Page 1302
ਬਿਸਮ ਬਿਸਮ ਬਿਸਮ ਹੀ ਭਈ ਹੈ ਲਾਲ ਗੁਲਾਲ ਰੰਗਾਰੈ ॥
ଦୁନିଆ ତାହାଙ୍କ ପ୍ରେମର ଲାଲ ରଙ୍ଗରେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛି।
ਕਹੁ ਨਾਨਕ ਸੰਤਨ ਰਸੁ ਆਈ ਹੈ ਜਿਉ ਚਾਖਿ ਗੂੰਗਾ ਮੁਸਕਾਰੈ ॥੨॥੧॥੨੦॥
ହେ ନାନକ! ସନ୍ଥ-ପୁରୁଷଙ୍କୁ ଏପରି ଆନନ୍ଦ ପ୍ରାପ୍ତ ହୋଇଥାଏ, ଯେପରି ମୂକ ମିଷ୍ଠାନ୍ନ ଖାଇ ହାସ୍ୟ ରେଖା ଦ୍ଵାରା ବ୍ୟକ୍ତ କରିଥାଏ||2||1||20||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਨ ਜਾਨੀ ਸੰਤਨ ਪ੍ਰਭ ਬਿਨੁ ਆਨ ॥
ଭକ୍ତଜନ ପ୍ରଭୁଙ୍କ ସେବା ବିନା ଆଉ କାହାକୁ ଜାଣେ ନାହିଁ।
ਊਚ ਨੀਚ ਸਭ ਪੇਖਿ ਸਮਾਨੋ ਮੁਖਿ ਬਕਨੋ ਮਨਿ ਮਾਨ ॥੧॥ ਰਹਾਉ ॥
କେହି ଉଚ୍ଚ ହେଉ ଅଥବା ନୀଚ ହେଉ, ସବୁଙ୍କୁ ସମାନ ହିଁ ମାନିଥାନ୍ତି, ସେମାନେ ମୁଖରେ ପ୍ରଭୁଙ୍କ ଭଜନ କରିଥାନ୍ତି ଏବଂ ମନରେ ତାହାଙ୍କ ମନନ କରିଥାନ୍ତି॥1॥ରୁହ॥
ਘਟਿ ਘਟਿ ਪੂਰਿ ਰਹੇ ਸੁਖ ਸਾਗਰ ਭੈ ਭੰਜਨ ਮੇਰੇ ਪ੍ਰਾਨ ॥
ପ୍ରତି ଘଟରେ ସୁଖର ସାଗର ଈଶ୍ଵର ହିଁ ବ୍ୟାପ୍ତ ରହିଥାନ୍ତି, ସେ ସମସ୍ତ ଭୟ ନାଶ କରିବା ବାଲା ହିଁ ଅଟନ୍ତି, ସେ ମୋର ପ୍ରାଣ ଅଟନ୍ତି।
ਮਨਹਿ ਪ੍ਰਗਾਸੁ ਭਇਓ ਭ੍ਰਮੁ ਨਾਸਿਓ ਮੰਤ੍ਰੁ ਦੀਓ ਗੁਰ ਕਾਨ ॥੧॥
ଗୁରୁ ମୋତେ ଏପରି ମନ୍ତ୍ର ଦେଇଛନ୍ତି, ଯାହାଦ୍ୱାରା ମନରେ ପ୍ରକାଶ ଆସି ଯାଇଛି ଭ୍ରମ ନାଶ ହୋଇ ଯାଇଛି||1||
ਕਰਤ ਰਹੇ ਕ੍ਰਤਗ੍ਯ੍ਯ ਕਰੁਣਾ ਮੈ ਅੰਤਰਜਾਮੀ ਗ੍ਯ੍ਯਿਾਨ ॥
ସେହି କରୁଣାମୟ, ଜ୍ଞାନର ସାଗର, ଅନ୍ତର୍ଯାମୀ ଆମକୁ କୃତାର୍ଥ କରିଥାନ୍ତି।
ਆਠ ਪਹਰ ਨਾਨਕ ਜਸੁ ਗਾਵੈ ਮਾਂਗਨ ਕਉ ਹਰਿ ਦਾਨ ॥੨॥੨॥੨੧॥
ଗୁରୁ ନାନକ କହନ୍ତି ଯେ ପରମାତ୍ମାଙ୍କ ଭକ୍ତି ଦାନ ମାଗିବା ପାଇଁ ସେ ଆଠ ପହର ତାହାଙ୍କ ଯଶୋଗାନ କରିଥାନ୍ତି||2||2||21||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਕਹਨ ਕਹਾਵਨ ਕਉ ਕਈ ਕੇਤੈ ॥
ଅନେକ କହିବା-କୁହାଇବା ବାଲା ଅଛନ୍ତି,
ਐਸੋ ਜਨੁ ਬਿਰਲੋ ਹੈ ਸੇਵਕੁ ਜੋ ਤਤ ਜੋਗ ਕਉ ਬੇਤੈ ॥੧॥ ਰਹਾਉ ॥
ପରନ୍ତୁ ଏପରି କୌଣସି ସେବକ ବିରଳ ହୋଇଥାଏ, ଯିଏ ସାରତତ୍ତ୍ଵ କହିଥାଏ॥1॥ରୁହ॥
ਦੁਖੁ ਨਾਹੀ ਸਭੁ ਸੁਖੁ ਹੀ ਹੈ ਰੇ ਏਕੈ ਏਕੀ ਨੇਤੈ ॥
ଏପରି ଭକ୍ତ ଏକ ଈଶ୍ଵରଙ୍କୁ ହିଁ ନୟନରେ ରଖିଥାନ୍ତି, ତାହାଙ୍କ ପାଇଁ କୌଣସି ଦୁଃଖ ହୁଏନାହିଁ, ସବୁ ସୁଖ ହିଁ ସୁଖ ମାନିଥାଏ।
ਬੁਰਾ ਨਹੀ ਸਭੁ ਭਲਾ ਹੀ ਹੈ ਰੇ ਹਾਰ ਨਹੀ ਸਭ ਜੇਤੈ ॥੧॥
ତାହାଙ୍କ ପାଇଁ କିଛି ମନ୍ଦ ନଥାଏ, ସବୁ ଭଲ ହିଁ ଭଲ ଅଟେ, ସେ ସର୍ବଦା ବିଜୟ ପ୍ରାପ୍ତ କରିଥାନ୍ତି ଏବଂ ଜୀବନରେ କେବେ ପରାଜୟ ବରଣ କରନ୍ତି ନାହିଁ ||1||
ਸੋਗੁ ਨਾਹੀ ਸਦਾ ਹਰਖੀ ਹੈ ਰੇ ਛੋਡਿ ਨਾਹੀ ਕਿਛੁ ਲੇਤੈ ॥
ତାହାଙ୍କ ପାଇଁ କୌଣସି ଦୁଃଖ ନଥାଏ, ସଦା ଖୁସି ରହିଥାନ୍ତି ଏବଂ ଭକ୍ତିର ଆନନ୍ଦକୁ ତ୍ୟାଗ କରି କିଛି ମଧ୍ୟ ନିଅନ୍ତି ନାହିଁ।
ਕਹੁ ਨਾਨਕ ਜਨੁ ਹਰਿ ਹਰਿ ਹਰਿ ਹੈ ਕਤ ਆਵੈ ਕਤ ਰਮਤੈ ॥੨॥੩॥੨੨॥
ହେ ନାନକ! ହରି-ଭକ୍ତ ହରିଙ୍କ ଭକ୍ତିରେ ଲୀନ ରହିଥାଏ, ସେ ଜନ୍ମ ମରଣରୁ ମୁକ୍ତ ହୋଇଯାଏ||2||3||22||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਹੀਏ ਕੋ ਪ੍ਰੀਤਮੁ ਬਿਸਰਿ ਨ ਜਾਇ ॥
ମୋର ହୃଦୟରୁ ପ୍ରିୟତମ ପ୍ରଭୁ ଭୁଲି ନ ହୁଅନ୍ତୁ,
ਤਨ ਮਨ ਗਲਤ ਭਏ ਤਿਹ ਸੰਗੇ ਮੋਹਨੀ ਮੋਹਿ ਰਹੀ ਮੋਰੀ ਮਾਇ ॥੧॥ ਰਹਾਉ ॥
ମୋର ତନ ମନ ସେଥିରେ ଲୀନ ରହିଥାଏ, କିନ୍ତୁ ମୋହିନୀ ମାୟା ମୋତେ ମୋହି ନେଇଛି॥1॥ରୁହ॥
ਜੈ ਜੈ ਪਹਿ ਕਹਉ ਬ੍ਰਿਥਾ ਹਉ ਅਪੁਨੀ ਤੇਊ ਤੇਊ ਗਹੇ ਰਹੇ ਅਟਕਾਇ ॥
ଯାହା ଯାହା ପାଖରେ ନିଜ ବ୍ୟଥା କହିଥାଏ, ସେହି ବ୍ୟକ୍ତିକୁ ମାୟା ଜାବୁଡି ଧରି ରଖିଥାଏ ଏବଂ ତାହାର ଯାତ୍ରା ଅଟକି ରଖିଥାଏ,
ਅਨਿਕ ਭਾਂਤਿ ਕੀ ਏਕੈ ਜਾਲੀ ਤਾ ਕੀ ਗੰਠਿ ਨਹੀ ਛੋਰਾਇ ॥੧॥
ଏହା ଅନେକ ପ୍ରକାରର ଏକ ମାୟା ଜାଲ ଅଟେ। ତାହାର ଗଣ୍ଠି ଫିଟାଇ ଯାଇ ପାରେ ନାହିଁ||1||
ਫਿਰਤ ਫਿਰਤ ਨਾਨਕ ਦਾਸੁ ਆਇਓ ਸੰਤਨ ਹੀ ਸਰਨਾਇ ॥
ଦାସ ନାନକ ବୁଲି ବୁଲି ସନ୍ଥ-ପୁରୁଷଙ୍କ ଶରଣରେ ଆସିଛି।
ਕਾਟੇ ਅਗਿਆਨ ਭਰਮ ਮੋਹ ਮਾਇਆ ਲੀਓ ਕੰਠਿ ਲਗਾਇ ॥੨॥੪॥੨੩॥
ସେ ମୋର ଅଜ୍ଞାନତା, ଭ୍ରମ, ମୋହ-ମାୟାର ଜାଲ କାଟି ଗଳାରେ ଲଗାଇଛନ୍ତି||2||4||23||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਆਨਦ ਰੰਗ ਬਿਨੋਦ ਹਮਾਰੈ ॥
ଆମର ଏଠାରେ ଆନନ୍ଦ, ଖୁସି ଓ ହର୍ଷୋଲ୍ଲାସ ବନି ଯାଇଛି।
ਨਾਮੋ ਗਾਵਨੁ ਨਾਮੁ ਧਿਆਵਨੁ ਨਾਮੁ ਹਮਾਰੇ ਪ੍ਰਾਨ ਅਧਾਰੈ ॥੧॥ ਰਹਾਉ ॥
ଆମେ ହରିନାମର ଗୁଣଗାନ କରିଥାଉ, ନାମର ହି ଧ୍ୟାନ-ମନନ କରିଥାଉ ଏବଂ ହରିନାମ ହିଁ ଆମର ପ୍ରାଣର
ਨਾਮੋ ਗਿਆਨੁ ਨਾਮੁ ਇਸਨਾਨਾ ਹਰਿ ਨਾਮੁ ਹਮਾਰੇ ਕਾਰਜ ਸਵਾਰੈ ॥
ହରିନାମ ହିଁ ଆମର ଜ୍ଞାନ ଓ ସ୍ନାନ ଅଟେ, ହରିନାମର ମନନ ଆମର ସବୁ କାର୍ଯ୍ୟ ସମ୍ପର୍ଣ୍ଣ କରାଇ ଥାଏ।
ਹਰਿ ਨਾਮੋ ਸੋਭਾ ਨਾਮੁ ਬਡਾਈ ਭਉਜਲੁ ਬਿਖਮੁ ਨਾਮੁ ਹਰਿ ਤਾਰੈ ॥੧॥
ହରିନାମ ଦ୍ଵାରା ହିଁ ଶୋଭା ଓ କୀର୍ତ୍ତି ପ୍ରାପ୍ତ ହୋଇଥାଏ, ହରିନାମ ଭୟାନକ ସଂସାର ସାଗରରୁ ପାର କରାଇବା ବାଲା ଅଟେ||1||
ਅਗਮ ਪਦਾਰਥ ਲਾਲ ਅਮੋਲਾ ਭਇਓ ਪਰਾਪਤਿ ਗੁਰ ਚਰਨਾਰੈ ॥
ଏହି ଅଗମ୍ୟ, ଅମୂଲ୍ୟ ହରିନାମ ରୂପୀ ପଦାର୍ଥ ଗୁରୁଙ୍କ ଚରଣରେ ପ୍ରାପ୍ତ ହୋଇଥାଏ।
ਕਹੁ ਨਾਨਕ ਪ੍ਰਭ ਭਏ ਕ੍ਰਿਪਾਲਾ ਮਗਨ ਭਏ ਹੀਅਰੈ ਦਰਸਾਰੈ ॥੨॥੫॥੨੪॥
ହେ ନାନକ! ପ୍ରଭୁଙ୍କ କୃପା ହେବା ଦ୍ଵାରା ହୃଦୟରେ ତାହାଙ୍କ ଦର୍ଶନ କରି ମୋର ଅନ୍ତର୍ମନକୁ ସେଥିରେ ମଗ୍ନ କରାଇ ଦେଇଛି||2||5||24||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਸਾਜਨ ਮੀਤ ਸੁਆਮੀ ਨੇਰੋ ॥
ଆମର ସଜ୍ଜନ, ମିତ୍ର, ସ୍ଵାମୀ ନିକଟରେ ହିଁ ଅଛନ୍ତି।
ਪੇਖਤ ਸੁਨਤ ਸਭਨ ਕੈ ਸੰਗੇ ਥੋਰੈ ਕਾਜ ਬੁਰੋ ਕਹ ਫੇਰੋ ॥੧॥ ਰਹਾਉ ॥
ସେ ସବୁଙ୍କ ସାଥିରେ ରହିଥାନ୍ତି, ଦେଖିଥାନ୍ତି ଏବଂ ଶୁଣିଥାନ୍ତି, ପୁଣି ଛୋଟିଆ ଜୀବନରେ କାହିଁକି ମନ୍ଦ କାର୍ଯ୍ୟ କରୁଅଛ?॥1।ରୁହ॥
ਨਾਮ ਬਿਨਾ ਜੇਤੋ ਲਪਟਾਇਓ ਕਛੂ ਨਹੀ ਨਾਹੀ ਕਛੁ ਤੇਰੋ ॥
ହରିନାମ ସ୍ମରଣ ବିନା ଯେତେ ମଧ୍ୟ ଦୁନିଆର ରଙ୍ଗରେ ଲିପ୍ତ ରହୁଛ, ଶେଠୀ ମଧ୍ୟରୁ କୌଣସି ଟି ମଧ୍ୟ ତୁମର ନୁହେଁ।
ਆਗੈ ਦ੍ਰਿਸਟਿ ਆਵਤ ਸਭ ਪਰਗਟ ਈਹਾ ਮੋਹਿਓ ਭਰਮ ਅੰਧੇਰੋ ॥੧॥
କରିଥିବା ସବୁ କର୍ମ ପରଲୋକରେ ପ୍ରଘଟ ହୋଇଯାଏ, କାହିଁକି ଭ୍ରମରେ ଅନ୍ଧକାରରେ ମୋହିତ ହେଉଛ||1||
ਅਟਕਿਓ ਸੁਤ ਬਨਿਤਾ ਸੰਗ ਮਾਇਆ ਦੇਵਨਹਾਰੁ ਦਾਤਾਰੁ ਬਿਸੇਰੋ ॥
ଜୀବ ନିଜର ପୁତ୍ର, ପତ୍ନୀ ଏବଂ ଧନ-ଦୌଲତରେ ଅଟକି ରହିଛି ଏବଂ ଦେବା ବାଲା ଦାତାଙ୍କୁ ସେ ଭୁଲି ଯାଇଛି।