Guru Granth Sahib Translation Project

guru granth sahib odia page-1291

Page 1291

ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਘਰ ਮਹਿ ਘਰੁ ਦੇਖਾਇ ਦੇਇ ਸੋ ਸਤਿਗੁਰੁ ਪੁਰਖੁ ਸੁਜਾਣੁ ॥ ସେହି ମେଧାବୀ ସଦଗୁରୁ ହିଁ ଅଟନ୍ତି, ଯିଏ ହୃଦୟ ଘରେ ପରମାତ୍ମାଙ୍କ ଘର ଦେଖାଇ ଦେଇଥାନ୍ତି।
ਪੰਚ ਸਬਦ ਧੁਨਿਕਾਰ ਧੁਨਿ ਤਹ ਬਾਜੈ ਸਬਦੁ ਨੀਸਾਣੁ ॥ ପାଞ୍ଚ ଶବ୍ଦର ମଧୁର ଧ୍ୱନି ଏବଂ ଶବ୍ଦ ହିଁ ଗୁଞ୍ଜନ କରିଥାଏ।
ਦੀਪ ਲੋਅ ਪਾਤਾਲ ਤਹ ਖੰਡ ਮੰਡਲ ਹੈਰਾਨੁ ॥ ଦ୍ଵୀପ, ଲୋକ, ପାତାଳ ଏବଂ ଖଣ୍ଡ-ମଣ୍ଡଳ ମଧ୍ୟ ଚକିତ କରି ଦେଇଥାନ୍ତି।
ਤਾਰ ਘੋਰ ਬਾਜਿੰਤ੍ਰ ਤਹ ਸਾਚਿ ਤਖਤਿ ਸੁਲਤਾਨੁ ॥ ସେଠାରେ ସୃଷ୍ଟିର ବାଦଶାହ ପରମେଶ୍ଵର ହିଁ ସଚ୍ଚା ସିଂହାସନ ଉପରେ ଆସୀନ ହୋଇଥାନ୍ତି, ସେଠାରେ ଅନାହତ ଧ୍ୱନି ଗୁଞ୍ଜନ କରିଥାଏ।
ਸੁਖਮਨ ਕੈ ਘਰਿ ਰਾਗੁ ਸੁਨਿ ਸੁੰਨਿ ਮੰਡਲਿ ਲਿਵ ਲਾਇ ॥ ସୁଷୁମ୍ନାର ଘରେ ଆତ୍ମା ରାଗରେ ଲୀନ ହୋଇଥାଏ ଏବଂ ଶୂନ୍ୟ ମଣ୍ଡଳରେ ଧ୍ୟାନ ଲଗାଇ ଥାଏ।
ਅਕਥ ਕਥਾ ਬੀਚਾਰੀਐ ਮਨਸਾ ਮਨਹਿ ਸਮਾਇ ॥ ଅକଥନୀୟ କଥାର ସେତେବେଳେ ଚିନ୍ତନ ହୋଇଥାଏ, ଯେତେବେଳେ ମନର କାମନା ଦୂର ହୋଇଯାଏ।
ਉਲਟਿ ਕਮਲੁ ਅੰਮ੍ਰਿਤਿ ਭਰਿਆ ਇਹੁ ਮਨੁ ਕਤਹੁ ਨ ਜਾਇ ॥ ହୃଦୟ କମଳ ମାୟା ଠାରୁ ବିପରୀତ ରହି ଅମୃତ ଦ୍ଵାରା ଭରି ହୋଇଯାଏ ଏବଂ ଏହି ମନ ଚଳୟମାନ ହୁଏନାହିଁ।
ਅਜਪਾ ਜਾਪੁ ਨ ਵੀਸਰੈ ਆਦਿ ਜੁਗਾਦਿ ਸਮਾਇ ॥ ଅନ୍ତର୍ମନ ଜପିବାକୁ ଭୁଲେ ନାହିଁ ଏବଂ ଯୁଗ-ଯୁଗାନ୍ତରରେ ଈଶ୍ଵର ହିଁ ସ୍ଥିତ ଅଛନ୍ତି।
ਸਭਿ ਸਖੀਆ ਪੰਚੇ ਮਿਲੇ ਗੁਰਮੁਖਿ ਨਿਜ ਘਰਿ ਵਾਸੁ ॥ ସବୁ ସଖୀ (ଜ୍ଞାନେନ୍ଦ୍ରିୟ)କୁ ପାଞ୍ଚ ଶୁଭ ଗୁଣ (ଦୟା, ଧର୍ମ, ସନ୍ତୋଷ ଇତ୍ୟାଦି) ମିଳିଯାଏ ଏବଂ ଗୁରୁଙ୍କ ଦ୍ଵାରା ମନ ସଚ୍ଚା ଘରେ ନିବାସ ପାଇଥାଏ।
ਸਬਦੁ ਖੋਜਿ ਇਹੁ ਘਰੁ ਲਹੈ ਨਾਨਕੁ ਤਾ ਕਾ ਦਾਸੁ ॥੧॥ ଯିଏ ଶବ୍ଦକୁ ଖୋଜି ନେଇ ଏହି ଘର ପାଇନିଏ, ନାନକ ତାହାର ଦାସ ଅଟନ୍ତି||1||
ਮਃ ੧ ॥ ମହଲା 1॥
ਚਿਲਿਮਿਲਿ ਬਿਸੀਆਰ ਦੁਨੀਆ ਫਾਨੀ ॥ ଦୁନିଆର ରଙ୍ଗୀନ ଆଲୋକ ଝଟକି ଥାଏ କିନ୍ତୁ ନଶ୍ଵର ଅଟେ।
ਕਾਲੂਬਿ ਅਕਲ ਮਨ ਗੋਰ ਨ ਮਾਨੀ ॥ ଏହାପରେ ମଧ୍ୟ କପଟୀ ମନ ମୃତ୍ୟୁକୁ ସ୍ଵୀକାର କରେନାହିଁ।
ਮਨ ਕਮੀਨ ਕਮਤਰੀਨ ਤੂ ਦਰੀਆਉ ਖੁਦਾਇਆ ॥ ଏହି ମନ ନୀଚ ଏବଂ ମନ୍ଦ ଅଟେ, ହେ ପ୍ରଭୁ! ତୁ ସାଗରହୃଦୟ ବାଲା ଅଟୁ,
ਏਕੁ ਚੀਜੁ ਮੁਝੈ ਦੇਹਿ ਅਵਰ ਜਹਰ ਚੀਜ ਨ ਭਾਇਆ ॥ ମୋତେ କେବଳ ଏକ ହିଁ ଚିଜ ଦିଅ, ଅନ୍ୟ ଚିଜ ଜହର ଭଳି, ଯାହା ମୋତେ ଭଲ ଲାଗେ ନାହିଁ।
ਪੁਰਾਬ ਖਾਮ ਕੂਜੈ ਹਿਕਮਤਿ ਖੁਦਾਇਆ ॥ ଏହି ଶରୀର ପାଣିରେ ଭରି ରହିଥିବା ଏକ କଚ୍ଚା ପାତ୍ର ଅଟେ, ହେ ପ୍ରଭୁ! ଏହା ମଧ୍ୟ ତୋର ବିଚିତ୍ର କଳା ଅଟେ।
ਮਨ ਤੁਆਨਾ ਤੂ ਕੁਦਰਤੀ ਆਇਆ ॥ ତୁ ଶକ୍ତିଶାଳୀ ଅଟୁ ଏବଂ ତୋର ଶକ୍ତି ଦ୍ଵାରା ହିଁ ସଂସାରକୁ ଆସିଛି।
ਸਗ ਨਾਨਕ ਦੀਬਾਨ ਮਸਤਾਨਾ ਨਿਤ ਚੜੈ ਸਵਾਇਆ ॥ ନାନକ ତୋର ଦରବାରର କୁକୁର ଅଟନ୍ତି ଏବଂ ତୋର ଆସ୍ଥାରେ ମସ୍ତ ହୋଇଥାନ୍ତି, ନିତ୍ୟ ମସ୍ତି ବଢିଥାଏ।
ਆਤਸ ਦੁਨੀਆ ਖੁਨਕ ਨਾਮੁ ਖੁਦਾਇਆ ॥੨॥ ହେ ପ୍ରଭୁ! ଏହି ଦୁନିଆ ଅଗ୍ନି ଅଟେ ଏବଂ ତୋର ନାମ ଶକ୍ତି ପ୍ରଦାନ କରିଥାଏ||2||
ਪਉੜੀ ਨਵੀ ਮਃ ੫ ॥ ପଉଡୀ ନବ ମହଲା 5॥
ਸਭੋ ਵਰਤੈ ਚਲਤੁ ਚਲਤੁ ਵਖਾਣਿਆ ॥ ସବୁ ଈଶ୍ଵରଙ୍କ ଲୀଳା ଅଟେ ଏବଂ ତାହାଙ୍କ ଲୀଳାର ବର୍ଣ୍ଣନା କରା ଯାଉଅଛି।
ਪਾਰਬ੍ਰਹਮੁ ਪਰਮੇਸਰੁ ਗੁਰਮੁਖਿ ਜਾਣਿਆ ॥ ଗୁରୁଙ୍କ ଦ୍ଵାରା ପରଂବ୍ରହ୍ମ ପରମେଶ୍ଵରଙ୍କୁ ଜଣା ଯାଇଥାଏ।
ਲਥੇ ਸਭਿ ਵਿਕਾਰ ਸਬਦਿ ਨੀਸਾਣਿਆ ॥ ଶବ୍ଦର ଧ୍ୱନି ଦ୍ଵାରା ସବୁ ବିକାର ନିବୃତ୍ତ ହୋଇଯାଏ।
ਸਾਧੂ ਸੰਗਿ ਉਧਾਰੁ ਭਏ ਨਿਕਾਣਿਆ ॥ ସାଧୁ ପୁରୁଷଙ୍କ ସଙ୍ଗତ କରିବା ଦ୍ଵାରା ନିରୀହର ଉଦ୍ଧାର ହୋଇଯାଏ।
ਸਿਮਰਿ ਸਿਮਰਿ ਦਾਤਾਰੁ ਸਭਿ ਰੰਗ ਮਾਣਿਆ ॥ ସେହି ଦାତା ଈଶ୍ଵରଙ୍କ ଭଜନ କରିବା ଦ୍ଵାରା ଖୁସି ହିଁ ଖୁସି ପ୍ରାପ୍ତ ହୋଇଥାଏ।
ਪਰਗਟੁ ਭਇਆ ਸੰਸਾਰਿ ਮਿਹਰ ਛਾਵਾਣਿਆ ॥ ସଂପୂର୍ଣ୍ଣ ସଂସାରରେ ତାହାଙ୍କ କୃପା-ଦୃଷ୍ଟି ପ୍ରସାରିତ ହୋଇଛି।
ਆਪੇ ਬਖਸਿ ਮਿਲਾਏ ਸਦ ਕੁਰਬਾਣਿਆ ॥ ସେ ସ୍ଵୟଂ ହିଁ କୃପା କରି ମିଳାଇ ନିଅନ୍ତି, ମୁଁ ତାହାଙ୍କ ପ୍ରତି ସଦା ସମର୍ପିତ ଅଟେ।
ਨਾਨਕ ਲਏ ਮਿਲਾਇ ਖਸਮੈ ਭਾਣਿਆ ॥੨੭॥ ହେ ନାନକ! ଯେତେବେଳେ ମାଲିକଙ୍କୁ ଠିକ ଲାଗିଥାଏ, ଜୀବକୁ ସାଥିରେ ମିଳାଇ ନିଅନ୍ତି||27||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਧੰਨੁ ਸੁ ਕਾਗਦੁ ਕਲਮ ਧੰਨੁ ਧਨੁ ਭਾਂਡਾ ਧਨੁ ਮਸੁ ॥ ସେହି କାଗଜ ଓ କଲମ ଧନ୍ୟ ଅଟେ, ସେହି କାଳୀ ଓ ଦୁଆତ ମଧ୍ୟ ଧନ୍ୟ ଅଟେ।
ਧਨੁ ਲੇਖਾਰੀ ਨਾਨਕਾ ਜਿਨਿ ਨਾਮੁ ਲਿਖਾਇਆ ਸਚੁ ॥੧॥ ଗୁରୁ ନାନକଙ୍କ କଥନ ଯେ ସେହି ଲେଖିବା ବାଲା ମଧ୍ୟ ଧନ୍ୟ ଓ ଭାଗ୍ୟବାନ ଅଟେ, ଯିଏ ସଚ୍ଚା ପ୍ରଭୁଙ୍କ ଯଶ ଲେଖିଛନ୍ତି||1||
ਮਃ ੧ ॥ ମହଲା 1॥
ਆਪੇ ਪਟੀ ਕਲਮ ਆਪਿ ਉਪਰਿ ਲੇਖੁ ਭਿ ਤੂੰ ॥ ହେ ପ୍ରଭୁ! ପଟ୍ଟା ଉପରେ ଥିବା ଲେଖା ଲେଖି ମଧ୍ୟ ତୁ ହିଁ ଅଟୁ, ସେହି ପଟ୍ଟା ଓ କଲମ ସ୍ଵୟଂ ପ୍ରଭୁ ହିଁ ଅଟନ୍ତି।
ਏਕੋ ਕਹੀਐ ਨਾਨਕਾ ਦੂਜਾ ਕਾਹੇ ਕੂ ॥੨॥ ଗୁରୁ ନାନକ କହନ୍ତି ଯେ ଏକ ପରମ ପିତା ପ୍ରଭୁଙ୍କ ହିଁ ଯଶୋଗାନ କରିବାକୁ ପଡିବ, ଆଉ କାହାକୁ କିପରି ବଡ କହିବା? ||2||
ਪਉੜੀ ॥ ପଉଡୀ॥
ਤੂੰ ਆਪੇ ਆਪਿ ਵਰਤਦਾ ਆਪਿ ਬਣਤ ਬਣਾਈ ॥ ହେ ପରମପିତା! ତୁ ବିଶ୍ଵ ବ୍ୟାପକ ଅଟୁ, ତୁ ସ୍ଵୟଂ ହିଁ ସଂପୂର୍ଣ୍ଣ ବିଶ୍ଵ ବନାଇଛୁ।
ਤੁਧੁ ਬਿਨੁ ਦੂਜਾ ਕੋ ਨਹੀ ਤੂ ਰਹਿਆ ਸਮਾਈ ॥ ତୋ’ ବିନା ଆଉ କେହି କର୍ତ୍ତା ନାହାନ୍ତି, ତୁ ସୃଷ୍ଟିର ପ୍ରତି କୋଣରେ ବିଦ୍ୟମାନ ଅଟୁ।
ਤੇਰੀ ਗਤਿ ਮਿਤਿ ਤੂਹੈ ਜਾਣਦਾ ਤੁਧੁ ਕੀਮਤਿ ਪਾਈ ॥ ନିଜର ବିଶାଳ ମହାନତାକୁ ତୁ ସ୍ଵୟଂ ଜାଣିଥାଉ, ତୁ ହିଁ ଉଚିତ କଳନା କରିପାରୁ।
ਤੂ ਅਲਖ ਅਗੋਚਰੁ ਅਗਮੁ ਹੈ ਗੁਰਮਤਿ ਦਿਖਾਈ ॥ ତୁ ଅଦୃଶ୍ୟ ଅଟୁ, ଜ୍ଞାନେନ୍ଦ୍ରିୟରୁ ଉର୍ଦ୍ଧ୍ଵରେ ଅଛୁ, ଅସୀମ ଅଟୁ ଏବଂ ଗୁରୁଙ୍କ ଶିକ୍ଷା ଦ୍ଵାରା ଦୃଷ୍ଟିଗତ ହୋଇଥାଏ।
ਅੰਤਰਿ ਅਗਿਆਨੁ ਦੁਖੁ ਭਰਮੁ ਹੈ ਗੁਰ ਗਿਆਨਿ ਗਵਾਈ ॥ ମନରେ ଅଜ୍ଞାନତା, ଦୁଃଖ ଏବଂ ଭ୍ରମ ଘର କରି ରଖିଛି, ଯାହାକୁ ଗୁରୁଙ୍କ ଜ୍ଞାନ ହିଁ ସମାପ୍ତ କରିଥାଏ।
ਜਿਸੁ ਕ੍ਰਿਪਾ ਕਰਹਿ ਤਿਸੁ ਮੇਲਿ ਲੈਹਿ ਸੋ ਨਾਮੁ ਧਿਆਈ ॥ ଯାହା ଉପରେ ପରମାତ୍ମା କୃପା କରିଥାନ୍ତି, ତାହାକୁ ମିଳାଇ ନିଅନ୍ତିଏବଂ ସେ ହି ପରମାତ୍ମାଙ୍କ ଭଜନ କରିଥାନ୍ତି।
ਤੂ ਕਰਤਾ ਪੁਰਖੁ ਅਗੰਮੁ ਹੈ ਰਵਿਆ ਸਭ ਠਾਈ ॥ ହେ ପରମପିତା! ତୁ ସଂସାର ବନାଇବା ବାଲା ଅଟୁ, ସର୍ବଶକ୍ତିମାନ ଅଟୁ, ଅପହଞ୍ଚ ତଥାପି ସବୁସ୍ଥାନରେ ତୁ ହିଁ ବିଦ୍ୟମାନ ଅଟୁ।
ਜਿਤੁ ਤੂ ਲਾਇਹਿ ਸਚਿਆ ਤਿਤੁ ਕੋ ਲਗੈ ਨਾਨਕ ਗੁਣ ਗਾਈ ॥੨੮॥੧॥ ਸੁਧੁ ଯେଉଁଠି ଲଗାଇ ଥାଉ, ମନୁଷ୍ୟ ସେଠାରେ ଲାଗିଥାଏ, ହେ ସତ୍ୟସ୍ଵରୂପ! ନାନକ ସର୍ବଦା ତୋର ହିଁ ଗୁଣଗାନ କରିଥାନ୍ତି॥28॥1॥ଶୁଦ୍ଧ॥


© 2017 SGGS ONLINE
error: Content is protected !!
Scroll to Top