Guru Granth Sahib Translation Project

guru granth sahib odia page-1057

Page 1057

ਗੁਰ ਕੈ ਸਬਦਿ ਹਰਿ ਨਾਮੁ ਵਖਾਣੈ ॥ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ହରିନାମର ବର୍ଣ୍ଣନା କରିଥାଏ।
ਅਨਦਿਨੁ ਨਾਮਿ ਰਤਾ ਦਿਨੁ ਰਾਤੀ ਮਾਇਆ ਮੋਹੁ ਚੁਕਾਹਾ ਹੇ ॥੮॥ ସେ ଦିନ-ରାତି ହରିନାମରେ ଲୀନ ରହି ମାୟା-ମୋହକୁ ଦୂର କରି ଦେଇଥାଏ||8||
ਗੁਰ ਸੇਵਾ ਤੇ ਸਭੁ ਕਿਛੁ ਪਾਏ ॥ ଗୁରୁଙ୍କ ସେବା ଦ୍ଵାରା ମନୁଷ୍ୟ ସବୁକିଛି ପ୍ରାପ୍ତ କରିଥାଏ,
ਹਉਮੈ ਮੇਰਾ ਆਪੁ ਗਵਾਏ ॥ ସେ ନିଜ ମନରୁ ଅହଂତ୍ଵ, ମମତ୍ଵ ଏବଂ ସ୍ଵାର୍ଥର ଭାବନା ଦୂର କରି ଦେଇଥାଏ।
ਆਪੇ ਕ੍ਰਿਪਾ ਕਰੇ ਸੁਖਦਾਤਾ ਗੁਰ ਕੈ ਸਬਦੇ ਸੋਹਾ ਹੇ ॥੯॥ ସୁଖ ଦେବା ବାଲା ପ୍ରଭୁ ସ୍ଵୟଂ ହିଁ କୃପା କରିଥାନ୍ତି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ଜୀବ ଶୋଭାର ପାତ୍ର ବନିଥାଏ||9||
ਗੁਰ ਕਾ ਸਬਦੁ ਅੰਮ੍ਰਿਤ ਹੈ ਬਾਣੀ ॥ ଗୁରୁଙ୍କ ଶବ୍ଦ ଅମୃତ ବାଣୀ ଅଟେ।
ਅਨਦਿਨੁ ਹਰਿ ਕਾ ਨਾਮੁ ਵਖਾਣੀ ॥ ଯେଉଁ ବ୍ୟକ୍ତି ନିତ୍ୟ ପରମାତ୍ମାଙ୍କ ନାମ ଜପ କରିଥାଏ,
ਹਰਿ ਹਰਿ ਸਚਾ ਵਸੈ ਘਟ ਅੰਤਰਿ ਸੋ ਘਟੁ ਨਿਰਮਲੁ ਤਾਹਾ ਹੇ ॥੧੦॥ ତାହାର ହୃଦୟରେ ସଚ୍ଚା ପରମେଶ୍ଵର ବାସ କରିଥାନ୍ତି ଏବଂ ତାହାଙ୍କ ହୃଦୟ ନିର୍ମଳ ହୋଇଯାଏ||10||
ਸੇਵਕ ਸੇਵਹਿ ਸਬਦਿ ਸਲਾਹਹਿ ॥ ଭକ୍ତ ପ୍ରତି କ୍ଷଣରେ ଭଗବାନଙ୍କ ଅର୍ଚ୍ଚନାରେ ଲୀନ ରହିଥାଏ,
ਸਦਾ ਰੰਗਿ ਰਾਤੇ ਹਰਿ ਗੁਣ ਗਾਵਹਿ ॥ ସେ ଶବ୍ଦ ଦ୍ଵାରା ତାହାର ସ୍ତୁତିଗାନ କରିଥାଏ ଏବଂ ରଙ୍ଗରେ ଲୀନ ରହି ଭଗବାନଙ୍କ ଗୁଣଗାନ କରିଥାଏ।
ਆਪੇ ਬਖਸੇ ਸਬਦਿ ਮਿਲਾਏ ਪਰਮਲ ਵਾਸੁ ਮਨਿ ਤਾਹਾ ਹੇ ॥੧੧॥ ସେ ସ୍ଵୟଂ ହିଁ କୃପା କରି ଶବ୍ଦ ଦ୍ଵାରା ମିଳାଇ ନିଅନ୍ତି ଏବଂ ତାହାର ମନରେ ଚନ୍ଦନର ସୁଗନ୍ଧି ବାସ କରିଥାଏ||11||
ਸਬਦੇ ਅਕਥੁ ਕਥੇ ਸਾਲਾਹੇ ॥ ଯେଉଁ ବ୍ୟକ୍ତି ଶବ୍ଦ ଦ୍ଵାରା ଅକଥନୀୟ କଥା ଏବଂ ସ୍ତୁତି କରିଥାଏ,
ਮੇਰੇ ਪ੍ਰਭ ਸਾਚੇ ਵੇਪਰਵਾਹੇ ॥ ମୋର ସଚ୍ଚା ନିଶ୍ଚିନ୍ତ ପ୍ରଭୁଙ୍କ,
ਆਪੇ ਗੁਣਦਾਤਾ ਸਬਦਿ ਮਿਲਾਏ ਸਬਦੈ ਕਾ ਰਸੁ ਤਾਹਾ ਹੇ ॥੧੨॥ ସେହି ଗୁଣଦାତା ସ୍ଵୟଂ ହିଁ ଶବ୍ଦ ଦ୍ଵାରା ତାହାକୁ ନିଜ ସାଥିରେ ମିଳାଇ ନିଅନ୍ତି ଏବଂ ତାହାକୁ ହିଁ ଶବ୍ଦର ସ୍ଵାଦ ମିଳିଥାଏ||12||
ਮਨਮੁਖੁ ਭੂਲਾ ਠਉਰ ਨ ਪਾਏ ॥ ମନମୁଖୀ ଜୀବ ପଥଭ୍ରଷ୍ଟ ହୋଇଥାଏ, ଏଣୁ ତାହାକୁ କେଉଁଠି ସୁଖର ସ୍ଥାନ ମିଳେନାହିଁ।
ਜੋ ਧੁਰਿ ਲਿਖਿਆ ਸੁ ਕਰਮ ਕਮਾਏ ॥ ବିଧାତା ଯେଉଁ ଭାଗ୍ୟ ଲେଖିଛନ୍ତି, ସେ ସେହି କର୍ମ କରିଥାଏ।
ਬਿਖਿਆ ਰਾਤੇ ਬਿਖਿਆ ਖੋਜੈ ਮਰਿ ਜਨਮੈ ਦੁਖੁ ਤਾਹਾ ਹੇ ॥੧੩॥ ବିକାରରେ ଲୀନ ରହି ସେ ବିକାରକୁ ଖୋଜିଥାଏ, ଫଳସ୍ଵରୂପ ଜନ୍ମ-ମରଣର ଦୁଃଖ ଭୋଗ କରିଥାଏ||13||
ਆਪੇ ਆਪਿ ਆਪਿ ਸਾਲਾਹੇ ॥ ହେ ପ୍ରଭୁ! ବାସ୍ତବରେ ତୁ ସ୍ଵୟଂ ହିଁ ନିଜର ପ୍ରଶଂସା କରିଥାଉ,
ਤੇਰੇ ਗੁਣ ਪ੍ਰਭ ਤੁਝ ਹੀ ਮਾਹੇ ॥ ତୋର ଗୁଣ ତୋ' ଠାରେ ହିଁ ଅଛି।
ਤੂ ਆਪਿ ਸਚਾ ਤੇਰੀ ਬਾਣੀ ਸਚੀ ਆਪੇ ਅਲਖੁ ਅਥਾਹਾ ਹੇ ॥੧੪॥ ତୁ ସ୍ଵୟଂ ହିଁ ସଚ୍ଚା ଅଟୁ, ତୋର ବାଣୀ ମଧ୍ୟ ସଚ୍ଚା ଅଟେ ଏବଂ ତୁ ସ୍ଵୟଂ ହିଁ ଅଲକ୍ଷ୍ୟ ଓ ଅଟଳ ଅଟୁ||14||
ਬਿਨੁ ਗੁਰ ਦਾਤੇ ਕੋਇ ਨ ਪਾਏ ॥ ଦାତା ଗୁରୁଙ୍କ ବିନା କେହି ମଧ୍ୟ ଭଗବାନଙ୍କୁ ପାଇ ପାରେ ନାହିଁ,
ਲਖ ਕੋਟੀ ਜੇ ਕਰਮ ਕਮਾਏ ॥ ଯଦିଓ ସେ କୋଟି କୋଟି ଧର୍ମ କରିଥାଉ।
ਗੁਰ ਕਿਰਪਾ ਤੇ ਘਟ ਅੰਤਰਿ ਵਸਿਆ ਸਬਦੇ ਸਚੁ ਸਾਲਾਹਾ ਹੇ ॥੧੫॥ ଗୁରୁଙ୍କ କୃପାରୁ ପରମାତ୍ମା ଯାହାଙ୍କ ହୃଦୟରେ ବାସ କରିଛନ୍ତି, ସେ ଶବ୍ଦ ଦ୍ଵାରା ସତ୍ୟର ହିଁ ସ୍ତୁତି କରିଥାଏ||15||
ਸੇ ਜਨ ਮਿਲੇ ਧੁਰਿ ਆਪਿ ਮਿਲਾਏ ॥ ପ୍ରଭୁଙ୍କୁ ସେହି ମନୁଷ୍ୟ ମିଳିଥାଏ, ଯାହାକୁ ସେ ପ୍ରାରମ୍ଭରୁ ଲେଖା ହୋଇଥିବା ହୁକୁମ ଦ୍ଵାରା ସ୍ଵୟଂ ହିଁ ମିଳାଇ ନେଇଥାନ୍ତି।
ਸਾਚੀ ਬਾਣੀ ਸਬਦਿ ਸੁਹਾਏ ॥ ସେ ସଚ୍ଚା ବାଣୀ ଏବଂ ଶବ୍ଦ ଦ୍ଵାରା ସୁନ୍ଦର ବନି ଯାଇଥାଏ।
ਨਾਨਕ ਜਨੁ ਗੁਣ ਗਾਵੈ ਨਿਤ ਸਾਚੇ ਗੁਣ ਗਾਵਹ ਗੁਣੀ ਸਮਾਹਾ ਹੇ ॥੧੬॥੪॥੧੩॥ ଦାସ ନାନକ ନିତ୍ୟ ସତ୍ୟସ୍ଵରୂପ ପରମାତ୍ମାଙ୍କ ଗୁଣଗାନ କରିଥାଏ ଏବଂ ସେହି ଗୁଣାନିଧିଙ୍କ ଠାରେ ଲୀନ ହୋଇଯାଏ||16||4||3||
ਮਾਰੂ ਮਹਲਾ ੩ ॥ ମାରୁ ମହଲା 3॥
ਨਿਹਚਲੁ ਏਕੁ ਸਦਾ ਸਚੁ ਸੋਈ ॥ କେବଳ ଈଶ୍ଵର ହିଁ ନିଶ୍ଚଳ ଅଟନ୍ତି, ସେ ସର୍ବଦା ଶାଶ୍ଵତ ଅଟନ୍ତି,
ਪੂਰੇ ਗੁਰ ਤੇ ਸੋਝੀ ਹੋਈ ॥ ଏହି କଥାର ଜ୍ଞାନ ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ।
ਹਰਿ ਰਸਿ ਭੀਨੇ ਸਦਾ ਧਿਆਇਨਿ ਗੁਰਮਤਿ ਸੀਲੁ ਸੰਨਾਹਾ ਹੇ ॥੧॥ ଯେଉଁ ବ୍ୟକ୍ତି ହରିରସରେ ଭିଜି ସଦା ତାହାଙ୍କ ଚିନ୍ତନ କରିଥାଏ, ଗୁରୁ ମତାନୁସାରେ ଶୀଳ ଆଚରଣ ହିଁ ତାହାର କବଚ ବନି ଯାଇଥାଏ||1||
ਅੰਦਰਿ ਰੰਗੁ ਸਦਾ ਸਚਿਆਰਾ ॥ ଯାହାର ମନରେ ପ୍ରଭୁଙ୍କ ରଙ୍ଗ ଥାଏ, ସେ ସଦା ସତ୍ୟବାଦୀ ଅଟେ।
ਗੁਰ ਕੈ ਸਬਦਿ ਹਰਿ ਨਾਮਿ ਪਿਆਰਾ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ତାହାକୁ ହରିଙ୍କ ନାମ ହିଁ ପ୍ରିୟ ଲାଗିଥାଏ।
ਨਉ ਨਿਧਿ ਨਾਮੁ ਵਸਿਆ ਘਟ ਅੰਤਰਿ ਛੋਡਿਆ ਮਾਇਆ ਕਾ ਲਾਹਾ ਹੇ ॥੨॥ ନବ ନିଧି ପ୍ରଦାନ କରିବା ବାଲା ହରିନାମ ତାହାର ହୃଦୟରେ ବାସ କରିଛି ଏବଂ ସେ ମାୟାର ଲୋଭ ମନରୁ ତ୍ୟାଗ କରି ଦେଇଛି||2||
ਰਈਅਤਿ ਰਾਜੇ ਦੁਰਮਤਿ ਦੋਈ ॥ ଦୁର୍ମତି କାରଣରୁ ରାଜା ଏବଂ ପ୍ରଜା ଦ୍ଵିଧାରେ ପଡି ରହିଥାନ୍ତି।
ਬਿਨੁ ਸਤਿਗੁਰ ਸੇਵੇ ਏਕੁ ਨ ਹੋਈ ॥ ସଦଗୁରୁଙ୍କ ସେବା କରିବା ବିନା କେହି ମଧ୍ୟ ପ୍ରଭୁଙ୍କ ସହିତ ଏକ ରୂପ ହୁଅନ୍ତି ନାହିଁ।
ਏਕੁ ਧਿਆਇਨਿ ਸਦਾ ਸੁਖੁ ਪਾਇਨਿ ਨਿਹਚਲੁ ਰਾਜੁ ਤਿਨਾਹਾ ਹੇ ॥੩॥ ଯିଏ ଏକ ଈଶ୍ଵରଙ୍କ ଧ୍ୟାନ କରିଥାଏ, ସେ ସର୍ବଦା ସୁଖ ପ୍ରାପ୍ତ କରିଥାଏ ଏବଂ ତାହାର ଶାସନ ନିଶ୍ଚଳ ରହିଥାଏ||3||
ਆਵਣੁ ਜਾਣਾ ਰਖੈ ਨ ਕੋਈ ॥ ଜନ୍ମ ମରଣ ଚକ୍ରରୁ କେହି ରକ୍ଷା ପାଇ ପାରିବେ ନାହିଁ ଏବଂ
ਜੰਮਣੁ ਮਰਣੁ ਤਿਸੈ ਤੇ ਹੋਈ ॥. ତାହାଙ୍କ ଇଚ୍ଛାରେ ଜନ୍ମ-ମରଣ ହୋଇ ଚାଲିଥାଏ।
ਗੁਰਮੁਖਿ ਸਾਚਾ ਸਦਾ ਧਿਆਵਹੁ ਗਤਿ ਮੁਕਤਿ ਤਿਸੈ ਤੇ ਪਾਹਾ ਹੇ ॥੪॥ ଗୁରୁଙ୍କ ସାନ୍ନିଧ୍ୟରେ ସର୍ବଦା ଈଶ୍ଵରଙ୍କ ଧ୍ୟାନ କର, ଏହା ଦ୍ଵାରା ହିଁ ପରମ ଗତି ଏବଂ ମୁକ୍ତି ମିଳିଥାଏ||4||
ਸਚੁ ਸੰਜਮੁ ਸਤਿਗੁਰੂ ਦੁਆਰੈ ॥ ସତ୍ୟ ଏବଂ ସଂଯମ ସଦଗୁରୁଙ୍କ ଦ୍ଵାରା ହିଁ ମିଳିଥାଏ ଏବଂ
ਹਉਮੈ ਕ੍ਰੋਧੁ ਸਬਦਿ ਨਿਵਾਰੈ ॥ ଶବ୍ଦ ଦ୍ଵାରା ହିଁ ଅହଂ ଓ କ୍ରୋଧର ନିବାରଣ ହୋଇଥାଏ।
ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਪਾਈਐ ਸੀਲੁ ਸੰਤੋਖੁ ਸਭੁ ਤਾਹਾ ਹੇ ॥੫॥ ସଦଗୁରୁଙ୍କ ସେବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ ଏବଂ ଶୀଳ ଆଚରଣ ଓ ସନ୍ତୋଷ ଇତ୍ୟାଦି ଶୁଭଗୁଣ ଉତ୍ପନ୍ନ ହୋଇଥାଏ||5||
ਹਉਮੈ ਮੋਹੁ ਉਪਜੈ ਸੰਸਾਰਾ ॥ ଅଭିମାନ ଓ ମୋହରେ ସଂସାର ଉତ୍ପନ୍ନ ହୋଇଥାଏ ଏବଂ
ਸਭੁ ਜਗੁ ਬਿਨਸੈ ਨਾਮੁ ਵਿਸਾਰਾ ॥ ପ୍ରଭୁନାମକୁ ଭୁଲି ଯାଇ ସଂପୂର୍ଣ୍ଣ ଜଗତ ନାଶ ହୋଇଯାଏ।
ਬਿਨੁ ਸਤਿਗੁਰ ਸੇਵੇ ਨਾਮੁ ਨ ਪਾਈਐ ਨਾਮੁ ਸਚਾ ਜਗਿ ਲਾਹਾ ਹੇ ॥੬॥ ସଦଗୁରୁଙ୍କ ସେବା ବିନା ନାମ ପ୍ରାପ୍ତ ହୁଏନାହିଁ ଏବଂ ଜଗତରେ ନାମର ହିଁ ସଚ୍ଚା ଲାଭ ଥାଏ।||6||
ਸਚਾ ਅਮਰੁ ਸਬਦਿ ਸੁਹਾਇਆ ॥ ଯାହାକୁ ଶବ୍ଦ ଦ୍ଵାରା ପରମାତ୍ମାଙ୍କ ହୁକୁମ ସୁନ୍ଦର ଲାଗିଥାଏ,
ਪੰਚ ਸਬਦ ਮਿਲਿ ਵਾਜਾ ਵਾਇਆ ॥ ଅନାହତ ଧ୍ୱନି ବାଲା ପାଞ୍ଚ ଶବ୍ଦ ତାହାର ମନରେ ବାଜା ବଜାଇ ଥାଆନ୍ତି।
error: Content is protected !!
Scroll to Top