Guru Granth Sahib Translation Project

guru granth sahib odia page-1001

Page 1001

ਮੂੜੇ ਤੈ ਮਨ ਤੇ ਰਾਮੁ ਬਿਸਾਰਿਓ ॥ ଆରେ ମୂର୍ଖ! ତୁ ମନରୁ ରାମଙ୍କୁ ଭୁଲି ଦେଇଛୁ।
ਲੂਣੁ ਖਾਇ ਕਰਹਿ ਹਰਾਮਖੋਰੀ ਪੇਖਤ ਨੈਨ ਬਿਦਾਰਿਓ ॥੧॥ ਰਹਾਉ ॥ ତୁ ମାଲିକଙ୍କ ଲୁଣ ଖାଇ ବିଶ୍ବାସ ଘାତକ କରିଛୁ, ଲୋକଙ୍କ ଆଖି ତୋତେ ଜଳାଇ ନାଶ କରି ଦେବ॥1॥ରୁହ॥
ਅਸਾਧ ਰੋਗੁ ਉਪਜਿਓ ਤਨ ਭੀਤਰਿ ਟਰਤ ਨ ਕਾਹੂ ਟਾਰਿਓ ॥ ତନରେ ଅସାଧ୍ୟ ରୋଗ ଜାତ ହୋଇ ଯାଇଛି, ଯାହାର କୌଣସି ଉପଚାର ନାହିଁ।
ਪ੍ਰਭ ਬਿਸਰਤ ਮਹਾ ਦੁਖੁ ਪਾਇਓ ਇਹੁ ਨਾਨਕ ਤਤੁ ਬੀਚਾਰਿਓ ॥੨॥੮॥ ନାନକ ଏହି କଥା ଉପରେ ବିଚାର କରନ୍ତି ଯେ ପ୍ରଭୁଙ୍କୁ ବିସ୍ମୃତ କରିବା ଦ୍ଵାରା ମହା ଦୁଃଖ ହିଁ ପ୍ରାପ୍ତ ହୋଇଥାଏ||2||8||
ਮਾਰੂ ਮਹਲਾ ੫ ॥ ମାରୁ ମହଲା 5॥
ਚਰਨ ਕਮਲ ਪ੍ਰਭ ਰਾਖੇ ਚੀਤਿ ॥ ପ୍ରଭୁଙ୍କ ଚରଣ-କମଳ ମନରେ ସ୍ଥାପନ କର,
ਹਰਿ ਗੁਣ ਗਾਵਹ ਨੀਤਾ ਨੀਤ ॥ ନିତ୍ୟ ତାହାଙ୍କ ଗୁଣଗାନ କର।
ਤਿਸੁ ਬਿਨੁ ਦੂਜਾ ਅਵਰੁ ਨ ਕੋਊ ॥ ତାହାଙ୍କ ବିନା ଜଗତରେ କେହି ବଡ ନାହାନ୍ତି।
ਆਦਿ ਮਧਿ ਅੰਤਿ ਹੈ ਸੋਊ ॥੧॥ ସୃଷ୍ଟିର ଆଦି, ମଧ୍ୟ ଏବଂ ଅନ୍ତରେ କେବଳ ତାହାଙ୍କ ହିଁ ଅସ୍ତିତ୍ଵ ଅଛି||1||
ਸੰਤਨ ਕੀ ਓਟ ਆਪੇ ਆਪਿ ॥੧॥ ਰਹਾਉ ॥ ସେ ସ୍ଵୟଂ ହିଁ ସନ୍ଥଙ୍କ ଆଶ୍ରା ଅଟନ୍ତି॥1॥ରୁହ॥
ਜਾ ਕੈ ਵਸਿ ਹੈ ਸਗਲ ਸੰਸਾਰੁ ॥ ଯାହାଙ୍କ ବଶରେ ସଂପୂର୍ଣ୍ଣ ସଂସାର ଅଛି,
ਆਪੇ ਆਪਿ ਆਪਿ ਨਿਰੰਕਾਰੁ ॥ ସେହି ନିରାକାର ସ୍ଵୟଂ ସବୁକିଛି ଅଟନ୍ତି।
ਨਾਨਕ ਗਹਿਓ ਸਾਚਾ ਸੋਇ ॥ ହେ ନାନକ! ଯିଏ ପରମ ସତ୍ୟର ସାହାରା ନେଇଛି,
ਸੁਖੁ ਪਾਇਆ ਫਿਰਿ ਦੂਖੁ ਨ ਹੋਇ ॥੨॥੯॥ ତାହାକୁ ହିଁ ସଚ୍ଚା ସୁଖ ହାସଲ ହୋଇଛି ଏବଂ ସେ ପୁଣି କେବେ ଦୁଃଖୀ ହୁଏନାହିଁ||2||9||
ਮਾਰੂ ਮਹਲਾ ੫ ਘਰੁ ੩ ମାରୁ ମହଲା 4 ଘର 3॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਪ੍ਰਾਨ ਸੁਖਦਾਤਾ ਜੀਅ ਸੁਖਦਾਤਾ ਤੁਮ ਕਾਹੇ ਬਿਸਾਰਿਓ ਅਗਿਆਨਥ ॥ ହେ ଜ୍ଞାନହୀନ ମାନବ! ପ୍ରାଣ ଓ ଆତ୍ମାକୁ ସୁଖ ଦେବା ବାଲା ଈଶ୍ଵରଙ୍କୁ ତୁ କାହିଁକି ଭୁଲି ଯାଇଛୁ?
ਹੋਛਾ ਮਦੁ ਚਾਖਿ ਹੋਏ ਤੁਮ ਬਾਵਰ ਦੁਲਭ ਜਨਮੁ ਅਕਾਰਥ ॥੧॥ ମାୟାର ତୁଚ୍ଛ ନିଶା ସେବନ କରି ତୁ ବାଉଳା ହୋଇ ଯାଇଛୁ, ଯେଉଁ କାରଣରୁ ତୋର ଦୁର୍ଲଭ ଜନ୍ମ ବ୍ୟର୍ଥ ହେଉ ଅଛି||1||
ਰੇ ਨਰ ਐਸੀ ਕਰਹਿ ਇਆਨਥ ॥ ହେ ନର! ତୁ ବଡ ମୂର୍ଖତା କରୁଅଛୁ,
ਤਜਿ ਸਾਰੰਗਧਰ ਭ੍ਰਮਿ ਤੂ ਭੂਲਾ ਮੋਹਿ ਲਪਟਿਓ ਦਾਸੀ ਸੰਗਿ ਸਾਨਥ ॥੧॥ ਰਹਾਉ ॥ ଭଗବାନଙ୍କୁ ତ୍ୟାଗ କରି ଭ୍ରମରେ ଭୁଲି ଯାଇଛୁ ଏବଂ ମାୟା ଦାସୀ ସହିତ ସମ୍ପର୍କ ଗଢିଛୁ॥1॥ରୁହ॥
ਧਰਣੀਧਰੁ ਤਿਆਗਿ ਨੀਚ ਕੁਲ ਸੇਵਹਿ ਹਉ ਹਉ ਕਰਤ ਬਿਹਾਵਥ ॥ ତୁ ଈଶ୍ଵରଙ୍କୁ ତ୍ୟାଗ କରି ନୀଚ କୁଳର ସେବାରେ ମଗ୍ନ ରହିଛୁ ଏବଂ ମୁଁ-ମୁଁ କରି ଅହଂକାରରେ ଜୀବନ ଅତିବାହିତ କରିଛୁ।
ਫੋਕਟ ਕਰਮ ਕਰਹਿ ਅਗਿਆਨੀ ਮਨਮੁਖਿ ਅੰਧ ਕਹਾਵਥ ॥੨॥ ହେ ଅଜ୍ଞାନ! ତୁ ନିକମ୍ମା କର୍ମ କରିଛୁ, ଏଥିପାଇଁ ମନମୁଖୀ ଏବଂ ଅନ୍ଧ ପଦ ବାଚ୍ୟ ହେଉଛୁ||2||
ਸਤਿ ਹੋਤਾ ਅਸਤਿ ਕਰਿ ਮਾਨਿਆ ਜੋ ਬਿਨਸਤ ਸੋ ਨਿਹਚਲੁ ਜਾਨਥ ॥ ଯେଉଁ ମୃତ୍ୟୁ ସତ୍ୟ ଅଟେ, ତାହାକୁ ଅସତ୍ୟ ଭାବି ନେଇଛୁ, ଯେଉଁ ଜୀବନ ନଶ୍ଵର ଅଟେ, ତାହାକୁ ନିଶ୍ଚଳ ମାନି ନେଇଛୁ।
ਪਰ ਕੀ ਕਉ ਅਪਨੀ ਕਰਿ ਪਕਰੀ ਐਸੇ ਭੂਲ ਭੁਲਾਨਥ ॥੩॥ ଯେଉଁ ଧନ ପରର ଅଟେ, ତାହାକୁ ନିଜର ଭାବି ନେଇଛୁ ଏବଂ ତୁ ଏପରି ବ ହରମରେ ରହିଛୁ||3||
ਖਤ੍ਰੀ ਬ੍ਰਾਹਮਣ ਸੂਦ ਵੈਸ ਸਭ ਏਕੈ ਨਾਮਿ ਤਰਾਨਥ ॥ କ୍ଷତ୍ରିୟ, ବ୍ରାହ୍ମଣ, ବୈଶ୍ୟ ଏବଂ ଶୂଦ୍ର – ଏହି ସବୁ ହରିନାମ ଦ୍ଵାରା ମୋକ୍ଷ ପ୍ରାପ୍ତ ହୋଇଥାନ୍ତି।
ਗੁਰੁ ਨਾਨਕੁ ਉਪਦੇਸੁ ਕਹਤੁ ਹੈ ਜੋ ਸੁਨੈ ਸੋ ਪਾਰਿ ਪਰਾਨਥ ॥੪॥੧॥੧੦॥ ଗୁରୁ ନାନକ ଉପଦେଶ ଦିଅନ୍ତି ଯେ ଯିଏ ଏହାକୁ ଶୁଣିଥାଏ, ତାହାର ମୁକ୍ତି ହୋଇଯାଏ||4||1||10||
ਮਾਰੂ ਮਹਲਾ ੫ ॥ ମାରୁ ମହଲା 5॥
ਗੁਪਤੁ ਕਰਤਾ ਸੰਗਿ ਸੋ ਪ੍ਰਭੁ ਡਹਕਾਵਏ ਮਨੁਖਾਇ ॥ ମନୁଷ୍ୟ ଲୁଚି ଲୁଚି ମନ୍ଦ କାର୍ଯ୍ୟ କରିଥାଏ, କିନ୍ତୁ ପ୍ରଭୁ ଏହା ଜାଣିଥାନ୍ତି, ସେ କେବଳ ଦୁନିଆକୁ ଧୋକା ଦେଇପାରେ।
ਬਿਸਾਰਿ ਹਰਿ ਜੀਉ ਬਿਖੈ ਭੋਗਹਿ ਤਪਤ ਥੰਮ ਗਲਿ ਲਾਇ ॥੧॥ ଈଶ୍ଵରଙ୍କୁ ଭୁଲି ବିକାର ଓ କାମ-ଭୋଗରେ ଲିପ୍ତ ଜୀବ ଉତ୍ତପ୍ତ ସ୍ତମ୍ଭର ଦଣ୍ଡ ପାଇଥାଏ||1||
ਰੇ ਨਰ ਕਾਇ ਪਰ ਗ੍ਰਿਹਿ ਜਾਇ ॥ ହେ ମନୁଷ୍ୟ! କାହିଁକି ପର ନାରୀର ଘରକୁ ଯାଉଛୁ?
ਕੁਚਲ ਕਠੋਰ ਕਾਮਿ ਗਰਧਭ ਤੁਮ ਨਹੀ ਸੁਨਿਓ ਧਰਮ ਰਾਇ ॥੧॥ ਰਹਾਉ ॥ ହେ ମଳିନ, ନିର୍ଦ୍ଦୟୀ, କାମୁକ ଗଧ! କଣ ତୁ ଯମରାଜଙ୍କ ନାମ ଶୁଣି ନାହୁଁ?॥1॥ରୁହ॥
ਬਿਕਾਰ ਪਾਥਰ ਗਲਹਿ ਬਾਧੇ ਨਿੰਦ ਪੋਟ ਸਿਰਾਇ ॥ ତୁ ପାପ ରୂପୀ ପଥର ଗଳାରେ ବାନ୍ଧି ନେଇଛୁ ଏବଂ ନିନ୍ଦା ରୂପୀ ଗଣ୍ଠିଲି ମସ୍ତକ ଉପରେ ରଖିଛୁ।
ਮਹਾ ਸਾਗਰੁ ਸਮੁਦੁ ਲੰਘਨਾ ਪਾਰਿ ਨ ਪਰਨਾ ਜਾਇ ॥੨॥ ତୁ ଭବସାଗରରୁ ପାର ହେବାକୁ ପଡିବ, ତୋ’ ପାଇଁ ଏହା ଅସମ୍ଭବ ହୋଇଯିବ||2||
ਕਾਮਿ ਕ੍ਰੋਧਿ ਲੋਭਿ ਮੋਹਿ ਬਿਆਪਿਓ ਨੇਤ੍ਰ ਰਖੇ ਫਿਰਾਇ ॥ କାମ, କ୍ରୋଧ, ଲୋଭ, ମୋହରେ ଫସି ତୁ ନିଜ ଆଖି ବୁଲାଇଛୁ।
ਸੀਸੁ ਉਠਾਵਨ ਨ ਕਬਹੂ ਮਿਲਈ ਮਹਾ ਦੁਤਰ ਮਾਇ ॥੩॥ ତୋତେ କେବେ ମଧ୍ୟ ନ ଇଜ ମସ୍ତକ ଉପରକୁ ଉଠାଇବା ପାଇଁ ଅବସର ମିଳିବ ନାହିଁ, ମାୟା-ମୋହର ସାଗର ପାର ହେବା ବଡ କଠିନ ଅଟେ||3||
ਸੂਰੁ ਮੁਕਤਾ ਸਸੀ ਮੁਕਤਾ ਬ੍ਰਹਮ ਗਿਆਨੀ ਅਲਿਪਾਇ ॥ ଯେଉଁ ସୂର୍ଯ୍ୟ ଓ ଚନ୍ଦ୍ର ନିର୍ଲିପ୍ତ ରହିଥାନ୍ତି ଏବଂ ଯେପରି ନିଜ ସ୍ଵଭାବ ଅନୁସାରେ ଅଗ୍ନି ମଧ୍ୟ ସଦା ନିର୍ଲିପ୍ତ ଏବଂ ନିର୍ମଳ ରହିଥାଏ, ସେପରି ହି ବ୍ରହ୍ମ ଜ୍ଞାନୀ ମଧ୍ୟ ନିର୍ଲିପ୍ତ ରହିଥାଏ।
ਸੁਭਾਵਤ ਜੈਸੇ ਬੈਸੰਤਰ ਅਲਿਪਤ ਸਦਾ ਨਿਰਮਲਾਇ ॥੪॥ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ଭଲ-ମନ୍ଦ ସବୁ ଜୀବ ଉପରେ ନିଜ ପ୍ରକାଶ ଦେଇଥାନ୍ତି, ସେପରି ହିଁ ବ୍ରହ୍ମ ଜ୍ଞାନୀ ଜୀବକୁ ଉପଦେଶ ଦେଇ ପରମାତ୍ମାଙ୍କ ସହିତ ଯୋଡିଥାଏ||4||
ਜਿਸੁ ਕਰਮੁ ਖੁਲਿਆ ਤਿਸੁ ਲਹਿਆ ਪੜਦਾ ਜਿਨਿ ਗੁਰ ਪਹਿ ਮੰਨਿਆ ਸੁਭਾਇ ॥ ଯାହାର ଭାଗ୍ୟ ଉଦୟ ହୋଇଛି, ଯିଏ ସ୍ଵାଭାବିକ ଭାବରେ ଗୁରୁ ଠାରେ ପୂର୍ଣ୍ଣ ଆସ୍ଥା ଧାରଣ କରିଛି, ତାହାର ଭ୍ରମର ପଦ ଦୂର ହୋଇ ଯାଇଛି।
error: Content is protected !!
Scroll to Top