Guru Granth Sahib Translation Project

guru granth sahib odia page-1284

Page 1284

ਮਃ ੩ ॥ ମହଲା 3॥
ਬਾਬੀਹਾ ਬੇਨਤੀ ਕਰੇ ਕਰਿ ਕਿਰਪਾ ਦੇਹੁ ਜੀਅ ਦਾਨ ॥ ଜିଜ୍ଞାସୁ ପ୍ରାର୍ଥନା କରିଥାଏ ଯେ କୃପା କରି ତାହାକୁ ଜୀବନ ଦାନ ଦିଅ।
ਜਲ ਬਿਨੁ ਪਿਆਸ ਨ ਊਤਰੈ ਛੁਟਕਿ ਜਾਂਹਿ ਮੇਰੇ ਪ੍ਰਾਨ ॥ ପ୍ରଭୁ-ନାମ ରୂପୀ ଜଳ ବିନା ତୃଷ୍ଣା ଦୂର ହୁଏନାହିଁ, ପ୍ରାଣ ହିଁ ଚାଲି ଯାଇଥାଏ।
ਤੂ ਸੁਖਦਾਤਾ ਬੇਅੰਤੁ ਹੈ ਗੁਣਦਾਤਾ ਨੇਧਾਨੁ ॥ ହେ ପରମେଶ୍ଵର! ତୁ ସର୍ବ ସୁଖ ଦେବା ବାଲା ଅଟୁ, ଅନନ୍ତ ଅଟୁ, ଗୁଣ ପ୍ରଦାନ କରିବା ବାଲା ଏବଂ ଶାନ୍ତିର ଭଣ୍ଡାର ଅଟୁ।
ਨਾਨਕ ਗੁਰਮੁਖਿ ਬਖਸਿ ਲਏ ਅੰਤਿ ਹੋਇ ਭਗਵਾਨੁ ॥੨॥ ନାନକ ବିନତି କରନ୍ତି ଯେ ହେ ଭଗବାନ! ଗୁରୁଙ୍କ ଦ୍ଵାରା କ୍ଷମା କରିଦିଅ, ଅନ୍ତିମ ସମୟରେ ତୁ ହିଁ ସହାୟତା କରୁ||2||
ਪਉੜੀ ॥ ପଉଡୀ॥
ਆਪੇ ਜਗਤੁ ਉਪਾਇ ਕੈ ਗੁਣ ਅਉਗਣ ਕਰੇ ਬੀਚਾਰੁ ॥ ଜଗତକୁ ଉତ୍ପନ୍ନ କରି ଈଶ୍ଵର ସ୍ଵୟଂ ହିଁ ଗୁଣ-ଅବଗୁଣର ବିଚାର କରିଥାନ୍ତି।
ਤ੍ਰੈ ਗੁਣ ਸਰਬ ਜੰਜਾਲੁ ਹੈ ਨਾਮਿ ਨ ਧਰੇ ਪਿਆਰੁ ॥ ମାୟାର ତିନି ଗୁଣ ହିଁ ସବୁ ସମସ୍ୟା ସୃଷ୍ଟି କରିଥାଏ, ଯାହା ଯୋଗୁଁ ଜୀବ ପ୍ରଭୁନାମ ସହିତ ପ୍ରେମ କରେନାହିଁ।
ਗੁਣ ਛੋਡਿ ਅਉਗਣ ਕਮਾਵਦੇ ਦਰਗਹ ਹੋਹਿ ਖੁਆਰੁ ॥ ଯେଉଁ ଲୋକ ଗୁଣକୁ ତ୍ୟାଗ କରି ଅବଗୁଣ ଆପଣାଇ ଥାଏ, ସେ ପ୍ରଭୁଙ୍କ ଦରବାରରେ ଦୁଃଖୀ ହୋଇଥାଏ।
ਜੂਐ ਜਨਮੁ ਤਿਨੀ ਹਾਰਿਆ ਕਿਤੁ ਆਏ ਸੰਸਾਰਿ ॥ ସେ ନିଜ ଜୀବନ ଜୁଆରେ ହାରି ଦେଇଥାଏ, କାହିଁକି ସଂସାରକୁ ଆସିଥିଲା?
ਸਚੈ ਸਬਦਿ ਮਨੁ ਮਾਰਿਆ ਅਹਿਨਿਸਿ ਨਾਮਿ ਪਿਆਰਿ ॥ ସଚ୍ଚା ଉପଦେଶ ଦ୍ଵାରା ମନକୁ ନିୟନ୍ତ୍ରଣ କରି ହୁଏ, ସର୍ବଦା ପ୍ରଭୁନାମ ସହିତ ପ୍ରେମ ଲାଗି ରହିଥାଏ।
ਜਿਨੀ ਪੁਰਖੀ ਉਰਿ ਧਾਰਿਆ ਸਚਾ ਅਲਖ ਅਪਾਰੁ ॥ ଯେଉଁ ପୁରୁଷ ସତ୍ୟସ୍ଵରୂପ ଅପାର ପ୍ରଭୁଙ୍କୁ ହୃଦୟରେ ଧାରଣ କରିଛି,
ਤੂ ਗੁਣਦਾਤਾ ਨਿਧਾਨੁ ਹਹਿ ਅਸੀ ਅਵਗਣਿਆਰ ॥ ତାହାର ମାନିବା ଯେ ତୁ ଗୁଣର ଦାତା ଏବଂ ସୁଖର ଭଣ୍ଡାର ଅଟୁ, ଆମେ ଅବଗୁଣରେ ଭରି ରହିଛୁ।
ਜਿਸੁ ਬਖਸੇ ਸੋ ਪਾਇਸੀ ਗੁਰ ਸਬਦੀ ਵੀਚਾਰੁ ॥੧੩॥ ଯାହା ଉପରେ କୃପା କରୁ, ଗୁରୁଙ୍କ ଉପଦେଶର ଚିନ୍ତନ କରି ସେ ତାହାଙ୍କୁ ପାଇଥାଏ||13||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਰਾਤਿ ਨ ਵਿਹਾਵੀ ਸਾਕਤਾਂ ਜਿਨ੍ਹ੍ਹਾ ਵਿਸਰੈ ਨਾਉ ॥ ଯିଏ ପରମାତ୍ମାଙ୍କ ନାମ ଭୁଲିଯାଏ, ଏପରି ଅନଶ୍ଵରବାଦୀ ଲୋକର ଜୀବନ-ରାତ୍ରି ଅତିବାହିତ ହୁଏନାହିଁ।
ਰਾਤੀ ਦਿਨਸ ਸੁਹੇਲੀਆ ਨਾਨਕ ਹਰਿ ਗੁਣ ਗਾਂਉ ॥੧॥ ହେ ନାନକ! ପରମାତ୍ମାଙ୍କ ଗୁଣଗାନ କରିବା ବାଲା ଭକ୍ତର ଦିନ-ରାତି ଦୁଇଟି ସୁଖଦ ଅଟେ||1||
ਮਃ ੫ ॥ ମହଲା 5॥
ਰਤਨ ਜਵੇਹਰ ਮਾਣਕਾ ਹਭੇ ਮਣੀ ਮਥੰਨਿ ॥ ରତ୍ନ, ମାଣିକ ଧନ ସବୁ ପାଖରେ ଥାଏ, କିନ୍ତୁ
ਨਾਨਕ ਜੋ ਪ੍ਰਭਿ ਭਾਣਿਆ ਸਚੈ ਦਰਿ ਸੋਹੰਨਿ ॥੨॥ ହେ ନାନକ! ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ସଚ୍ଚା ଦରବାରରେ ସେ ହିଁ ସୁନ୍ଦର ଲାଗିଥାଏ||2||
ਪਉੜੀ ॥ ପଉଡୀ ॥
ਸਚਾ ਸਤਿਗੁਰੁ ਸੇਵਿ ਸਚੁ ਸਮ੍ਹ੍ਹਾਲਿਆ ॥ ସଚ୍ଚା ସଦଗୁରୁଙ୍କ ସେବାରେ ଲୀନ ହୋଇ ପରମାତ୍ମାଙ୍କ ଆରାଧନା କରିବା ଉଚିତ।
ਅੰਤਿ ਖਲੋਆ ਆਇ ਜਿ ਸਤਿਗੁਰ ਅਗੈ ਘਾਲਿਆ ॥ ସଦଗୁରୁଙ୍କ ସେବା କରିବା ଦ୍ଵାରା ଅନ୍ତିମ ସମୟରେ ଏହା ସେବା ଫଳ ରୂପରେ ସହାୟକ ହୋଇଥାଏ।
ਪੋਹਿ ਨ ਸਕੈ ਜਮਕਾਲੁ ਸਚਾ ਰਖਵਾਲਿਆ ॥ ଯେତେବେଳେ ସଚ୍ଚା ପ୍ରଭୁ ରଖୁଆଳ ବନିଥାନ୍ତି, ଯମରାଜ ମଧ୍ୟ ପାଖକୁ ଆସେ ନାହିଁ।
ਗੁਰ ਸਾਖੀ ਜੋਤਿ ਜਗਾਇ ਦੀਵਾ ਬਾਲਿਆ ॥ ଗୁରୁଙ୍କ ଶିକ୍ଷାର ଦୀପ ମନୁଷ୍ୟର ଅନ୍ତର୍ମନକୁ ପ୍ରଜ୍ଜ୍ଵଳିତ କରିଥାଏ।
ਮਨਮੁਖ ਵਿਣੁ ਨਾਵੈ ਕੂੜਿਆਰ ਫਿਰਹਿ ਬੇਤਾਲਿਆ ॥ ପ୍ରଭୁନାମ ବିହୀନ ସ୍ଵେଚ୍ଛାଚାରୀ ମିଥ୍ୟା ସିଦ୍ଧ ହୋଇଥାଏ ଏବଂ ପ୍ରେତ ଭଳି ପଥଭ୍ରଷ୍ଟ ରହିଥାଏ।
ਪਸੂ ਮਾਣਸ ਚੰਮਿ ਪਲੇਟੇ ਅੰਦਰਹੁ ਕਾਲਿਆ ॥ ମନୁଷ୍ୟର ତ୍ଵଚା ସହିତ ଥିବା ଏପରି ଲୋକ ପଶୁ ତୁଲ୍ୟ ଅଟେ, ଯାହାର ମନରେ କଳଙ୍କ ହିଁ ଥାଏ।
ਸਭੋ ਵਰਤੈ ਸਚੁ ਸਚੈ ਸਬਦਿ ਨਿਹਾਲਿਆ ॥ ଗୁରୁଙ୍କ ସଚ୍ଚା ଉପଦେଶ ଦ୍ଵାରା ବୋଧ ହୋଇଥାଏ ଯେ ସବୁଙ୍କ ଠାରେ ସତ୍ୟସ୍ଵରୂପ ପ୍ରଭୁ ହିଁ ବ୍ୟାପ୍ତ ଅଛନ୍ତି।
ਨਾਨਕ ਨਾਮੁ ਨਿਧਾਨੁ ਹੈ ਪੂਰੈ ਗੁਰਿ ਦੇਖਾਲਿਆ ॥੧੪॥ ହେ ନାନକ! ପୂର୍ଣ୍ଣ ଗୁରୁ ଦେଖାଇ ଦେଇଛନ୍ତି ଯେ ପରମାତ୍ମାଙ୍କ ନାମ ହିଁ ସୁଖର ଭଣ୍ଡାର ଅଟେ||14||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹੈ ਹੁਕਮੁ ਪਛਾਣਿਆ ਗੁਰ ਕੈ ਸਹਜਿ ਸੁਭਾਇ ॥ ଗୁରୁଙ୍କ କୋମଳ ଶାନ୍ତ ସ୍ଵଭାବ ଦ୍ଵାରା ଜୀବ ରୂପୀ ଚାତକକୁ ପରମାତ୍ମାଙ୍କ ହୁକୁମ ବିଷୟରେ ଜଣାଥାଏ।
ਮੇਘੁ ਵਰਸੈ ਦਇਆ ਕਰਿ ਗੂੜੀ ਛਹਬਰ ਲਾਇ ॥ ପରମାତ୍ମାଙ୍କ କୃପାରୁ ବାଦଲ ମୁଷଳ ଧାରାରେ ବର୍ଷା କରିଥାଏ।
ਬਾਬੀਹੇ ਕੂਕ ਪੁਕਾਰ ਰਹਿ ਗਈ ਸੁਖੁ ਵਸਿਆ ਮਨਿ ਆਇ ॥ ଚାତକର ଚିତ୍କାର ଦୂର ହୋଇଯାଏ ଏବଂ ମନରେ ସୁଖ ବାସ କରିଥାଏ।
ਨਾਨਕ ਸੋ ਸਾਲਾਹੀਐ ਜਿ ਦੇਂਦਾ ਸਭਨਾਂ ਜੀਆ ਰਿਜਕੁ ਸਮਾਇ ॥੧॥ ହେ ନାନକ! ସେହି ପରମେଶ୍ଵରଙ୍କ ସ୍ତୁତି କର, ଯିଏ ସବୁଙ୍କୁ ପୋଷଣ କରିଥାନ୍ତି||1||
ਮਃ ੩ ॥ ମହଲା 3॥
ਚਾਤ੍ਰਿਕ ਤੂ ਨ ਜਾਣਹੀ ਕਿਆ ਤੁਧੁ ਵਿਚਿ ਤਿਖਾ ਹੈ ਕਿਤੁ ਪੀਤੈ ਤਿਖ ਜਾਇ ॥ ହେ ଚାତକ! ତୁ ଜାଣି ନାହୁଁ ଯେ ତୋତେ କେଉଁ ତୃଷ୍ଣା ଲାଗିଅଛି ଏବଂ କଣ ପିଇବା ଦ୍ଵାରା ଏହା ଦୂର ହୋଇ ପାରିବ।
ਦੂਜੈ ਭਾਇ ਭਰੰਮਿਆ ਅੰਮ੍ਰਿਤ ਜਲੁ ਪਲੈ ਨ ਪਾਇ ॥ ଦୈତ୍ୟଭାବରେ ପଥଭ୍ରଷ୍ଟ ରହିବା ଦ୍ଵାରା ନାମ ରୂପୀ ଅମୃତ ଜଳ ପ୍ରାପ୍ତ ହୁଏନାହିଁ।
ਨਦਰਿ ਕਰੇ ਜੇ ਆਪਣੀ ਤਾਂ ਸਤਿਗੁਰੁ ਮਿਲੈ ਸੁਭਾਇ ॥ ଯେତେବେଳେ ନିଜ କୃପା କରିଥାନ୍ତି, ସ୍ଵାଭାବିକ ଭାବରେ ସଦଗୁରୁଙ୍କ ସହିତ ମିଳିଯାନ୍ତି।
ਨਾਨਕ ਸਤਿਗੁਰ ਤੇ ਅੰਮ੍ਰਿਤ ਜਲੁ ਪਾਇਆ ਸਹਜੇ ਰਹਿਆ ਸਮਾਇ ॥੨॥ ହେ ନାନକ! ସଚ୍ଚା ଗୁରୁଙ୍କ ଦ୍ଵାରା ହିଁ ଅମୃତ ଜଳ ପ୍ରାପ୍ତ ହୋଇଥାଏ ଏବଂ ଜୀବ ସ୍ଵାଭାବିକ ସୁଖରେ ଲୀନ ରହିଥାଏ||2||
ਪਉੜੀ ॥ ପଉଡୀ॥
ਇਕਿ ਵਣ ਖੰਡਿ ਬੈਸਹਿ ਜਾਇ ਸਦੁ ਨ ਦੇਵਹੀ ॥ କିଛି ଲୋକ ବନରେ ବସିଥାନ୍ତି ଏବଂ ମୌନ ରହିଥାନ୍ତି।
ਇਕਿ ਪਾਲਾ ਕਕਰੁ ਭੰਨਿ ਸੀਤਲੁ ਜਲੁ ਹੇਂਵਹੀ ॥ କିଛି କଠୋର ଥଣ୍ଡାର ଖାତିର ନ କରି ଥଣ୍ଡା ଜଳରେ ରହିଥାନ୍ତି,
ਇਕਿ ਭਸਮ ਚੜ੍ਹ੍ਹਾਵਹਿ ਅੰਗਿ ਮੈਲੁ ਨ ਧੋਵਹੀ ॥ କିଛି ନିଜ ଶରୀରର ଅଙ୍ଗରେ ଭସ୍ମ ଲଗାଇ ମଇଳା ଧୋଇ ନଥାନ୍ତି।
ਇਕਿ ਜਟਾ ਬਿਕਟ ਬਿਕਰਾਲ ਕੁਲੁ ਘਰੁ ਖੋਵਹੀ ॥ କିଛି ଏପରି ଅଛନ୍ତି ଯିଏ ବିକରାଳ ଜଟା ଧାରଣ କରି ନିଜ ବଂଶ ଏବଂ ଗୃହସ୍ଥି ତ୍ୟାଗ କରିଥାନ୍ତି।
error: Content is protected !!
Scroll to Top