵାରା ମନ ପ୍ରସନ୍ନ ହୋଇଯାଏ ଏବଂ
ਬਿਨਸਿ ਗਏ ਬਿਖਿਆ ਜੰਜਾਲ ॥੧॥ ବିକାରର ଜଞ୍ଜାଳ ନଷ୍ଟ ହୋଇ ଯାଇଛି||1||
ਸਾਚ ਸਬਦ ਸਿਉ ਲਾਗੀ ਪ੍ਰੀਤਿ ॥ ସଚ୍ଚା ଶବ୍ଦ ସହିତ ପ୍ରୀତି ଲଗାଇଛି,
ਹਰਿ ਪ੍ਰਭੁ ਅਪੁਨਾ ਆਇਆ ਚੀਤਿ ॥੨॥ ନିଜ ପ୍ରଭୁ ହିଁ ସ୍ମରଣରେ ଆସିଥାନ୍ତି||2||
ਨਾਮੁ ਜਪਤ ਹੋਆ ਪਰਗਾਸੁ ॥ ହରିନାମର ଜପ କରିବା ଦ୍ଵାରା ଜ୍ଞାନର ପ୍ରକାଶ ହୋଇଥାଏ ଏବଂ
error: Content is protected !!
Scroll to Top