Guru Granth Sahib Translation Project

guru granth sahib odia page-1032

Page 1032

ਭੂਲੇ ਸਿਖ ਗੁਰੂ ਸਮਝਾਏ ॥ ଯଦି ଶିଷ୍ୟ ଠାରେ ଭୁଲ ହୋଇଯାଏ, ଗୁରୁ ତାହାକୁ ବୁଝାଇ ଥାଆନ୍ତି,
ਉਝੜਿ ਜਾਦੇ ਮਾਰਗਿ ਪਾਏ ॥ ଯଦି ସେ ଭୁଲ ରାସ୍ତାରେ ଯାଇଥାଏ, ତାହାକୁ ସଚ୍ଚା ମାର୍ଗ ପ୍ରଦାନ କରିଥାନ୍ତି।
ਤਿਸੁ ਗੁਰ ਸੇਵਿ ਸਦਾ ਦਿਨੁ ਰਾਤੀ ਦੁਖ ਭੰਜਨ ਸੰਗਿ ਸਖਾਤਾ ਹੇ ॥੧੩॥ ସର୍ବଦା ସେହି ଗୁରୁଙ୍କ ସେବା କର, ଯିଏ ସବୁ ଦୁଃଖ ଦୂର କରିଥାନ୍ତି, ସଚ୍ଚା ସାଥି ଏବଂ ଶୁଭଚିନ୍ତକ ଅଟନ୍ତି||13||
ਗੁਰ ਕੀ ਭਗਤਿ ਕਰਹਿ ਕਿਆ ਪ੍ਰਾਣੀ ॥ ସାଧାରଣ ପ୍ରାଣୀ ଗୁରୁଙ୍କ କି ଭକ୍ତି କରି ପାରିବ?
ਬ੍ਰਹਮੈ ਇੰਦ੍ਰਿ ਮਹੇਸਿ ਨ ਜਾਣੀ ॥ ଯେତେବେଳେ ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ଭେଦ ବୁଝି ନାହାନ୍ତି।
ਸਤਿਗੁਰੁ ਅਲਖੁ ਕਹਹੁ ਕਿਉ ਲਖੀਐ ਜਿਸੁ ਬਖਸੇ ਤਿਸਹਿ ਪਛਾਤਾ ਹੇ ॥੧੪॥ ସଦଗୁରୁ ଅଦୃଷ୍ଟ ଅଟନ୍ତି, କୁହ, ତାହାଙ୍କୁ କିପରି ଜାଣି ପାରିବା? ଯାହା ଉପରେ କୃପା କରିଥାନ୍ତି, ସେ ତାହାକୁ ଜାଣି ନେଇଥାଏ||14||
ਅੰਤਰਿ ਪ੍ਰੇਮੁ ਪਰਾਪਤਿ ਦਰਸਨੁ ॥ ଯାହା ମନରେ ପ୍ରେମ ହୋଇଥାଏ, ତାହାକୁ ଦର୍ଶନ ପ୍ରାପ୍ତ ହୋଇଥାଏ।
ਗੁਰਬਾਣੀ ਸਿਉ ਪ੍ਰੀਤਿ ਸੁ ਪਰਸਨੁ ॥ ଗୁରୁଙ୍କ ବାଣୀ ସହିତ ଯାହାର ପ୍ରୀତି ହୋଇଥାଏ, ସେ ହିଁ ଚରଣର ସ୍ପର୍ଶ ପାଇଥାଏ।
ਅਹਿਨਿਸਿ ਨਿਰਮਲ ਜੋਤਿ ਸਬਾਈ ਘਟਿ ਦੀਪਕੁ ਗੁਰਮੁਖਿ ਜਾਤਾ ਹੇ ॥੧੫॥ ପରମାତ୍ମାଙ୍କ ନିର୍ମଳ ଜ୍ୟୋତି ସବୁଙ୍କ ଠାରେ ଦିନ-ରାତି ଆଲୋକିତ କରିଥାଏ ଏବଂ ଗୁରୁମୁଖୀ ଏହି ଜ୍ୟୋତି ରୂପକ ଦୀପକ ହୃଦୟରେ ସ୍ଥାପନ କରିଥାଏ||15||
ਭੋਜਨ ਗਿਆਨੁ ਮਹਾ ਰਸੁ ਮੀਠਾ ॥ ଜ୍ଞାନ ରୂପୀ ଭଜନ ବହୁତ ମିଠା ରସ ଅଟେ,
ਜਿਨਿ ਚਾਖਿਆ ਤਿਨਿ ਦਰਸਨੁ ਡੀਠਾ ॥ ଯେ ଏହାକୁ ଆସ୍ଵାଦନ କରି ନେଇଛି, ସେ ଦର୍ଶନ କରି ନେଇଛି।
ਦਰਸਨੁ ਦੇਖਿ ਮਿਲੇ ਬੈਰਾਗੀ ਮਨੁ ਮਨਸਾ ਮਾਰਿ ਸਮਾਤਾ ਹੇ ॥੧੬॥ ବୈରାଗୀ ପୁରୁଷ ପ୍ରଭୁ ଦର୍ଶନ କରି ତାହାଙ୍କ ସହିତ ମିଳନ କରିଥାଏ ଏବଂ ନିଜ କାମନା ତ୍ୟାଗ କରି ସତ୍ୟରେ ବିଲୀନ ହୋଇଯାଏ||16||
ਸਤਿਗੁਰੁ ਸੇਵਹਿ ਸੇ ਪਰਧਾਨਾ ॥ ସଦଗୁରୁଙ୍କ ଉପାସନା କରିବା ବାଲା ହିଁ ସର୍ବଶ୍ରେଷ୍ଠ ଅଟେ ଏବଂ
ਤਿਨ ਘਟ ਘਟ ਅੰਤਰਿ ਬ੍ਰਹਮੁ ਪਛਾਨਾ ॥ ଏବଂ ସେ ପ୍ରତି ହୃଦୟରେ ବ୍ରହ୍ମଙ୍କ ପରିଚୟ ପାଇଥାଏ।
ਨਾਨਕ ਹਰਿ ਜਸੁ ਹਰਿ ਜਨ ਕੀ ਸੰਗਤਿ ਦੀਜੈ ਜਿਨ ਸਤਿਗੁਰੁ ਹਰਿ ਪ੍ਰਭੁ ਜਾਤਾ ਹੇ ॥੧੭॥੫॥੧੧॥ ନାନକ କହନ୍ତି ଯେ ଯିଏ ସଦଗୁରୁ-ପ୍ରଭୁଙ୍କୁ ଜାଣି ନେଇଥାଏ, ମୋତେ ସେହି ଭକ୍ତର ସଂଗତି ପ୍ରଦାନ କର||17||5||11||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1 ॥
ਸਾਚੇ ਸਾਹਿਬ ਸਿਰਜਣਹਾਰੇ ॥ ପରମ-ସତ୍ୟ ପରମେଶ୍ଵର ହିଁ ସୃଜନହାର ଅଟନ୍ତି,
ਜਿਨਿ ਧਰ ਚਕ੍ਰ ਧਰੇ ਵੀਚਾਰੇ ॥ ଯିଏ ଅନେକ ବିଚାର କରି ଚକରାକାର ପୃଥିବୀକୁ ଧାରଣ କରିଛନ୍ତି।
ਆਪੇ ਕਰਤਾ ਕਰਿ ਕਰਿ ਵੇਖੈ ਸਾਚਾ ਵੇਪਰਵਾਹਾ ਹੇ ॥੧॥ ସେ ସ୍ଵୟଂ ହିଁ ରଚନା କରି ପାଳନ କରିଥାନ୍ତି, କିନ୍ତୁ ସଚ୍ଚା ପ୍ରଭୁ ନିଶ୍ଚିନ୍ତ ଅଟନ୍ତି||1||
ਵੇਕੀ ਵੇਕੀ ਜੰਤ ਉਪਾਏ ॥ ସେ ଭିନ୍ନ ଭିନ୍ନ ପ୍ରକାରର ଜୀବ ଜାତ କରିଛନ୍ତି,
ਦੁਇ ਪੰਦੀ ਦੁਇ ਰਾਹ ਚਲਾਏ ॥ ସେ ଗୁରୁମୁଖୀ ଓ ମନମୁଖୀ ଦୁଇ ପ୍ରକାରର ଜୀବ ଜାତ କରି ଭଲ ଓ ମନ୍ଦ ରୂପୀ ମାର୍ଗରେ ଚଲାଇ ଥାଆନ୍ତି।
ਗੁਰ ਪੂਰੇ ਵਿਣੁ ਮੁਕਤਿ ਨ ਹੋਈ ਸਚੁ ਨਾਮੁ ਜਪਿ ਲਾਹਾ ਹੇ ॥੨॥ ପୂର୍ଣ୍ଣ ଗୁରୁଙ୍କ ବିନା କାହାର ମୁକ୍ତି ହୁଏନାହିଁ, ଈଶ୍ଵରଙ୍କ ନାମ ଜପିବା ଦ୍ଵାରା ହିଁ ଲାଭ ହୋଇଥାଏ||2||
ਪੜਹਿ ਮਨਮੁਖ ਪਰੁ ਬਿਧਿ ਨਹੀ ਜਾਨਾ ॥ ମନମୁଖୀ ପାଠ କରିଥାଏ, କିନ୍ତୁ ବିଧି ଜାଣେ ନାହିଁ।
ਨਾਮੁ ਨ ਬੂਝਹਿ ਭਰਮਿ ਭੁਲਾਨਾ ॥ ସେ ନାମର ରହସ୍ୟକୁ ବୁଝେ ନାହିଁ, ଏଣୁ ଭ୍ରମରେ ହିଁ ପଥଭ୍ରଷ୍ଟ ହୋଇଥାଏ।
ਲੈ ਕੈ ਵਢੀ ਦੇਨਿ ਉਗਾਹੀ ਦੁਰਮਤਿ ਕਾ ਗਲਿ ਫਾਹਾ ਹੇ ॥੩॥ ଯେଉଁ ଲୋକ ଉତ୍କୋଚ ନେଇ ମିଥ୍ୟା ସାକ୍ଷୀ ଦେଇଥାଏ, ତାହାର ଗଳାରେ ଦୁର୍ମତିର ଫାଶୀ ପଡିଯାଏ ଅର୍ଥାତ ତାହାର ବୁଦ୍ଧି ମନ୍ଦ ହୋଇଯାଏ||3||
ਸਿਮ੍ਰਿਤਿ ਸਾਸਤ੍ਰ ਪੜਹਿ ਪੁਰਾਣਾ ॥ କିଛି ବ୍ୟକ୍ତି ସ୍ମୃତି, ଶାସ୍ତ୍ର ଏବଂ ପୁରାଣ ପଢିଥାନ୍ତି,
ਵਾਦੁ ਵਖਾਣਹਿ ਤਤੁ ਨ ਜਾਣਾ ॥ ସେ ବାଦ-ବିବାଦ କରିଥାଏ, ପରନ୍ତୁ ସଚ୍ଚା ତତ୍ତ୍ଵକୁ ବୁଝେ ନାହିଁ।
ਵਿਣੁ ਗੁਰ ਪੂਰੇ ਤਤੁ ਨ ਪਾਈਐ ਸਚ ਸੂਚੇ ਸਚੁ ਰਾਹਾ ਹੇ ॥੪॥ ପୂର୍ଣ୍ଣ ଗୁରୁଙ୍କ ବିନା ପରମ-ତତ୍ତ୍ଵର ପ୍ରାପ୍ତି ହୁଏନାହିଁ, ସଚ୍ଚା ସତ୍ୟର ମାର୍ଗରେ ଚାଲିଥାଏ||4||
ਸਭ ਸਾਲਾਹੇ ਸੁਣਿ ਸੁਣਿ ਆਖੈ ॥ ସମସ୍ତେ ସ୍ତୁତି କରିଥାନ୍ତି ଆଉ ଏହା ଶୁଣି ଗୁଣ ଶୁଣାଇ ରହିଥାନ୍ତି।
ਆਪੇ ਦਾਨਾ ਸਚੁ ਪਰਾਖੈ ॥ ସେହି ଚତୁର ଓ ସଚ୍ଚା ପ୍ରଭୁ ସ୍ଵୟଂ ହିଁ ତାହାର ପରଖ କରିଥାନ୍ତି।
ਜਿਨ ਕਉ ਨਦਰਿ ਕਰੇ ਪ੍ਰਭੁ ਅਪਨੀ ਗੁਰਮੁਖਿ ਸਬਦੁ ਸਲਾਹਾ ਹੇ ॥੫॥ ଯାହା ଉପରେ ପ୍ରଭୁ ନିଜ କୃପା ଦୃଷ୍ଟି କରିଥାନ୍ତି, ସେ ଗୁରୁଙ୍କ ସାନ୍ନିଧ୍ୟରେ ଶବ୍ଦର ସ୍ତୁତି କରିଥାଏ||5||
ਸੁਣਿ ਸੁਣਿ ਆਖੈ ਕੇਤੀ ਬਾਣੀ ॥ ଶୁଣି ଶୁଣି ଦୁନିଆ କେତେ କଥା କହିଥାଏ, କିନ୍ତୁ
ਸੁਣਿ ਕਹੀਐ ਕੋ ਅੰਤੁ ਨ ਜਾਣੀ ॥ ଶୁଣିବା ଏବଂ ବୋଲିବା ଦ୍ଵାରା କେହି ମଧ୍ୟ ଈଶ୍ଵରଙ୍କ ରହସ୍ୟକୁ ଜାଣି ପାରିନାହିଁ।
ਜਾ ਕਉ ਅਲਖੁ ਲਖਾਏ ਆਪੇ ਅਕਥ ਕਥਾ ਬੁਧਿ ਤਾਹਾ ਹੇ ॥੬॥ ଅଲକ୍ଷ ପ୍ରଭୁ ଯାହା ପାଖରେ ସ୍ଵୟଂକୁ ପ୍ରକଟ କରିଥାନ୍ତି, ତାହାକୁ ହିଁ ଅକଥନୀୟ କଥା କରିବାର ବୁଦ୍ଧି ପ୍ରାପ୍ତ ହୋଇଥାଏ||6||
ਜਨਮੇ ਕਉ ਵਾਜਹਿ ਵਾਧਾਏ ॥ କୌଣସି ଜୀବ ଜନ୍ମ ନେବା ପରେ ଘରେ ଖୁସିର ସମାହାର ଆସିଥାଏ,
ਸੋਹਿਲੜੇ ਅਗਿਆਨੀ ਗਾਏ ॥ ପରିବାରକୁ ଶୁଭକାମନା ମିଳିଥାଏ ଏବଂ ଜ୍ଞାନହୀନ ସମ୍ବନ୍ଧୀୟଙ୍କ ସହିତ ମିଶି ମଙ୍ଗଳଗାନ କରିଥାନ୍ତି।
ਜੋ ਜਨਮੈ ਤਿਸੁ ਸਰਪਰ ਮਰਣਾ ਕਿਰਤੁ ਪਇਆ ਸਿਰਿ ਸਾਹਾ ਹੇ ॥੭॥ ଯିଏ ଜନ୍ମ ନେଇଥାଏ, ତାହାର ମୃତ୍ୟୁ ଅଟଳ ଅଟେ, ଯେପରି କର୍ମ ଅଟେ ସେପରି ହିଁ ମୃତ୍ୟୁ ହୋଇଥାଏ||7||
ਸੰਜੋਗੁ ਵਿਜੋਗੁ ਮੇਰੈ ਪ੍ਰਭਿ ਕੀਏ ॥ ଜୀବର ପରିବାରର ସଂଯୋଗ ଓ ବିୟୋଗ ମୋର ପ୍ରଭୁ ହିଁ ବନାଇଛନ୍ତି ଏବଂ
ਸ੍ਰਿਸਟਿ ਉਪਾਇ ਦੁਖਾ ਸੁਖ ਦੀਏ ॥ ସୃଷ୍ଟିକୁ ଜାତ କରି ଦୁଃଖ-ସୁଖ ମଧ୍ୟ ଦେଇଛନ୍ତି
ਦੁਖ ਸੁਖ ਹੀ ਤੇ ਭਏ ਨਿਰਾਲੇ ਗੁਰਮੁਖਿ ਸੀਲੁ ਸਨਾਹਾ ਹੇ ॥੮॥ ଯେଉଁ ଗୁରୁମୁଖୀ ସହନଶୀଳତାର କବଚ ଧାରଣ କରିଥାଏ, ସେ ଦୁଃଖ-ସୁଖ ଠାରୁ ନିର୍ଲିପ୍ତ ରହିଥାଏ||8||
ਨੀਕੇ ਸਾਚੇ ਕੇ ਵਾਪਾਰੀ ॥ ସତ୍ୟର ବ୍ୟାପାରୀ ହିଁ ଉତ୍ତମ ଅଟେ,
ਸਚੁ ਸਉਦਾ ਲੈ ਗੁਰ ਵੀਚਾਰੀ ॥ ସେ ଗୁରୁଙ୍କ ସହିତ ବିଚାର କରି ସଚ୍ଚା ସଉଦା କ୍ରୟ କରିଥାଏ।
ਸਚਾ ਵਖਰੁ ਜਿਸੁ ਧਨੁ ਪਲੈ ਸਬਦਿ ਸਚੈ ਓਮਾਹਾ ਹੇ ॥੯॥ ଯାହା ପାଖରେ ସଚ୍ଚା ଶବ୍ଦ ଓ ନାମ ଧନ ଥାଏ, ତାହାର ମନରେ ସଚ୍ଚା ଶବ୍ଦ ଦ୍ଵାରା ସ୍ତୁତିଗାନ କରିବା ଦ୍ଵାରା ଉତ୍ସାହ ଉତ୍ପନ୍ନ ହୋଇଥାଏ||9||
ਕਾਚੀ ਸਉਦੀ ਤੋਟਾ ਆਵੈ ॥ ମିଥ୍ୟାର ସଉଦା କରିବା ଦ୍ଵାରା କ୍ଷତି ହିଁ ହୋଇଥାଏ,
ਗੁਰਮੁਖਿ ਵਣਜੁ ਕਰੇ ਪ੍ਰਭ ਭਾਵੈ ॥ ପ୍ରଭୁଙ୍କୁ ସେହି ମନୁଷ୍ୟ ଭଲ ଲାଗିଥାଏ, ଯେଉଁ ଗୁରୁମୁଖୀ ସଚ୍ଚା ବ୍ୟାପାର କରିଥାଏ।
ਪੂੰਜੀ ਸਾਬਤੁ ਰਾਸਿ ਸਲਾਮਤਿ ਚੂਕਾ ਜਮ ਕਾ ਫਾਹਾ ਹੇ ॥੧੦॥ ତାହାର ପୁଞ୍ଜି ସୁରକ୍ଷିତ ରହିଥାଏ, ତାହାର ରାଶି ମଧ୍ୟ ଠିକ ଭାବରେ ରହିଥାଏ ଏବଂ ତାହାର ଯମର ଫନ୍ଦା କଟିଯାଏ||10||
error: Content is protected !!
Scroll to Top