Guru Granth Sahib Translation Project

guru granth sahib odia page-1067

Page 1067

ਆਪੇ ਸਚਾ ਸਬਦਿ ਮਿਲਾਏ ॥ ସେ ସ୍ଵୟଂ ହିଁ ଶବ୍ଦ-ଗୁରୁଙ୍କ ସହିତ ମିଳାଇ ଥାଆନ୍ତି ଏବଂ
ਸਬਦੇ ਵਿਚਹੁ ਭਰਮੁ ਚੁਕਾਏ ॥ ଶବ୍ଦ-ଗୁରୁ ମନର ଅହଂ ଦୂର କରିଥାନ୍ତି।
ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਨਾਮੇ ਹੀ ਸੁਖੁ ਪਾਇਦਾ ॥੧੬॥੮॥੨੨॥ ହେ ନାନକ! ପରମାତ୍ମାଙ୍କ ନାମ ଦ୍ଵାରା ହିଁ ବଡିମା ମିଳିଥାଏ ଏବଂ ନାମ ଦ୍ଵାରା ହିଁ ସୁଖ ହାସଲ ହୋଇଥାଏ||16||8||22||
ਮਾਰੂ ਮਹਲਾ ੩ ॥ ମାରୁ ମହଲା 3॥
ਅਗਮ ਅਗੋਚਰ ਵੇਪਰਵਾਹੇ ॥ ମନ-ବାଣୀରୁ ଉର୍ଦ୍ଧ୍ଵରେ ଥିବା ପରମେଶ୍ଵର ନିଶ୍ଚିନ୍ତ ଅଟନ୍ତି,
ਆਪੇ ਮਿਹਰਵਾਨ ਅਗਮ ਅਥਾਹੇ ॥ ସେ ସ୍ଵୟଂ ହିଁ ଦୟାଳୁ, ଅଗମ୍ୟ ଏବଂ ଅଥଳ ଅଟନ୍ତି।
ਅਪੜਿ ਕੋਇ ਨ ਸਕੈ ਤਿਸ ਨੋ ਗੁਰ ਸਬਦੀ ਮੇਲਾਇਆ ॥੧॥ ତାହାଙ୍କ ପର୍ଯ୍ୟନ୍ତ କେହି ପହଞ୍ଚି ପାରେ ନାହିଁ ଏବଂ ଶବ୍ଦ-ଗୁରୁ ଦ୍ଵାରା ସେ ମିଳାଇ ନେଇଥାନ୍ତି||1||
ਤੁਧੁਨੋ ਸੇਵਹਿ ਜੋ ਤੁਧੁ ਭਾਵਹਿ ॥ ହେ ପରମେଶ୍ଵର! ଯାହାକୁ ତୋତେ ଭଲ ଲାଗିଥାଏ, ସେ ହିଁ ତୋର ଉପାସନା କରିଥାଏ ଏବଂ
ਗੁਰ ਕੈ ਸਬਦੇ ਸਚਿ ਸਮਾਵਹਿ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟରେ ବିଲୀନ ରହିଥାଏ।
ਅਨਦਿਨੁ ਗੁਣ ਰਵਹਿ ਦਿਨੁ ਰਾਤੀ ਰਸਨਾ ਹਰਿ ਰਸੁ ਭਾਇਆ ॥੨॥ ସେ ନିତ୍ୟ ତୋର ଗୁଣଗାନ କରିଥାଏ ଏବଂ ତାହାର ଜିହ୍ଵାକୁ ହରିନାମ ରସ ହିଁ ଭଲ ଲାଗିଥାଏ||2||
ਸਬਦਿ ਮਰਹਿ ਸੇ ਮਰਣੁ ਸਵਾਰਹਿ ॥ ଯିଏ ଶବ୍ଦ-ଗୁରୁ ଦ୍ଵାରା ଅହଂ ଦୂର କରିଥାଏ,
ਹਰਿ ਕੇ ਗੁਣ ਹਿਰਦੈ ਉਰ ਧਾਰਹਿ ॥ ସେ ନିଜ ମରଣକୁ ସଫଳ କରାଇ ଥାଏ ଏବଂ ଭଗବାନଙ୍କ ଗୁଣକୁ ହୃଦୟରେ ଧାରଣ କରିଥାଏ।
ਜਨਮੁ ਸਫਲੁ ਹਰਿ ਚਰਣੀ ਲਾਗੇ ਦੂਜਾ ਭਾਉ ਚੁਕਾਇਆ ॥੩॥ ପ୍ରଭୁ-ଚରଣରେ ଲାଗି ତାହାର ଜନ୍ମ ସଫଳ ହୋଇଥାଏ ଏବଂ ଦୈତ୍ୟଭାବ ଦୂର ହୋଇଯାଏ||3||
ਹਰਿ ਜੀਉ ਮੇਲੇ ਆਪਿ ਮਿਲਾਏ ॥ ଈଶ୍ଵର ସ୍ଵୟଂ ହିଁ ତାହାକୁ ନିଜ ସାଥିରେ ମିଳାଇ ନିଅନ୍ତି,
ਗੁਰ ਕੈ ਸਬਦੇ ਆਪੁ ਗਵਾਏ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ଅହଂକୁ ଦୂର କରି ଦେଇଥାଏ,
ਅਨਦਿਨੁ ਸਦਾ ਹਰਿ ਭਗਤੀ ਰਾਤੇ ਇਸੁ ਜਗ ਮਹਿ ਲਾਹਾ ਪਾਇਆ ॥੪॥ ସେ ସଦା ପରମାତ୍ମାଙ୍କ ଭକ୍ତିରେ ଲୀନ ରହିଥାଏ ଏବଂ ଏହି ଜଗତରେ ସେ ଲାଭ ପ୍ରାପ୍ତ କରିଥାଏ||4||
ਤੇਰੇ ਗੁਣ ਕਹਾ ਮੈ ਕਹਣੁ ਨ ਜਾਈ ॥ ହେ ପ୍ରଭୁ! ମୁଁ ତୋର ଗୁଣ ବର୍ଣ୍ଣନା କରିବାକୁ ଚାହେଁ, କିନ୍ତୁ ମୋ’ ଦ୍ଵାରା ବର୍ଣ୍ଣନା ହୋଇପାରୁ ନାହିଁ।
ਅੰਤੁ ਨ ਪਾਰਾ ਕੀਮਤਿ ਨਹੀ ਪਾਈ ॥ ତୋର କୌଣସି ଅନ୍ତ ନାହିଁ ଆଉ ନା କେହି ତୋର ଉଚିତ ମୂଲ୍ୟାଙ୍କନ କରି ପାରେନାହିଁ।
ਆਪੇ ਦਇਆ ਕਰੇ ਸੁਖਦਾਤਾ ਗੁਣ ਮਹਿ ਗੁਣੀ ਸਮਾਇਆ ॥੫॥ ଯେତେବେଳେ ସୁଖଦାତା ପରମେଶ୍ଵର ସ୍ଵୟଂ ହିଁ ଦୟା କରିଥାନ୍ତି, ଜୀବ ତାହାଙ୍କ ଗୁଣରେ ଲୀନ ହୋଇଯାଏ||5||
ਇਸੁ ਜਗ ਮਹਿ ਮੋਹੁ ਹੈ ਪਾਸਾਰਾ ॥ ଏହି ଜଗତର ଚାରିଆଡେ ମୋହର ପ୍ରସାର ହୋଇଛି ଏବଂ
ਮਨਮੁਖੁ ਅਗਿਆਨੀ ਅੰਧੁ ਅੰਧਾਰਾ ॥ ଅଜ୍ଞାନ ମନମୁଖୀ ଜୀବ ଅଜ୍ଞାନତାର ଅନ୍ଧକାରରେ ହିଁ ପଥଭ୍ରଷ୍ଟ ରହିଥାଏ।
ਧੰਧੈ ਧਾਵਤੁ ਜਨਮੁ ਗਵਾਇਆ ਬਿਨੁ ਨਾਵੈ ਦੁਖੁ ਪਾਇਆ ॥੬॥ ସଂସାରର ଧନ୍ଦାରେ ଲାଗି ରହି ସେ ନିଜର ଜନ୍ମ ବ୍ୟର୍ଥରେ ହରାଇ ଦେଇଛି ଏବଂ ନାମ ବିନା ଦୁଃଖ ହିଁ ପାଇଛି||6||
ਕਰਮੁ ਹੋਵੈ ਤਾ ਸਤਿਗੁਰੁ ਪਾਏ ॥ ଯଦି ପ୍ରଭୁ-କୃପା ହୋଇଯାଏ, ସେ ସଦଗୁରୁଙ୍କୁ ପାଇନିଏ ଏବଂ
ਹਉਮੈ ਮੈਲੁ ਸਬਦਿ ਜਲਾਏ ॥ ସେ ଶବ୍ଦ ଗୁରୁ ଦ୍ଵାରା ନିଜ ଅହଂର ମଇଳାକୁ ସଫା କରିନିଏ।
ਮਨੁ ਨਿਰਮਲੁ ਗਿਆਨੁ ਰਤਨੁ ਚਾਨਣੁ ਅਗਿਆਨੁ ਅੰਧੇਰੁ ਗਵਾਇਆ ॥੭॥ ତାହାଙ୍କ ମନ ନିର୍ମଳ ହୋଇଯାଏ, ଯେଉଁଠି ଜ୍ଞାନ-ରତ୍ନର ଆଲୋକ ହୋଇଯାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ||7||
ਤੇਰੇ ਨਾਮ ਅਨੇਕ ਕੀਮਤਿ ਨਹੀ ਪਾਈ ॥ ତୋର ଅନେକ ନାମ ଅଛି ଏବଂ କେହି ମଧ୍ୟ ତାହାର ଉଚିତ ମୂଲ୍ୟାଙ୍କନ କରି ପାରିନାହିଁ।
ਸਚੁ ਨਾਮੁ ਹਰਿ ਹਿਰਦੈ ਵਸਾਈ ॥ ତୋର ସତ୍ୟନାମ ନିଜ ହୃଦୟରେ ସ୍ଥାପନ କରିଛି।
ਕੀਮਤਿ ਕਉਣੁ ਕਰੇ ਪ੍ਰਭ ਤੇਰੀ ਤੂ ਆਪੇ ਸਹਜਿ ਸਮਾਇਆ ॥੮॥ ହେ ପ୍ରଭୁ! ତୋର ଉଚିତ ମୂଲ୍ୟାଙ୍କନ କିଏ କରି ପାରିବ? ତୁ ସ୍ଵୟଂ ହି ପରମାନନ୍ଦରେ ବାସ କରିଛୁ||8||
ਨਾਮੁ ਅਮੋਲਕੁ ਅਗਮ ਅਪਾਰਾ ॥ ତୋର ଅମୂଲ୍ୟ ନାମ ଅଗମ୍ୟ-ଅପାର ଅଟେ ଏବଂ
ਨਾ ਕੋ ਹੋਆ ਤੋਲਣਹਾਰਾ ॥ ଏହାକୁ ତଉଲିବା ବାଲା କେହି ନାହାନ୍ତି।
ਆਪੇ ਤੋਲੇ ਤੋਲਿ ਤੋਲਾਏ ਗੁਰ ਸਬਦੀ ਮੇਲਿ ਤੋਲਾਇਆ ॥੯॥ ତୁ ନିଜେ ହିନ ଏହାକୁ ତଉଲି ପାରୁ ଏବଂ ତୁ ଶବ୍ଦ-ଗୁରୁଙ୍କ ସହିତ ମିଶାଇ ତାହା ଦ୍ଵାରା ନାମକୁ ତଉଲାଇ ଅଛୁ||9||
ਸੇਵਕ ਸੇਵਹਿ ਕਰਹਿ ਅਰਦਾਸਿ ॥ ସେବକ ତୋର ସେବା-ଭକ୍ତିରେ ରତ ହୋଇ ତୋ’ ଦ୍ଵାରା ହିଁ ପ୍ରାର୍ଥନା କରିଥାଏ ଏବଂ
ਤੂ ਆਪੇ ਮੇਲਿ ਬਹਾਲਹਿ ਪਾਸਿ ॥ ତୁ ତାହାଙ୍କ ସହିତ ମିଶାଇ ନିଜ ପାଖରେ ବସାଉ।
ਸਭਨਾ ਜੀਆ ਕਾ ਸੁਖਦਾਤਾ ਪੂਰੈ ਕਰਮਿ ਧਿਆਇਆ ॥੧੦॥ ସବୁ ଜୀବନକୁ ସୁଖ ଦେବା ବାଲା ଦାତା କେବଳ ତୁ ହିଁ ଅଟୁ ଏବଂ କେହି ବିରଳ ହିଁ ପୂର୍ଣ୍ଣ ଭାଗ୍ୟରୁ ତୋର ଧ୍ୟାନ କରିଛି||10||
ਜਤੁ ਸਤੁ ਸੰਜਮੁ ਜਿ ਸਚੁ ਕਮਾਵੈ ॥ ଯଦି କେହି ସତ୍ୟର ଆଚରଣ ଆପଣାଇ ଥାଏ, ତାହାକୁ ତପଶ୍ଚର୍ଯା, ସଦାଚାର ଏବଂ ସଂଯମ ଇତ୍ୟାଦି ଶୁଭ କର୍ମର ଫଳ ନିଶ୍ଚିତ ମିଳିଯାଏ।
ਇਹੁ ਮਨੁ ਨਿਰਮਲੁ ਜਿ ਹਰਿ ਗੁਣ ਗਾਵੈ ॥ ଯଦି କେହି ପରମାତ୍ମାଙ୍କ ଗୁଣଗାନ କରିଥାଏ, ତାହାର ମନ ନିର୍ମଳ ହୋଇଯାଏ ଏବଂ
ਇਸੁ ਬਿਖੁ ਮਹਿ ਅੰਮ੍ਰਿਤੁ ਪਰਾਪਤਿ ਹੋਵੈ ਹਰਿ ਜੀਉ ਮੇਰੇ ਭਾਇਆ ॥੧੧॥ ମାୟା ରୂପୀ ବିଷରେ ବିଚରଣ କରି ତାହାକୁ ନାମାମୃତ ପ୍ରାପ୍ତ ହୋଇଯାଏ, ମୋର ପରମେଶ୍ଵରଙ୍କୁ ଏହା ଭଲ ଲାଗିଥାଏ||11||
ਜਿਸ ਨੋ ਬੁਝਾਏ ਸੋਈ ਬੂਝੈ ॥ ଯାହାକୁ ସେ ଜ୍ଞାନ ଦେଇଥାନ୍ତି, ସେ ହିଁ ବୁଝିଥାଏ।
ਹਰਿ ਗੁਣ ਗਾਵੈ ਅੰਦਰੁ ਸੂਝੈ ॥ ସେ ପରମାତ୍ମାଙ୍କ ଗୁଣଗାନ କରିଥାଏ, ଯାହାଦ୍ୱାରା ତାହାର ମନରେ ଜ୍ଞାନ ଉତ୍ପନ୍ନ ହୋଇଯାଏ।
ਹਉਮੈ ਮੇਰਾ ਠਾਕਿ ਰਹਾਏ ਸਹਜੇ ਹੀ ਸਚੁ ਪਾਇਆ ॥੧੨॥ ସେ ଅହଂ ଏବଂ ମମତାକୁ ବାଧା ଦେଇ ସ୍ଵାଭାବିକ ଅବସ୍ଥାରେ ସତ୍ୟ ପ୍ରାପ୍ତ କରିଥାଏ||12||
ਬਿਨੁ ਕਰਮਾ ਹੋਰ ਫਿਰੈ ਘਨੇਰੀ ॥ ଅନେକ ଭାଗ୍ୟହୀନ ପଥଭ୍ରଷ୍ଟ ରହିଥାନ୍ତି,
ਮਰਿ ਮਰਿ ਜੰਮੈ ਚੁਕੈ ਨ ਫੇਰੀ ॥ ସେ ବାରମ୍ବାର ଜନ୍ମ ହୋଇ ମରିଥାଏ କିନ୍ତୁ ତାହାର ଜନ୍ମ-ମୃତ୍ୟୁ ସମାପ୍ତ ହୁଏନାହିଁ।
ਬਿਖੁ ਕਾ ਰਾਤਾ ਬਿਖੁ ਕਮਾਵੈ ਸੁਖੁ ਨ ਕਬਹੂ ਪਾਇਆ ॥੧੩॥ ବିକାରରେ ଲୀନ ରହିବା ବାଲା ଜୀବ ବିକାରର ଆଚରଣ ହିଁ କରିଥାଏ ଏବଂ ସେ ଜୀବନରେ କେବେ ମଧ୍ୟ ସୁଖପ୍ରାପ୍ତ କରିପାରେ ନାହିଁ||13||
ਬਹੁਤੇ ਭੇਖ ਕਰੇ ਭੇਖਧਾਰੀ ॥ ବେଶ ଧାରଣ କରିବା ବାଲା ବହୁରୂପୀ ଅନେକ ବେଶ ବନାଇ ଥାଏ, କିନ୍ତୁ
ਬਿਨੁ ਸਬਦੈ ਹਉਮੈ ਕਿਨੈ ਨ ਮਾਰੀ ॥ ଶବ୍ଦ-ଗୁରୁଙ୍କ ବିନା କାହାର ମଧ୍ୟ ଅହଂ ଦୂର ହୋଇନାହିଁ।
ਜੀਵਤੁ ਮਰੈ ਤਾ ਮੁਕਤਿ ਪਾਏ ਸਚੈ ਨਾਇ ਸਮਾਇਆ ॥੧੪॥ ଯଦି ସେ ଜୀବିତ ହିଁ ପାପ ଠାରୁ ଦୂରେଇ ଯାଇଥାଏ, ମୁକ୍ତି ପାଇନିଏ ଏବଂ ସତ୍ୟନାମରେ ବିଲୀନ ହୋଇଯାଏ||14||
ਅਗਿਆਨੁ ਤ੍ਰਿਸਨਾ ਇਸੁ ਤਨਹਿ ਜਲਾਏ ॥ ଅଜ୍ଞାନତା ଏବଂ ତୃଷ୍ଣାଗ୍ନି ଏହି ମନକୁ ଜଳାଇ ରହିଥାଏ,
error: Content is protected !!
Scroll to Top