Guru Granth Sahib Translation Project

guru granth sahib odia page-1281

Page 1281

ਗੁਰਮੁਖਿ ਪਤਿ ਸਿਉ ਲੇਖਾ ਨਿਬੜੈ ਬਖਸੇ ਸਿਫਤਿ ਭੰਡਾਰ ॥ ଗୁରୁମୁଖୀର ହିସାବ ସମ୍ମାନପୂର୍ବକ କରାଯାଇ ଥାଏ ଏବଂ ତାହାକୁ ସ୍ତୁତିର ଭଣ୍ଡାର ପ୍ରଦାନ କରାଯାଇ ଥାଏ।
ਓਥੈ ਹਥੁ ਨ ਅਪੜੈ ਕੂਕ ਨ ਸੁਣੀਐ ਪੁਕਾਰ ॥ ପରଲୋକରେ କୌଣସି ପ୍ରୟାସ ଚଳେ ନାହିଁ ଆଉ ନା କୌଣସି ଆପତ୍ତି ଶୁଣାଯାଇ ଥାଏ।
ਓਥੈ ਸਤਿਗੁਰੁ ਬੇਲੀ ਹੋਵੈ ਕਢਿ ਲਏ ਅੰਤੀ ਵਾਰ ॥ ସେଠାରେ ସଚ୍ଚା ଗୁରୁ ହିଁ ସହାୟକ ହୋଇଥାନ୍ତି ଏବଂ ଅନ୍ତିମ ସମୟରେ ରକ୍ଷା କରିଥାନ୍ତି।
ਏਨਾ ਜੰਤਾ ਨੋ ਹੋਰ ਸੇਵਾ ਨਹੀ ਸਤਿਗੁਰੁ ਸਿਰਿ ਕਰਤਾਰ ॥੬॥ ସଦଗୁରୁ ଯାହାର ରଖୁଆଳ ଅଟନ୍ତି, ସେହି ଜୀବକୁ ଅନ୍ୟ ସେବାର ଆବଶ୍ୟକତା ନଥାଏ||6||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹਾ ਜਿਸ ਨੋ ਤੂ ਪੂਕਾਰਦਾ ਤਿਸ ਨੋ ਲੋਚੈ ਸਭੁ ਕੋਇ ॥ ହେ ଜୀବ ରୂପୀ ଚାତକ! ଯାହାକୁ ତୁ ଡାକୁଅଛୁ, ସମସ୍ତେ ତାହାଙ୍କୁ ପାଇବାକୁ ଚାହିଁ ଥାଆନ୍ତି।
ਅਪਣੀ ਕਿਰਪਾ ਕਰਿ ਕੈ ਵਸਸੀ ਵਣੁ ਤ੍ਰਿਣੁ ਹਰਿਆ ਹੋਇ ॥ ସେ ନିଜ କୃପା କରି ବର୍ଷା କରିଥାନ୍ତି, ଯାହାଦ୍ୱାରା ସଂପୂର୍ଣ୍ଣ ପ୍ରକୃତି ସବୁଜ ହୋଇଯାଏ।
ਗੁਰ ਪਰਸਾਦੀ ਪਾਈਐ ਵਿਰਲਾ ਬੂਝੈ ਕੋਇ ॥ ଗୁରୁଙ୍କ କୃପା ଦ୍ଵାରା ପ୍ରାପ୍ତ ହୋଇଥାଏ, ଏହି ତଥ୍ୟକୁ କେହି ବିରଳ ହିଁ ବୁଝିଥାଏ।
ਬਹਦਿਆ ਉਠਦਿਆ ਨਿਤ ਧਿਆਈਐ ਸਦਾ ਸਦਾ ਸੁਖੁ ਹੋਇ ॥ ଉଠିବା-ବସିବା ସମୟରେ ତାହାଙ୍କ ଧ୍ୟାନରେ ଲୀନ ହେବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ।
ਨਾਨਕ ਅੰਮ੍ਰਿਤੁ ਸਦ ਹੀ ਵਰਸਦਾ ਗੁਰਮੁਖਿ ਦੇਵੈ ਹਰਿ ਸੋਇ ॥੧॥ ହେ ନାନକ! ସେ ସର୍ବଦା ଅମୃତ ବର୍ଷା କରିଥାନ୍ତି ଏବଂ ଗୁରୁ ହିଁ ହରିନାମ ସ୍ମରଣର ଅମୃତ ପ୍ରଦାନ କରିଥାନ୍ତି||1||
ਮਃ ੩ ॥ ମହଲା 3॥
ਕਲਮਲਿ ਹੋਈ ਮੇਦਨੀ ਅਰਦਾਸਿ ਕਰੇ ਲਿਵ ਲਾਇ ॥ ଦୁଃଖ-ପାପରେ ବ୍ୟତି ବ୍ୟସ୍ତ ହୋଇ ପୃଥିବୀ ଧ୍ୟାନ ଲଗାଇ ପ୍ରାର୍ଥନା କରିଛି।
ਸਚੈ ਸੁਣਿਆ ਕੰਨੁ ਦੇ ਧੀਰਕ ਦੇਵੈ ਸਹਜਿ ਸੁਭਾਇ ॥ ପରମାତ୍ମା ଧ୍ୟାନପୂର୍ବକ ପ୍ରାର୍ଥନା ଶୁଣିଛନ୍ତି, ସ୍ଵାଭାବିକ ଭାବରେ ଆଶ୍ଵାସନା ଦେଇଛନ୍ତି।
ਇੰਦ੍ਰੈ ਨੋ ਫੁਰਮਾਇਆ ਵੁਠਾ ਛਹਬਰ ਲਾਇ ॥ ଇନ୍ଦ୍ରଙ୍କୁ ହୁକୁମ କରି ମୁଷଳଧାରା ବର୍ଷା କରିଛନ୍ତି,
ਅਨੁ ਧਨੁ ਉਪਜੈ ਬਹੁ ਘਣਾ ਕੀਮਤਿ ਕਹਣੁ ਨ ਜਾਇ ॥ ଏତେ ଅଧିକ ଆନ୍ନ ଉତ୍ପନ୍ନ କରିଛନ୍ତି ଯେ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਨਾਨਕ ਨਾਮੁ ਸਲਾਹਿ ਤੂ ਸਭਨਾ ਜੀਆ ਦੇਦਾ ਰਿਜਕੁ ਸੰਬਾਹਿ ॥ ନାନକ କହନ୍ତି ଯେ ପରମାତ୍ମାଙ୍କ ସ୍ତୁତିଗାନ କର, ସେ ସବୁ ଜୀବକୁ ଦୈନିକ ଖାଦ୍ୟ ଦେଇ ପୋଷଣ କରିଥାନ୍ତି।
ਜਿਤੁ ਖਾਧੈ ਸੁਖੁ ਊਪਜੈ ਫਿਰਿ ਦੂਖੁ ਨ ਲਾਗੈ ਆਇ ॥੨॥ ଯେଉଁ ଖାଦ୍ୟ ଦ୍ଵାରା ସୁଖ ଉତ୍ପନ୍ନ ହୋଇଥାଏ ଏବଂ ପୁନଃ ଦୁଃଖ ଲାଗେ ନାହିଁ||2||
ਪਉੜੀ ॥ ପଉଡୀ॥
ਹਰਿ ਜੀਉ ਸਚਾ ਸਚੁ ਤੂ ਸਚੇ ਲੈਹਿ ਮਿਲਾਇ ॥ ହେ ପ୍ରଭୁ! ତୁ ଶାଶ୍ଵତ ରୂପ ଆଉ ସତ୍ୟଶୀଳ ଅଟୁ, ତାହାକୁ ସାଥିରେ ମିଳାଇ ନେଉ।
ਦੂਜੈ ਦੂਜੀ ਤਰਫ ਹੈ ਕੂੜਿ ਮਿਲੈ ਨ ਮਿਲਿਆ ਜਾਇ ॥ ଯିଏ ଦୈତ୍ୟଭାବରେ ଲୀନ ରହିଥାଏ, ସେ ସତ୍ୟ ଠାରୁ ବିଚ୍ୟୁତ ହୋଇଥାଏ, ଏପରି ମିଥ୍ୟା ଲୋକ କେବେ ମଧ୍ୟ ସତ୍ୟ ସହିତ ମିଳନ କରିପାରେ ନାହିଁ।
ਆਪੇ ਜੋੜਿ ਵਿਛੋੜਿਐ ਆਪੇ ਕੁਦਰਤਿ ਦੇਇ ਦਿਖਾਇ ॥ ସେ ସ୍ଵୟଂ ଯୋଡିବା ଓ ବିଚ୍ଛେଦ କରିବା ବାଲା ଅଟନ୍ତି ଏବଂ ନିଜ ପ୍ରକୃତି ଦେଖାଇ ଥାଆନ୍ତି।
ਮੋਹੁ ਸੋਗੁ ਵਿਜੋਗੁ ਹੈ ਪੂਰਬਿ ਲਿਖਿਆ ਕਮਾਇ ॥ ମୋହ, ଦୁଃଖ ଏବଂ ବିୟୋଗ ଇତ୍ୟାଦି ସବୁ ପୂର୍ବ କର୍ମର ଫଳ ଅଟେ।
ਹਉ ਬਲਿਹਾਰੀ ਤਿਨ ਕਉ ਜੋ ਹਰਿ ਚਰਣੀ ਰਹੈ ਲਿਵ ਲਾਇ ॥ ଯିଏ ଈଶ୍ଵରଙ୍କ ଚରଣରେ ଲୀନ ରହିଥାଏ, ମୁଁ ତାହାଙ୍କ ପ୍ରତି ସଦା ସମର୍ପିତ ଯାଇଥାଏ।
ਜਿਉ ਜਲ ਮਹਿ ਕਮਲੁ ਅਲਿਪਤੁ ਹੈ ਐਸੀ ਬਣਤ ਬਣਾਇ ॥ ଯେପରି ଜଳରୁ କମଳ ନିର୍ଲିପ୍ତ ରହିଥାଏ, ସେପରି ହିଁ ଜୀବନ-ଆଚରଣ ବନାଇବା ଉଚିତ।
ਸੇ ਸੁਖੀਏ ਸਦਾ ਸੋਹਣੇ ਜਿਨ੍ਹ੍ਹ ਵਿਚਹੁ ਆਪੁ ਗਵਾਇ ॥ ସେହି ଜୀବ ବାସ୍ତବରେ ସୁଖୀ ଏବଂ ସର୍ବଦା ସୁନ୍ଦର ଅଟେ, ଯିଏ ମନରୁ ଅହଙ୍କାରକୁ ସମାପ୍ତ କରିଥାଏ।
ਤਿਨ੍ਹ੍ਹ ਸੋਗੁ ਵਿਜੋਗੁ ਕਦੇ ਨਹੀ ਜੋ ਹਰਿ ਕੈ ਅੰਕਿ ਸਮਾਇ ॥੭॥ ଯିଏ ଈଶ୍ଵରଙ୍କ ଭକ୍ତିରେ ଲୀନ ରହିଥାଏତହକୁ କୌଣସି ଦୁଃଖ କିମ୍ବା ବିୟୋଗ ପ୍ରଭାବିତ କରିପାରେ ନାହିଁ ||7||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਨਾਨਕ ਸੋ ਸਾਲਾਹੀਐ ਜਿਸੁ ਵਸਿ ਸਭੁ ਕਿਛੁ ਹੋਇ ॥ ନାନକଙ୍କ ବିନତି ଯେ ସେହି ପରମାତ୍ମାଙ୍କ ସ୍ତୁତିଗାନ କର; ଯାହାଙ୍କ ବଶରେ ସବୁକିଛି ହେଉଅଛି।
ਤਿਸੈ ਸਰੇਵਿਹੁ ਪ੍ਰਾਣੀਹੋ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥ ହେ ପ୍ରାଣୀ! ତାହାଙ୍କ ଅର୍ଚ୍ଚନା କରତାହାଙ୍କ ବିନା ଆଉ କେହି ନାହାନ୍ତି।
ਗੁਰਮੁਖਿ ਹਰਿ ਪ੍ਰਭੁ ਮਨਿ ਵਸੈ ਤਾਂ ਸਦਾ ਸਦਾ ਸੁਖੁ ਹੋਇ ॥ ଗୁରୁଙ୍କ ଦ୍ଵାରା ଯେତେବେଳେ ମନରେ ପ୍ରଭୁ ସ୍ଥାପିତ ହୋଇଥାନ୍ତି, ସର୍ବଦା ସୁଖ ହିଁ ସୁଖ ମିଳିଥାଏ।
ਸਹਸਾ ਮੂਲਿ ਨ ਹੋਵਈ ਸਭ ਚਿੰਤਾ ਵਿਚਹੁ ਜਾਇ ॥ ସଂଶୟ ଆଦୌ ହୁଏନାହିଁ ଏବଂ ମନରୁ ସବୁ ଚିନ୍ତା ଦୂର ହୋଇଯାଏ।
ਜੋ ਕਿਛੁ ਹੋਇ ਸੁ ਸਹਜੇ ਹੋਇ ਕਹਣਾ ਕਿਛੂ ਨ ਜਾਇ ॥ ଯାହା କିଛି ହୋଇଥାଏ, ତାହା ସ୍ଵାଭାବିକ ଭାବରେ ହୋଇଥାଏ, ଏହି ବିଷୟରେ କିଛି କୁହା ଯାଇପାରିବ ନାହିଁ।
ਸਚਾ ਸਾਹਿਬੁ ਮਨਿ ਵਸੈ ਤਾਂ ਮਨਿ ਚਿੰਦਿਆ ਪਾਇ ॥ ଯେତେବେଳେ3 ସଚ୍ଚା ମାଲିକ ମନରେ ସ୍ଥାପିତ ହୋଇଥାନ୍ତି, ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଥାଏ।
ਨਾਨਕ ਤਿਨ ਕਾ ਆਖਿਆ ਆਪਿ ਸੁਣੇ ਜਿ ਲਇਅਨੁ ਪੰਨੈ ਪਾਇ ॥੧॥ ହେ ନାନକ! ଯାହାକୁ ପ୍ରଭୁ ନିଜର ବନାଇ ଥାଆନ୍ତି, ତାହାର ବିନତି ସ୍ଵୟଂ ଶୁଣିଥାନ୍ତି ଏବଂ ସବୁ ବିଷୟ ସଂପୂର୍ଣ୍ଣ କରିଥାନ୍ତି||1||
ਮਃ ੩ ॥ ମହଲା 3॥
ਅੰਮ੍ਰਿਤੁ ਸਦਾ ਵਰਸਦਾ ਬੂਝਨਿ ਬੂਝਣਹਾਰ ॥ କେହି ବୁଝିବା ବାଲା ହିଁ ଏହି ତଥ୍ୟକୁ ବୁଝିଥାଏ ଯେ ସର୍ବଦା ହରିଙ୍କ ନାମାମୃତ ବର୍ଷା ହୋଇଥାଏ।
ਗੁਰਮੁਖਿ ਜਿਨ੍ਹ੍ਹੀ ਬੁਝਿਆ ਹਰਿ ਅੰਮ੍ਰਿਤੁ ਰਖਿਆ ਉਰਿ ਧਾਰਿ ॥ ଗୁରୁଙ୍କ ଠାରୁ ଯିଏ ଏହି ତଥ୍ୟ ବୁଝିଥାଏ, ସେ ହରି ନାମାମୃତକୁ ହୃଦୟରେ ସ୍ଥାପନ କରିଥାଏ।
ਹਰਿ ਅੰਮ੍ਰਿਤੁ ਪੀਵਹਿ ਸਦਾ ਰੰਗਿ ਰਾਤੇ ਹਉਮੈ ਤ੍ਰਿਸਨਾ ਮਾਰਿ ॥ ସେ ଅହଂ ଓ ତୃଷ୍ଣା ସମାପ୍ତ କରି ହରିନାମାମୃତ ହିଁ ପାନ କରିଥାଏ ଏବଂ ସଦା ତାହାଙ୍କ ରଙ୍ଗରେ ଲୀନ ରହିଥାଏ।
ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਹੈ ਵਰਸੈ ਕਿਰਪਾ ਧਾਰਿ ॥ ହରିଙ୍କ ନାମ ଅମୃତ ଅଟେ ଏବଂ ତାହାଙ୍କ କୃପାରୁ ହିଁ ବର୍ଷା ହୋଇଥାଏ।
ਨਾਨਕ ਗੁਰਮੁਖਿ ਨਦਰੀ ਆਇਆ ਹਰਿ ਆਤਮ ਰਾਮੁ ਮੁਰਾਰਿ ॥੨॥ ନାନକ କହନ୍ତି ଯେ ଗୁରୁଙ୍କ କୃପାରୁ ପ୍ରଭୁ ଅନ୍ତର୍ମନରେ ଅବସ୍ଥିତ ହୋଇଥାନ୍ତି||2||
error: Content is protected !!
Scroll to Top