Guru Granth Sahib Translation Project

guru granth sahib odia page-1031

Page 1031

ਹਉਮੈ ਮਮਤਾ ਕਰਦਾ ਆਇਆ ॥ ତୁ ଅହଂ ଓ ମମତା ନେଇ ଜଗତକୁ ଆସିଛୁ,
ਆਸਾ ਮਨਸਾ ਬੰਧਿ ਚਲਾਇਆ ॥ ତୋର ଆଶା ଓ ଲାଳସା ତୋତେ ବାନ୍ଧି ଚାଲିଛି।
ਮੇਰੀ ਮੇਰੀ ਕਰਤ ਕਿਆ ਲੇ ਚਾਲੇ ਬਿਖੁ ਲਾਦੇ ਛਾਰ ਬਿਕਾਰਾ ਹੇ ॥੧੫॥ ‘ମୁଁ-ମୋର’ କରି କାହିଁକି ଚାଳୁଛୁ? ତୁ ମାୟା ରୂପୀ ବିକାରର ପାଉଁଶ ଲଦି ଚାଲୁଅଛୁ||15||
ਹਰਿ ਕੀ ਭਗਤਿ ਕਰਹੁ ਜਨ ਭਾਈ ॥ ହେ ମୋର ଭାଇ! ଭଗବାନଙ୍କ ଭକ୍ତି କର;
ਅਕਥੁ ਕਥਹੁ ਮਨੁ ਮਨਹਿ ਸਮਾਈ ॥ ଅକଥନୀୟ ପ୍ରଭୁଙ୍କ କଥା କର, ଯେପରି ଅସଞ୍ଜମିତ ମନ ମନରେ ହିଁ ରହିଯାଏ।
ਉਠਿ ਚਲਤਾ ਠਾਕਿ ਰਖਹੁ ਘਰਿ ਅਪੁਨੈ ਦੁਖੁ ਕਾਟੇ ਕਾਟਣਹਾਰਾ ਹੇ ॥੧੬॥ ଏଣେତେଣେ ପଥଭ୍ରଷ୍ଟ ମନକୁ ହୃଦୟ ଘରେ ସ୍ଥିର କରି ରଖ, ଇଶ୍ଵର ହିଁ ସବୁ ଦୁଃଖ ଦୂର କରିଥାନ୍ତି||16||
ਹਰਿ ਗੁਰ ਪੂਰੇ ਕੀ ਓਟ ਪਰਾਤੀ ॥ ଯିଏ ପୂର୍ଣ୍ଣ ଗୁରୁଙ୍କ ସାହାରା ନେଇଛି,
ਗੁਰਮੁਖਿ ਹਰਿ ਲਿਵ ਗੁਰਮੁਖਿ ਜਾਤੀ ॥ ଗୁରୁଙ୍କ ସାନ୍ନିଧ୍ୟରେ ତାହାଙ୍କ ଲଗ୍ନ ଲାଗି ରହିଥାଏ ଏବଂ ସେ ମୁକ୍ତିର ବିଧି ଜାଣି ନିଏ।
ਨਾਨਕ ਰਾਮ ਨਾਮਿ ਮਤਿ ਊਤਮ ਹਰਿ ਬਖਸੇ ਪਾਰਿ ਉਤਾਰਾ ਹੇ ॥੧੭॥੪॥੧੦॥ ହେ ନାନକ! ରାମନାମ ଦ୍ଵାରା ଯାହାର ମତି ଉତ୍ତମ ହୋଇଯାଏ, ପରମତ୍ମା କ୍ଷମା କରି ତାହାର ଉଦ୍ଧାର କରିଥାନ୍ତି||17||4||10||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1॥
ਸਰਣਿ ਪਰੇ ਗੁਰਦੇਵ ਤੁਮਾਰੀ ॥ ହେ ଗୁରୁଦେବ! ଆମେ ତୁମର ଶରଣରେ ଆସିଛୁ
ਤੂ ਸਮਰਥੁ ਦਇਆਲੁ ਮੁਰਾਰੀ ॥ ତୁ ସର୍ବଶକ୍ତିମାନ ଓ ଦୟାଳୁ ଅଟୁ।
ਤੇਰੇ ਚੋਜ ਨ ਜਾਣੈ ਕੋਈ ਤੂ ਪੂਰਾ ਪੁਰਖੁ ਬਿਧਾਤਾ ਹੇ ॥੧॥ ତୋର ଲୀଳା କେହି ଜାଣେ ନାହିଁ, ତୁ ପୂର୍ଣ୍ଣ ପୁରୁଷ ବିଧାତା ଅଟୁ||1||
ਤੂ ਆਦਿ ਜੁਗਾਦਿ ਕਰਹਿ ਪ੍ਰਤਿਪਾਲਾ ॥ ତୁ ଯୁଗ-ଯୁଗାନ୍ତରରୁ ସବୁଙ୍କୁ ପୋଷଣ କରୁଅଛୁ,
ਘਟਿ ਘਟਿ ਰੂਪੁ ਅਨੂਪੁ ਦਇਆਲਾ ॥ ହେ ଅନୁପମ ରୂପ ବାଲା ଦୟାଳୁ ପ୍ରଭୁ! ତୁ ସବୁଙ୍କ ଠାରେ ରହିଛୁ,
ਜਿਉ ਤੁਧੁ ਭਾਵੈ ਤਿਵੈ ਚਲਾਵਹਿ ਸਭੁ ਤੇਰੋ ਕੀਆ ਕਮਾਤਾ ਹੇ ॥੨॥ ତୋତେ ଯେପରି ମଞ୍ଜୁର ଅଛି, ସେପରି ହିଁ ଜୀବଙ୍କୁ ପୋଷଣ କରୁ||2||
ਅੰਤਰਿ ਜੋਤਿ ਭਲੀ ਜਗਜੀਵਨ ॥ ହେ ସଂସାରର ଜୀବନ ଦାତା! ସବୁଙ୍କ ଅନ୍ତର୍ମନରୁ ତୋର ହିଁ ଜ୍ୟୋତି ବିଦ୍ୟମାନ ଅଟେ,
ਸਭਿ ਘਟ ਭੋਗੈ ਹਰਿ ਰਸੁ ਪੀਵਨ ॥ ତୁ ନିଜେ ସବୁ ଶରୀରକୁ ଭୋଗ କରୁ ଏବଂ ଆନନ୍ଦ ପ୍ରାପ୍ତ କରୁ।
ਆਪੇ ਲੇਵੈ ਆਪੇ ਦੇਵੈ ਤਿਹੁ ਲੋਈ ਜਗਤ ਪਿਤ ਦਾਤਾ ਹੇ ॥੩॥ ଜଗତ-ପିତା ପ୍ରଭୁ ତିନି ଲୋକର ଦାତା ଅଟନ୍ତି, ସେ ନିଜେ ହିଁ ନିୟମ କରିଥାନ୍ତି ଆଉ ନିଜେ ହିଁ ଏହାକୁ ଫେରାଇ ନିଅନ୍ତି||3||
ਜਗਤੁ ਉਪਾਇ ਖੇਲੁ ਰਚਾਇਆ ॥ ସେ ଜଗତକୁ ଉତ୍ପନ୍ନ କରି ଏକ ଖେଳ ରଚିଛନ୍ତି ଆଉ
ਪਵਣੈ ਪਾਣੀ ਅਗਨੀ ਜੀਉ ਪਾਇਆ ॥ ପବନ, ପାଣି, ଅଗ୍ନି ଇତ୍ୟାଦି ପାଞ୍ଚ ତତ୍ତ୍ଵ ଦ୍ଵାରା ଶରୀର ସୃଷ୍ଟି କରି ସେଥିରେ ପ୍ରାଣ ଦେଇଛନ୍ତି।
ਦੇਹੀ ਨਗਰੀ ਨਉ ਦਰਵਾਜੇ ਸੋ ਦਸਵਾ ਗੁਪਤੁ ਰਹਾਤਾ ਹੇ ॥੪॥ ଶରୀର ରୂପୀ ନଗରକୁ ଦୁଇ ଆଖି, ଦୁଇ କାନ, ମୁହଁ, ନାକ ଇତ୍ୟାଦି ଦ୍ଵାର ଦେଇଛନ୍ତି, ପରନ୍ତୁ ଦଶମ ଦ୍ଵାର ନିଜେ ଗୁପ୍ତ ରଖିଛନ୍ତି||4||
ਚਾਰਿ ਨਦੀ ਅਗਨੀ ਅਸਰਾਲਾ ॥ ଶରୀରରେ ଇର୍ଷା, ମୋହ, ଲୋଭ ଏବଂ କ୍ରୋଧ ରୂପୀ ଭୟାନକ ଅଗନିର ଚାରି ନଦୀ ବହିଥାଏ ଏବଂ
ਕੋਈ ਗੁਰਮੁਖਿ ਬੂਝੈ ਸਬਦਿ ਨਿਰਾਲਾ ॥ ମାୟା ଠାରୁ ନିର୍ଲିପ୍ତ ଥିବା କେହି ବିରଳ ଗୁରୁମୁଖୀ ହିଁ ଶବ୍ଦ ଦ୍ଵାରା ଏହି ଭେଦକୁ ବୁଝିଥାଏ।
ਸਾਕਤ ਦੁਰਮਤਿ ਡੂਬਹਿ ਦਾਝਹਿ ਗੁਰਿ ਰਾਖੇ ਹਰਿ ਲਿਵ ਰਾਤਾ ਹੇ ॥੫॥ ବସ୍ତୁବାଦୀ ଜୀବ ଦୁର୍ମତି କାରଣରୁ ଏହି ନଦୀରେ ବୁଡିଥାଏ ଓ ଜଳିଥାଏ, କିନ୍ତୁ ପରମାତ୍ମାଙ୍କ ଲଗ୍ନରେ ଲୀନ ରହିବା ବାଲାକୁ ଗୁରୁ ସ୍ଵୟଂ ରକ୍ଷା କରିଥାନ୍ତି||5||
ਅਪੁ ਤੇਜੁ ਵਾਇ ਪ੍ਰਿਥਮੀ ਆਕਾਸਾ ॥ ਤਿਨ ਮਹਿ ਪੰਚ ਤਤੁ ਘਰਿ ਵਾਸਾ ॥ ଜଗତ ରଚନା ଜଳ, ଅଗ୍ନି, ପବନ, ପୃଥିବୀ ଏବଂ ଆକାଶ ଏହି ପାଞ୍ଚ ତତ୍ତ୍ଵ ଠାରୁ ହୋଇଛି ଏବଂ ଏହି ପଞ୍ଚ ତତ୍ତ୍ଵରୁ ବନିଥିବା ଶରୀର ରୂପୀ ଘରେ ଆତ୍ମାର ନିବାସ ହୋଇଥାଏ।
ਸਤਿਗੁਰ ਸਬਦਿ ਰਹਹਿ ਰੰਗਿ ਰਾਤਾ ਤਜਿ ਮਾਇਆ ਹਉਮੈ ਭ੍ਰਾਤਾ ਹੇ ॥੬॥ ଯିଏ ସଦଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁ-ରଙ୍ଗରେ ଲୀନ ରହିଥାଏ, ସେ ମାୟା, ଅଭିମାନ ଓ ଭ୍ରାନ୍ତି ତ୍ୟାଗ କରିଥାଏ||6||
ਇਹੁ ਮਨੁ ਭੀਜੈ ਸਬਦਿ ਪਤੀਜੈ ॥ ଏହି ମନ ବ୍ରହ୍ମ ଶବ୍ଦରେ ଭିଜି ସନ୍ତୁଷ୍ଟ ହୋଇଥାଏ,
ਬਿਨੁ ਨਾਵੈ ਕਿਆ ਟੇਕ ਟਿਕੀਜੈ ॥ ନାମ ବିନା କଣ ସାହାରା ନେଇ ପାରିବା?
ਅੰਤਰਿ ਚੋਰੁ ਮੁਹੈ ਘਰੁ ਮੰਦਰੁ ਇਨਿ ਸਾਕਤਿ ਦੂਤੁ ਨ ਜਾਤਾ ਹੇ ॥੭॥ ବସ୍ତୁବାଦୀ ଜୀବ ମାୟାର ସେହି ଦୂତ ସହିତ ପରିଚିତ ହୁଏନାହିଁ ଯେଉଁ ଅହଂ ରୂପୀ ଚୋର ହୃଦୟ-ଘରେ ଏବଂ ଶରୀର ରୂପୀ ମନ୍ଦିରକୁ ଲୁଟିଥାଏ||7||
ਦੁੰਦਰ ਦੂਤ ਭੂਤ ਭੀਹਾਲੇ ॥ କାମୁକ ଭୟାନକ ଭୁତ ରୂପୀ ଦୂତ ଶରୀର ମଧ୍ୟରେ ଅଛି,
ਖਿੰਚੋਤਾਣਿ ਕਰਹਿ ਬੇਤਾਲੇ ॥ ଯିଏ ପ୍ରେତ ଭଳି ବିଭିନ୍ନ ଦିଗକୁ ଟାଣିଥାଏ।
ਸਬਦ ਸੁਰਤਿ ਬਿਨੁ ਆਵੈ ਜਾਵੈ ਪਤਿ ਖੋਈ ਆਵਤ ਜਾਤਾ ਹੇ ॥੮॥ ଶବ୍ଦ ସୁରତିର ଅଭ୍ୟାସ କରିବା ବିନା ଜୀବ ଆସିଥାଏ ଓ ଯାଇଥାଏ ଏବଂ ନିଜ ପ୍ରତିଷ୍ଠା ହରାଇ ଜନ୍ମ-ମରଣରେ ପଡିଥାଏ||8||
ਕੂੜੁ ਕਲਰੁ ਤਨੁ ਭਸਮੈ ਢੇਰੀ ॥ ଏହି ତନ ନଶ୍ଵର ଅଟେ, ଯିଏ ଧୂଳି ଭଳି ବନି ଯାଇଥାଏ।
ਬਿਨੁ ਨਾਵੈ ਕੈਸੀ ਪਤਿ ਤੇਰੀ ॥ ହେ ଭାଇ! ନାମ ବିନା ତୋର ପ୍ରତିଷ୍ଠା କିପରି ଥାଏ?
ਬਾਧੇ ਮੁਕਤਿ ਨਾਹੀ ਜੁਗ ਚਾਰੇ ਜਮਕੰਕਰਿ ਕਾਲਿ ਪਰਾਤਾ ਹੇ ॥੯॥ ବନ୍ଧନରେ ଫସି ରହି ଚାରିଯୁଗରେ ମୁକ୍ତି ପ୍ରାପ୍ତ କରାଯାଇ ନପାରେ, କାଳ ଓ ଯମଦୂତର ପରିଚୟ ମିଳିଥାଏ||9||
ਜਮ ਦਰਿ ਬਾਧੇ ਮਿਲਹਿ ਸਜਾਈ ॥ ଯମର ଦ୍ଵାରରେ ବନ୍ଧା ହୋଇ କଠୋର ଦଣ୍ଡ ମିଳିଥାଏ ଏବଂ
ਤਿਸੁ ਅਪਰਾਧੀ ਗਤਿ ਨਹੀ ਕਾਈ ॥ ସେହି ଅପରାଧୀର କୌଣସି ଗତି ହୁଏନାହିଁ।
ਕਰਣ ਪਲਾਵ ਕਰੇ ਬਿਲਲਾਵੈ ਜਿਉ ਕੁੰਡੀ ਮੀਨੁ ਪਰਾਤਾ ਹੇ ॥੧੦॥ ସେ ବହୁତ ପ୍ରଳାପ ଓ ବିଳାପ କରିଥାଏ, ଯେପରି ଜାଲରେ ଫସିଥିବା ମାଛ ହୋଇଥାଏ||10||
ਸਾਕਤੁ ਫਾਸੀ ਪੜੈ ਇਕੇਲਾ ॥ ବସ୍ତୁବାଦୀ ଜୀବ ଏକାକୀ ଯମର ଫାଶରେ ପଡିଥାଏ।
ਜਮ ਵਸਿ ਕੀਆ ਅੰਧੁ ਦੁਹੇਲਾ ॥ ଯମ ତାହାକୁ ନିଜ ବଶରେ ରଖିନିଏ ଏବଂ ସେହି ଅନ୍ଧ ବହୁତ ଦୁଃଖୀ ହୋଇଥାଏ।
ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਸੂਝੈ ਆਜੁ ਕਾਲਿ ਪਚਿ ਜਾਤਾ ਹੇ ॥੧੧॥ ରାମ ନାମ ବିନା ମୁକ୍ତି ପାଇବାର କୌଣସି ସାଧନ ଜଣା ନାହିଁ ଏବଂ ସେ ପ୍ରତିଦିନ ନଷ୍ଟ ହୋଇ ଚାଲିଥାଏ||11||
ਸਤਿਗੁਰ ਬਾਝੁ ਨ ਬੇਲੀ ਕੋਈ ॥ ସଚ୍ଚା ଗୁରୁଙ୍କ ବିନା ଅନ୍ୟ କେହି ସାଥି ନାହାନ୍ତି,
ਐਥੈ ਓਥੈ ਰਾਖਾ ਪ੍ਰਭੁ ਸੋਈ ॥ ଲୋକ-ପରଲୋକ ଦୁଇଟିରେ ପ୍ରଭୁ ହିଁ ରକ୍ଷା କରିଥାନ୍ତି।
ਰਾਮ ਨਾਮੁ ਦੇਵੈ ਕਰਿ ਕਿਰਪਾ ਇਉ ਸਲਲੈ ਸਲਲ ਮਿਲਾਤਾ ਹੇ ॥੧੨॥ ଗୁରୁ କୃପା କରି ରାମନାମ ଦେଇଥାନ୍ତି ଏବଂ ପରମାତ୍ମାଙ୍କ ଠାରୁ ଏହା ମିଳିଥାଏ, ଯେପରି ଜଳ ଜଳରେ ହିଁ ମିଳାଇ ଯାଇ ଏକ ରୂପ ହୋଇଥାଏ||12||


© 2017 SGGS ONLINE
error: Content is protected !!
Scroll to Top