Page 1034
ਅਨਹਦੁ ਵਾਜੈ ਭ੍ਰਮੁ ਭਉ ਭਾਜੈ ॥
ଯେତେବେଳେ ଅନାହତ ଧ୍ୱନି ବାଜିଥାଏ, ମନରୁ ଭ୍ରମ ଦୂର ହୋଇଯାଏ।
ਸਗਲ ਬਿਆਪਿ ਰਹਿਆ ਪ੍ਰਭੁ ਛਾਜੈ ॥
ପ୍ରଭୁ ସବୁ ଜୀବଙ୍କ ଠାରେ ବ୍ୟାପ୍ତ ରହିଛନ୍ତି ଏବଂ ସବୁଙ୍କ ଉପରେ ନିଜ ଛାୟା ବିସ୍ତାର କରିଛନ୍ତି।
ਸਭ ਤੇਰੀ ਤੂ ਗੁਰਮੁਖਿ ਜਾਤਾ ਦਰਿ ਸੋਹੈ ਗੁਣ ਗਾਇਦਾ ॥੧੦॥
ହେ ଈଶ୍ଵର! ସାରା ଦୁନିଆ ତୋ’ ଦ୍ଵାରା ହିଁ ବନା ହୋଇଛି, ତୁ ଗୁରୁଙ୍କ ମାଧ୍ୟମରୁ ହିଁ ଜ୍ଞାତ ହେଉ ଏବଂ ତୋ’ ଦ୍ଵାରରେ ଗୁଣଗାନ କରିବା ବାଲା ହିଁ ଶୋଭାର ପାତ୍ର ବନିଥାଏ||10||
ਆਦਿ ਨਿਰੰਜਨੁ ਨਿਰਮਲੁ ਸੋਈ ॥
ଜଗତର ଆଦି, ନିରଞ୍ଜନ, ନିର୍ମଳ ସେ ହିଁ ଅଟନ୍ତି,
ਅਵਰੁ ਨ ਜਾਣਾ ਦੂਜਾ ਕੋਈ ॥
ତାହାଙ୍କ ବିନା ମୁଁ ଆଉ କାହାକୁ ବଡ ମାନେ ନାହିଁ।
ਏਕੰਕਾਰੁ ਵਸੈ ਮਨਿ ਭਾਵੈ ਹਉਮੈ ਗਰਬੁ ਗਵਾਇਦਾ ॥੧੧॥
ଯେତେବେଳେ ଓଁକାର ମନରେ ବାସ କରିଥାଏ, ସେହି ମନକୁ ଭଲ ଲାଗିଥାଏ ଏବଂ ଅଭିମାନ ଓ ପ୍ରବଞ୍ଚନା ଦୂର କରି ଦେଇଥାଏ||11||
ਅੰਮ੍ਰਿਤੁ ਪੀਆ ਸਤਿਗੁਰਿ ਦੀਆ ॥
ସଦଗୁରୁ ଦେଇଥିବା ନାମାମୃତ ଯିଏ ପାନ କରିଥାଏ,
ਅਵਰੁ ਨ ਜਾਣਾ ਦੂਆ ਤੀਆ ॥
ସେ ଆଉ କାହାକୁ ଜାଣେ ନାହିଁ।
ਏਕੋ ਏਕੁ ਸੁ ਅਪਰ ਪਰੰਪਰੁ ਪਰਖਿ ਖਜਾਨੈ ਪਾਇਦਾ ॥੧੨॥
ଈଶ୍ଵର ଏକ ଅଟନ୍ତି, ସବୁଠାରୁ ବଡ ଓ ଅପରାମ୍ପର ଅଟନ୍ତି, ସେ ସ୍ଵୟଂ ହିଁ ଜୀବକୁ ପରଖି ନିଜ ସହିତ ମିଳନ କରିଥାନ୍ତି||12||
ਗਿਆਨੁ ਧਿਆਨੁ ਸਚੁ ਗਹਿਰ ਗੰਭੀਰਾ ॥
ହେ ସତ୍ୟସ୍ଵରୂପ! ତୁ ଗହନ ଗମ୍ଭୀର ଅଟୁ, ମୋତେ ଜ୍ଞାନ-ଧ୍ୟାନ ପ୍ରଦାନ କର,
ਕੋਇ ਨ ਜਾਣੈ ਤੇਰਾ ਚੀਰਾ ॥
ତୋର ରହସ୍ୟକୁ କେହି ଜାଣନ୍ତି ନାହିଁ।
ਜੇਤੀ ਹੈ ਤੇਤੀ ਤੁਧੁ ਜਾਚੈ ਕਰਮਿ ਮਿਲੈ ਸੋ ਪਾਇਦਾ ॥੧੩॥
ଏପରି ଯେତେ ଦୁନିଆ ଅଛି, ସବୁ ତୋ’ ଠାରୁ ମାଗିଥାନ୍ତି, ପରନ୍ତୁ ତୁ ଯାହା ଉପରେ କୃପା କରୁ, ସେ ହିଁ ପାଇଥାଏ||13||
ਕਰਮੁ ਧਰਮੁ ਸਚੁ ਹਾਥਿ ਤੁਮਾਰੈ ॥
ଧର୍ମ-କର୍ମ ସବୁ ତୋର ହିଁ ହାତରେ ଅଛି,
ਵੇਪਰਵਾਹ ਅਖੁਟ ਭੰਡਾਰੈ ॥
ତୁ ନିଶ୍ଚିନ୍ତ ଅଟୁ ଆଉ ତୋର ଭଣ୍ଡାର କେବେ କମେ ନାହିଁ।
ਤੂ ਦਇਆਲੁ ਕਿਰਪਾਲੁ ਸਦਾ ਪ੍ਰਭੁ ਆਪੇ ਮੇਲਿ ਮਿਲਾਇਦਾ ॥੧੪॥
ହେ ପ୍ରଭୁ! ତୁ ବଡ ଦୟାଳୁ ଏବଂ ସର୍ବଦା କୃପା କରିବା ବାଲା ଅଟୁ ଏବଂ ସ୍ଵୟଂ ହିଁ ମିଳାଇ ଥାଆନ୍ତି||14||
ਆਪੇ ਦੇਖਿ ਦਿਖਾਵੈ ਆਪੇ ॥
ସେ ସ୍ଵୟଂ ହିଁ ଦେଖିଥାନ୍ତି-ଦେଖାଇ ଥାଆନ୍ତି,
ਆਪੇ ਥਾਪਿ ਉਥਾਪੇ ਆਪੇ ॥
ସ୍ଵୟଂ ହିଁ ବନାଇ ବିଗାଡି ଥାଆନ୍ତି,
ਆਪੇ ਜੋੜਿ ਵਿਛੋੜੇ ਕਰਤਾ ਆਪੇ ਮਾਰਿ ਜੀਵਾਇਦਾ ॥੧੫॥
ସଂଯୋଗ-ବିଯୋଗ ଏବଂ ମାରିବା-ରକ୍ଷା କରିବା ବାଲା ସ୍ଵୟଂ ଈଶ୍ଵର ହିଁ ଅଟନ୍ତି||15||
ਜੇਤੀ ਹੈ ਤੇਤੀ ਤੁਧੁ ਅੰਦਰਿ ॥
ଯେତେ ଦୁନିଆ ଅଛି, ତୋର ବିରାଟ ରୂପ ଶରୀରରେ ବାସ କରିଥାଏ!
ਦੇਖਹਿ ਆਪਿ ਬੈਸਿ ਬਿਜ ਮੰਦਰਿ ॥
ତୁ ସ୍ଵୟଂ ନିଜ ମନ୍ଦିରରେ ବସି ରଚନାକୁ ଦେଖିଥାଉ।
ਨਾਨਕੁ ਸਾਚੁ ਕਹੈ ਬੇਨੰਤੀ ਹਰਿ ਦਰਸਨਿ ਸੁਖੁ ਪਾਇਦਾ ॥੧੬॥੧॥੧੩॥
ନାନକ ବିନୟ ପୂର୍ବକ ସତ୍ୟ ହି କହିଥାନ୍ତି ଯେ ଈଶ୍ଵରଙ୍କ ଦର୍ଶନ ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇଥାଏ||16||1||13||
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥
ਦਰਸਨੁ ਪਾਵਾ ਜੇ ਤੁਧੁ ਭਾਵਾ ॥ ਭਾਇ ਭਗਤਿ ਸਾਚੇ ਗੁਣ ਗਾਵਾ ॥
ହେ ସଦା ସ୍ଥିର ପ୍ରଭୁ! ଯଦି ମୁଁ ତୋତେ ଭଲ ଲାଗିଥାଏ, ତାହାହେଲେ ହିଁ ତୋର ଦର୍ଶନ କରି ପାରିବି, ଆଉ ତୋର ପ୍ରେମରେ ତୋର ଭକ୍ତିରେ ତୋର ଗୁଣ ଗାନ କରି ପାରିବି।
ਤੁਧੁ ਭਾਣੇ ਤੂ ਭਾਵਹਿ ਕਰਤੇ ਆਪੇ ਰਸਨ ਰਸਾਇਦਾ ॥੧॥
ହେ ରଚୟିତା! ତୋର ଇଚ୍ଛାରେ ହିଁ ତୁ ଆମକୁ ଭଲ ଲାଗୁ ଏବଂ ତୁ ହିଁ ଆମର ଜିହ୍ଵାରେ ମଧୁର ରଖିଛୁ||1||
ਸੋਹਨਿ ਭਗਤ ਪ੍ਰਭੂ ਦਰਬਾਰੇ ॥
ଭକ୍ତ ପ୍ରଭୁଙ୍କ ଦରବାରରେ ହିଁ ସୁନ୍ଦର ଲାଗିଥାଏ।
ਮੁਕਤੁ ਭਏ ਹਰਿ ਦਾਸ ਤੁਮਾਰੇ ॥
ହେ ଈଶ୍ଵର! ତୋର ଦାସ ବନ୍ଧନରୁ ମୁକ୍ତ ହୋଇ ଯାଇଛି।
ਆਪੁ ਗਵਾਇ ਤੇਰੈ ਰੰਗਿ ਰਾਤੇ ਅਨਦਿਨੁ ਨਾਮੁ ਧਿਆਇਦਾ ॥੨॥
ସେ ନିଜର ଅହଂ ଦୂର କରି ତୋର ରଙ୍ଗରେ ଲୀନ ରହିଥାଏ ଏବଂ ଦିନ-ରାତି ତୋର ନାମର ଧ୍ୟାନ କରିଥାଏ||2||
ਈਸਰੁ ਬ੍ਰਹਮਾ ਦੇਵੀ ਦੇਵਾ ॥ ਇੰਦ੍ਰ ਤਪੇ ਮੁਨਿ ਤੇਰੀ ਸੇਵਾ ॥
ଶିବଶଙ୍କର, ବ୍ରହ୍ମା, ଦେବୀ-ଦେବତା, ଦେବରାଜ ଇନ୍ଦ୍ର, ତପସ୍ଵୀ ଏବଂ ମୁନି ସବୁ ତୋର ଉପାସନାରେ ଲୀନ ରହିଥାନ୍ତି।
ਜਤੀ ਸਤੀ ਕੇਤੇ ਬਨਵਾਸੀ ਅੰਤੁ ਨ ਕੋਈ ਪਾਇਦਾ ॥੩॥
ବ୍ରହ୍ମଚାରୀ-ସନ୍ନ୍ୟାସୀ ଜଙ୍ଗଲରେ ରହିଥାନ୍ତି, ପରନ୍ତୁ କେହି ମଧ୍ୟ ତୋର ରହସ୍ୟ ପାଇ ପାରନ୍ତି ନାହିଁ||3||
ਵਿਣੁ ਜਾਣਾਏ ਕੋਇ ਨ ਜਾਣੈ ॥
ଜ୍ଞାନ ପାଇବା ବିନା କେହି ମଧ୍ୟ ତୋତେ ଜାଣି ପାରେ ନାହିଁ।
ਜੋ ਕਿਛੁ ਕਰੇ ਸੁ ਆਪਣ ਭਾਣੈ ॥
ଯାହା କିଛି ମଧ୍ୟ ତୁ କରୁ, ନିଜ ଇଚ୍ଛାରେ ହିଁ କରୁ।
ਲਖ ਚਉਰਾਸੀਹ ਜੀਅ ਉਪਾਏ ਭਾਣੈ ਸਾਹ ਲਵਾਇਦਾ ॥੪॥
ତୁ ଚଉରାଅଶି ଲକ୍ଷ ଯୋନିର ଜୀବ ଜାତ କରିଛୁ, ପରନ୍ତୁ ନିଜ ଇଚ୍ଛାରେ ହିଁ ତାହାଙ୍କୁ ଶ୍ଵାସ ନେବାକୁ ଦେଉ||4||
ਜੋ ਤਿਸੁ ਭਾਵੈ ਸੋ ਨਿਹਚਉ ਹੋਵੈ ॥
ଯାହା ତୋତେ ମଞ୍ଜୁର ହୋଇଥାଏ, ନିଶ୍ଚୟ ତାହା ହୋଇଥାଏ।
ਮਨਮੁਖੁ ਆਪੁ ਗਣਾਏ ਰੋਵੈ ॥
ସ୍ଵେଚ୍ଛାଚାରୀ ସ୍ଵୟଂକୁ ବଡ ମାନିଥାଏ ଓ ରୋଦନ କରିଥାଏ।
ਨਾਵਹੁ ਭੁਲਾ ਠਉਰ ਨ ਪਾਏ ਆਇ ਜਾਇ ਦੁਖੁ ਪਾਇਦਾ ॥੫॥
ସେ ନାମକୁ ଭୁଲି କୌଣସି ସ୍ଥାନ ପ୍ରାପ୍ତ କରିପାରେ ନାହିଁ ଏବଂ ଜନ୍ମ-ମରଣର ଚକ୍ରରେ ଦୁଃଖ ପ୍ରାପ୍ତ କରିଥାଏ||5||
ਨਿਰਮਲ ਕਾਇਆ ਊਜਲ ਹੰਸਾ ॥ ਤਿਸੁ ਵਿਚਿ ਨਾਮੁ ਨਿਰੰਜਨ ਅੰਸਾ ॥
ସେହି କାୟା ନିର୍ମଳ ଅଟେ, ଆତ୍ମା ମଧ୍ୟ ଉଜ୍ଜଳ ଅଟେ ଆଉ ଏଥିରେ ହିଁ ନିରଞ୍ଜନ ନାମର ଅଂଶ ଥାଏ।
ਸਗਲੇ ਦੂਖ ਅੰਮ੍ਰਿਤੁ ਕਰਿ ਪੀਵੈ ਬਾਹੁੜਿ ਦੂਖੁ ਨ ਪਾਇਦਾ ॥੬॥
ଯିଏ ସବୁ ଦୁଃଖକୁ ଅମୃତ ସମାନ ଭାବି ପାନ କରିଥାଏ, ସେ କେବେ ଦୁଃଖୀ ହୁଏନାହିଁ||6||
ਬਹੁ ਸਾਦਹੁ ਦੂਖੁ ਪਰਾਪਤਿ ਹੋਵੈ ॥
ଅଧିକ ସ୍ଵାଦ ଦ୍ଵାରା ଦୁଃଖ ହିଁ ପ୍ରାପ୍ତ ହୋଇଥାଏ ଏବଂ
ਭੋਗਹੁ ਰੋਗ ਸੁ ਅੰਤਿ ਵਿਗੋਵੈ ॥
ଭୋଗ-ବିଳାସ କରିବା ଦ୍ଵାରା ଅନେକ ରୋଗ ଜାତ ହୋଇଥାଏମ ଏହି ପ୍ରକାରେ ଅନ୍ତରେ ପ୍ରାଣୀ ଧ୍ଵଂସ ହୋଇଥାଏ।
ਹਰਖਹੁ ਸੋਗੁ ਨ ਮਿਟਈ ਕਬਹੂ ਵਿਣੁ ਭਾਣੇ ਭਰਮਾਇਦਾ ॥੭॥
ଖୁସିରୁ ଜାତ ହୋଇଥିବା ଚିନ୍ତା କେବେ ଦୂର ହୁଏନାହିଁ ଏବଂ ଈଶ୍ଵରଙ୍କ ଇଚ୍ଛାକୁ ନ ମାନିବା ଦ୍ଵାରା ଜୀବ ପଥଭ୍ରଷ୍ଟ ରହିଥାଏ||7||
ਗਿਆਨ ਵਿਹੂਣੀ ਭਵੈ ਸਬਾਈ ॥
ଜ୍ଞାନବିହୀନ ସାରା ଦୁନିଆ ପଥଭ୍ରଷ୍ଟ ରହିଥାଏ।
ਸਾਚਾ ਰਵਿ ਰਹਿਆ ਲਿਵ ਲਾਈ ॥
ପରମାତ୍ମା ସର୍ବ ବ୍ୟାପକ ଅଟନ୍ତି, ପରନ୍ତୁ ଏହି କଥାର ଜ୍ଞାନ ସେଥିରେ ଧ୍ୟାନ ଲଗାଇବା ଦ୍ଵାରା ହିଁ ହୋଇଥାଏ।
ਨਿਰਭਉ ਸਬਦੁ ਗੁਰੂ ਸਚੁ ਜਾਤਾ ਜੋਤੀ ਜੋਤਿ ਮਿਲਾਇਦਾ ॥੮॥
ଯିଏ ନିର୍ଭୀକ ହୋଇ ଶବ୍ଦ-ଗୁରୁଙ୍କୁ ସତ୍ୟ ବୋଲି ସ୍ଵୀକାର କରିଥାଏ, ତାହାର ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇଯାଏ||8||
ਅਟਲੁ ਅਡੋਲੁ ਅਤੋਲੁ ਮੁਰਾਰੇ ॥
ଈଶ୍ଵର ଅଟଳ, ଅଚଳ ଏବଂ ଅତୁଳନୀୟ ଅଟନ୍ତି।
ਖਿਨ ਮਹਿ ਢਾਹੇ ਫੇਰਿ ਉਸਾਰੇ ॥
ସେ ଏକ କ୍ଷଣରେ ହିଁ ନଷ୍ଟ କରିଥାନ୍ତି ଆଉ ଏକ କ୍ଷଣରେ ହି ପୁନଃ ବନାଇ ଦେଇଥାନ୍ତି।
ਰੂਪੁ ਨ ਰੇਖਿਆ ਮਿਤਿ ਨਹੀ ਕੀਮਤਿ ਸਬਦਿ ਭੇਦਿ ਪਤੀਆਇਦਾ ॥੯॥
ତାହାଙ୍କ କୌଣସି ରୂପରେଖ ଏବଂ ବିସ୍ତାର ନଥାଏ, ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ ଏବଂ ଶବ୍ଦ ଦ୍ଵାରା ଭେଦ ପାଇ ହିଁ ଜୀବ ସନ୍ତୁଷ୍ଟ ହୋଇଥାଏ॥9॥ ||9||