Guru Granth Sahib Translation Project

guru granth sahib odia page-1027

Page 1027

ਚਾਰਿ ਪਦਾਰਥ ਲੈ ਜਗਿ ਆਇਆ ॥ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ – ଚାରି ପଦାର୍ଥର କାମନା ନେଇ ସେ ଜଗତକୁ ଆସିଥାଏ,
ਸਿਵ ਸਕਤੀ ਘਰਿ ਵਾਸਾ ਪਾਇਆ ॥ କିନ୍ତୁ ଜୀବ ମାୟାର ଜଗତ ରୂପୀ ଘରେ ନିବାସ କରିଥାଏ।
ਏਕੁ ਵਿਸਾਰੇ ਤਾ ਪਿੜ ਹਾਰੇ ਅੰਧੁਲੈ ਨਾਮੁ ਵਿਸਾਰਾ ਹੇ ॥੬॥ ଯେତେବେଳେ କେହି ଈଶ୍ଵରଙ୍କୁ ଭୁଲି ଯାଇଥାଏ, ସେ ନିଜ ଜୀବନ ବାଜି ହାରି ଯାଇଥାଏ, ଅନ୍ଧ ଜୀବ ନାମକୁ ଭୁଲି ଯାଇଥାଏ||6||
ਬਾਲਕੁ ਮਰੈ ਬਾਲਕ ਕੀ ਲੀਲਾ ॥ ଅକସ୍ମାତ ଯେତେବେଳେ ଶିଶୁର ଜୀବନ ଲୀଳା ସମାପ୍ତ ହୋଇଯାଏ, ପରିବାର ବାଲା ତାହାର କଥା ସ୍ମରଣ କରିଥାନ୍ତି।
ਕਹਿ ਕਹਿ ਰੋਵਹਿ ਬਾਲੁ ਰੰਗੀਲਾ ॥ ସେମାନେ ଏହା କହି ବିଳାପ କରିଥାନ୍ତି ଯେ ଶିଶୁ ବଡ ରଙ୍ଗିଲା ଥିଲା।
ਜਿਸ ਕਾ ਸਾ ਸੋ ਤਿਨ ਹੀ ਲੀਆ ਭੂਲਾ ਰੋਵਣਹਾਰਾ ਹੇ ॥੭॥ କିନ୍ତୁ କ୍ରନ୍ଦନ କରିବା ବାଲା ଏହା ବୁଝିବାରେ ଭୁଲ କରିଥାଏ ଯେ ଯିଏ ଈଶ୍ଵରଙ୍କ ଥିଲା, ସେ ହି ତାହାକୁ ମିଳାଇ ନେଇଛନ୍ତି`||7||
ਭਰਿ ਜੋਬਨਿ ਮਰਿ ਜਾਹਿ ਕਿ ਕੀਜੈ ॥ ଯଦି କେହି ଯୌବନ ସମୟରେ ମୃତ୍ୟୁ ପ୍ରାପ୍ତ କରିଥାଏତହାର ପରିବାର ବାଲା କଣ କରି ପାରିବେ?
ਮੇਰਾ ਮੇਰਾ ਕਰਿ ਰੋਵੀਜੈ ॥ ସେମାନେ ତାହାକୁ ‘ମୋର-ମୋର’ ବୋଲି କ୍ରନ୍ଦନ କରିଥାନ୍ତି।
ਮਾਇਆ ਕਾਰਣਿ ਰੋਇ ਵਿਗੂਚਹਿ ਧ੍ਰਿਗੁ ਜੀਵਣੁ ਸੰਸਾਰਾ ਹੇ ॥੮॥ ଏହି ପ୍ରକାର ମାୟାର କାରଣରୁ ସମସ୍ତେ କ୍ରନ୍ଦନ କରି ଧ୍ଵଂସ ହୋଇଥାନ୍ତି, ସଂସାରର ଏପରି ଜୀବନ ଧିକ୍କାର ଯୋଗ୍ୟ ଅଟେ||8||
ਕਾਲੀ ਹੂ ਫੁਨਿ ਧਉਲੇ ਆਏ ॥ କଳା କେଶରୁ ପୁଣି ଧବଳ କେଶ ଆସିଥାଏ ଅର୍ଥାତ ବାର୍ଦ୍ଧକ୍ୟ ଆସିଥାଏ।
ਵਿਣੁ ਨਾਵੈ ਗਥੁ ਗਇਆ ਗਵਾਏ ॥ ନାମ ବିନା ସେ ନିଜ ଜୀବନ-ପୁଞ୍ଜି ବ୍ୟର୍ଥରେ ହରାଇ ଦେଇ ଚାଲିଯାଏ।
ਦੁਰਮਤਿ ਅੰਧੁਲਾ ਬਿਨਸਿ ਬਿਨਾਸੈ ਮੂਠੇ ਰੋਇ ਪੂਕਾਰਾ ਹੇ ॥੯॥ ମନ୍ଦ ବୁଦ୍ଧି ବାଲା ଜ୍ଞାନହୀନ ଜୀବ ବହୁତ ଠକି ହୋଇଥାଏ ଏବଂ ବିଳାପ କରିଥାଏ||9||
ਆਪੁ ਵੀਚਾਰਿ ਨ ਰੋਵੈ ਕੋਈ ॥ ଯିଏ ନିଜେ ନିଜର ବିଚାର କରିଥାଏ, ଏପରି କ୍ରନ୍ଦନ କରେ ନାହିଁ।
ਸਤਿਗੁਰੁ ਮਿਲੈ ਤ ਸੋਝੀ ਹੋਈ ॥ ଯଦି ସଦଗୁରୁ ମିଳିଯାନ୍ତି, ଜ୍ଞାନ ପ୍ରାପ୍ତ ହୋଇଥାଏ।
ਬਿਨੁ ਗੁਰ ਬਜਰ ਕਪਾਟ ਨ ਖੂਲਹਿ ਸਬਦਿ ਮਿਲੈ ਨਿਸਤਾਰਾ ਹੇ ॥੧੦॥ ଗୁରୁଙ୍କ ବିନା ବଜ୍ର କବାଟ ଖୋଲେ ନାହିଁ ଏବଂ ମୁକ୍ତି ଶବ୍ଦ ଦ୍ଵାରା ହିଁ ମିଳିଥାଏ||10||
ਬਿਰਧਿ ਭਇਆ ਤਨੁ ਛੀਜੈ ਦੇਹੀ ॥ ଯେତେବେଳେ ମନୁଷ୍ୟ ବୃଦ୍ଧ ହୋଇଯାଏ, ଶରୀର ମଧ୍ୟ ଦୁର୍ବଳ ହୋଇଯାଏ, ସେତେବେଳେ
ਰਾਮੁ ਨ ਜਪਈ ਅੰਤਿ ਸਨੇਹੀ ॥ ବ୍ୟକ୍ତି ହରିନାମ ଭୁଲି ତିରସ୍କୃତ ହୋଇ ଚାଲି ଯାଇଥାଏ,
ਨਾਮੁ ਵਿਸਾਰਿ ਚਲੈ ਮੁਹਿ ਕਾਲੈ ਦਰਗਹ ਝੂਠੁ ਖੁਆਰਾ ਹੇ ॥੧੧॥ ପ୍ରଭୁଙ୍କ ଦରବାରରେ ତାହାର ମିଥ୍ୟା ତାହାର ଧ୍ଵଂସ କରିଥାଏ||11||
ਨਾਮੁ ਵਿਸਾਰਿ ਚਲੈ ਕੂੜਿਆਰੋ ॥ ମିଥ୍ୟାବାଦୀ ଜୀବ ନାମକୁ ଭୁଲି ଜଗତରୁ ଖାଲି ହାତରେ ଚାଲିଯାଏ,
ਆਵਤ ਜਾਤ ਪੜੈ ਸਿਰਿ ਛਾਰੋ ॥ ଯାହା ଫଳରେ ତାହାର ମସ୍ତକ ଉପରେ ଧୁଳି ହିଁ ପଡିଥାଏ ଅର୍ଥାତ ଅପମାନିତ ହୋଇ ଜନ୍ମ-ମରଣ ଚକ୍ରରେ ପଡିଥାଏ।
ਸਾਹੁਰੜੈ ਘਰਿ ਵਾਸੁ ਨ ਪਾਏ ਪੇਈਅੜੈ ਸਿਰਿ ਮਾਰਾ ਹੇ ॥੧੨॥ ଯେଉ ଜୀବ-ସ୍ତ୍ରୀ ଇହଲୋକରେ ଯମର ଚୋଟ ଖାଇଥାଏ, ତାହାକୁ ଶଶୁର ଘରେ ଅର୍ଥାତ ପରଲୋକରେ ନିବାସ ପ୍ରାପ୍ତ ହୁଏନାହିଁ||12||
ਖਾਜੈ ਪੈਝੈ ਰਲੀ ਕਰੀਜੈ ॥ ମନୁଷ୍ୟ ବଢିଆ ଖାଇଥାଏ, ପିନ୍ଧିଥାଏ ଓ ଆନନ୍ଦ କରିଥାଏ, କିନ୍ତୁ
ਬਿਨੁ ਅਭ ਭਗਤੀ ਬਾਦਿ ਮਰੀਜੈ ॥ ମନରୁ ଭକ୍ତି ବିନା ଜୀବନ ବ୍ୟର୍ଥରେ ହରାଇ ମୃତ୍ୟୁ ପ୍ରାପ୍ତ କରିଥାଏ।
ਸਰ ਅਪਸਰ ਕੀ ਸਾਰ ਨ ਜਾਣੈ ਜਮੁ ਮਾਰੇ ਕਿਆ ਚਾਰਾ ਹੇ ॥੧੩॥ ସେ ଭଲ-ମନ୍ଦର ମହତ୍ତ୍ଵ ଜାଣେ ନାହିଁ, କିନ୍ତୁ ଯେତେବେଳେ ଯମ ତାହାକୁ ମରିଥାଏ, ଆଉ କିଛି ଉପାୟ ନଥାଏ||13||
ਪਰਵਿਰਤੀ ਨਰਵਿਰਤਿ ਪਛਾਣੈ ॥ ଯେଉଁ ବ୍ୟକ୍ତି ପ୍ରବୃତ୍ତି ଓ ନିବୃତ୍ତିକୁ ଜାଣି ନିଏ,
ਗੁਰ ਕੈ ਸੰਗਿ ਸਬਦਿ ਘਰੁ ਜਾਣੈ ॥ ଗୁରୁଙ୍କ ସହିତ ରହି ଶବ୍ଦକୁ ଜାଣିନିଏ,
ਕਿਸ ਹੀ ਮੰਦਾ ਆਖਿ ਨ ਚਲੈ ਸਚਿ ਖਰਾ ਸਚਿਆਰਾ ਹੇ ॥੧੪॥ ସେ ଧର୍ମ-ମାର୍ଗରେ ଚାଲି କୌଣସି ମନ୍ଦ କାର୍ଯ୍ୟ କରେନାହିଁ ଏବଂ ସତ୍ୟର ଭେଦକୁ ଜାଣି ସତ୍ୟବାଦୀ ଭାବେ ମାନାଯାଏ||14||
ਸਾਚ ਬਿਨਾ ਦਰਿ ਸਿਝੈ ਨ ਕੋਈ ॥ ସତ୍ୟ ବିନା କେହି ମଧ୍ୟ ନିଜ ମନୋରଥରେ ସଫଳ ହୁଏନାହିଁ ଏବଂ
ਸਾਚ ਸਬਦਿ ਪੈਝੈ ਪਤਿ ਹੋਈ ॥ ଶବ୍ଦର ଜ୍ଞାନ ଦ୍ଵାରା ହିଁ ଶୋଭା ହାସଲ ହୋଇଥାଏ।
ਆਪੇ ਬਖਸਿ ਲਏ ਤਿਸੁ ਭਾਵੈ ਹਉਮੈ ਗਰਬੁ ਨਿਵਾਰਾ ਹੇ ॥੧੫॥ ଯଦି ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ, ସେ ସ୍ଵୟଂ ହିଁ କ୍ଷମା କରିଥାନ୍ତି ଏବଂ ଅଭିମାନ ନିବାରଣ କରିଥାନ୍ତି ||15||
ਗੁਰ ਕਿਰਪਾ ਤੇ ਹੁਕਮੁ ਪਛਾਣੈ ॥ ଗୁରୁଙ୍କ କୃପାରୁ ଜୀବ ଈଶ୍ଵରଙ୍କ ଇଚ୍ଛାକୁ ଜାଣି ନେଇଥାଏ ଏବଂ
ਜੁਗਹ ਜੁਗੰਤਰ ਕੀ ਬਿਧਿ ਜਾਣੈ ॥ ଯୁଗ-ଯୁଗାନ୍ତରରୁ ଚାଲି ଆସିଥିବା ପ୍ରଭୁ-ମିଳନର ବିଧି ଜାଣି ନେଇଥାଏ।
ਨਾਨਕ ਨਾਮੁ ਜਪਹੁ ਤਰੁ ਤਾਰੀ ਸਚੁ ਤਾਰੇ ਤਾਰਣਹਾਰਾ ਹੇ ॥੧੬॥੧॥੭॥ ହେ ନାନକ! ପରମାତ୍ମାଙ୍କ ନାମ ଜପ କର; ତାହାହେଲେ ସଂସାର ସାଗରରୁ ପାର ହୋଇ ପାରିବା ଏବଂ ସେହି ପରମ-ସତ୍ୟ ପରମେଶ୍ଵର ହିଁ ମୋକ୍ଷଦାତା ଅଟନ୍ତି||16||1||7||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1॥
ਹਰਿ ਸਾ ਮੀਤੁ ਨਾਹੀ ਮੈ ਕੋਈ ॥ ଈଶ୍ଵରଙ୍କ ଭଳି ମିତ୍ର ଆଉ କେହି ନାହାନ୍ତି,
ਜਿਨਿ ਤਨੁ ਮਨੁ ਦੀਆ ਸੁਰਤਿ ਸਮੋਈ ॥ ଯିଏ ମୋତେ ତନ-ମନ ଦେଇଛନ୍ତି ଆଉ ମୋ’ ଭିତରେ ସୁରତି ଦେଇଛନ୍ତି।
ਸਰਬ ਜੀਆ ਪ੍ਰਤਿਪਾਲਿ ਸਮਾਲੇ ਸੋ ਅੰਤਰਿ ਦਾਨਾ ਬੀਨਾ ਹੇ ॥੧॥ ସବୁ ଜୀବର ପୋଷକ, ପାଳନ କରିବା ବାଲା ସେହି ଚତୁର ପ୍ରଭୁ ଅନ୍ତର୍ମନରେ ହିଁ ବାସ କରିଥାନ୍ତି||1||
ਗੁਰੁ ਸਰਵਰੁ ਹਮ ਹੰਸ ਪਿਆਰੇ ॥ ଗୁରୁ ନାମାମୃତର ସରୋବର ଅଟନ୍ତି ଏବଂ ଆମେ ତାହାଙ୍କ ପ୍ରିୟ ହଂସ ଅଟୁ।
ਸਾਗਰ ਮਹਿ ਰਤਨ ਲਾਲ ਬਹੁ ਸਾਰੇ ॥ ଗୁରୁ ରୂପୀ ଗୁଣର ସାଗରରେ ବହୁତ ରତ୍ନ ଏବଂ ମାଣିକ ମହଜୁଦ ଅଛି।
ਮੋਤੀ ਮਾਣਕ ਹੀਰਾ ਹਰਿ ਜਸੁ ਗਾਵਤ ਮਨੁ ਤਨੁ ਭੀਨਾ ਹੇ ॥੨॥ ପ୍ରଭୁଙ୍କ ଯଶୋଗାନ ହିଁ ମୋତି, ମାଣିକ୍ୟ ଏବଂ ହୀରା ଅଛି, ଯାହାଦ୍ୱାରା ମନ-ତନ ଭିଜି ଯାଇଛି||2||
ਹਰਿ ਅਗਮ ਅਗਾਹੁ ਅਗਾਧਿ ਨਿਰਾਲਾ ॥ ଈଶ୍ଵର ଅଗମ୍ୟ, ଅଥଳ, ଅସୀମ ଏବଂ ନିରାଳ ଅଟନ୍ତି, ତାହାଙ୍କ ଅନ୍ତ ପ୍ରାପ୍ତ କରାଯାଇ ପାରେ ନାହିଁ।
ਹਰਿ ਅੰਤੁ ਨ ਪਾਈਐ ਗੁਰ ਗੋਪਾਲਾ ॥ ମୁକ୍ତିଦାତା ସଦଗୁରୁଙ୍କ ଉପଦେଶ ଦ୍ଵାରା ଉଦ୍ଧାର କରିଥାନ୍ତି।
ਸਤਿਗੁਰ ਮਤਿ ਤਾਰੇ ਤਾਰਣਹਾਰਾ ਮੇਲਿ ਲਏ ਰੰਗਿ ਲੀਨਾ ਹੇ ॥੩॥ ସେ ଯାହାକୁ ସାଥିରେ ମିଳାଇ ଥାଆନ୍ତି, ସେ ତାହାଙ୍କ ପ୍ରେମରେ ଲୀନ ରହିଥାଏ||3||
ਸਤਿਗੁਰ ਬਾਝਹੁ ਮੁਕਤਿ ਕਿਨੇਹੀ ॥ ସଦଗୁରୁଙ୍କ ବିନା କାହାକୁ ମଧ୍ୟ ମୁକ୍ତି ମିଳେନାହିଁ,
ਓਹੁ ਆਦਿ ਜੁਗਾਦੀ ਰਾਮ ਸਨੇਹੀ ॥ ସେ ଆଦିରୁ ଈଶ୍ଵରଙ୍କ ପ୍ରିୟ ମିତ୍ର ଅଟନ୍ତି।
ਦਰਗਹ ਮੁਕਤਿ ਕਰੇ ਕਰਿ ਕਿਰਪਾ ਬਖਸੇ ਅਵਗੁਣ ਕੀਨਾ ਹੇ ॥੪॥ ସେ କୃପା କରି ଅବଗୁଣ କ୍ଷମା କରି ଈଶ୍ଵରଙ୍କ ଦରବାରରେ ମୁକ୍ତି ପ୍ରଦାନ କରାଇ ଥାଆନ୍ତି||4|
error: Content is protected !!
Scroll to Top